www.samajalive.in
Wednesday, December 10, 2025
26.1 C
Bhubaneswar

ନୀତା ମୁକେଶ ଅମ୍ବାନି କଲ୍‌ଚରାଲ୍ ସେଂଟର୍‌ରେ ସ୍ୱତନ୍ତ୍ର “ଦି ସାଉଣ୍ଡ୍ ଅଫ୍ ମ୍ୟୁଜିକ୍‌’ ସୋ’କୁ ଉପଭୋଗ କଲେ ୩୪୦୦ ଉପେକ୍ଷୀତ ପିଲା ଓ ବରିଷ୍ଠ ନାଗରିକ

– ୩୪୦୦ ଉପେକ୍ଷୀତ ପିଲା ଓ ବରିଷ୍ଠ ନାଗରିକଙ୍କ ପ୍ରତି ଏହାକୁ ଉତ୍ସର୍ଗ କଲେ ଶ୍ରୀମତା ନୀତା ଅମ୍ବାନି

– ରିଲାଏନ୍ସ ଫାଉଣ୍ଡେସନର ଏଜୁକେସନ ଆଣ୍ଡ୍ ସ୍ପୋର୍ଟସ୍ ଫର୍ ଅଲ୍ କାର୍ଯ୍ୟକ୍ରମ ଦ୍ୱାରା ସମର୍ଥିତ ୧୮ଟି ଏନ୍‌ଜିଓର ସ୍ୱତନ୍ତ୍ର ଦର୍ଶକଙ୍କ ପାଇଁ ସ୍ମରଣୀୟ ମୁହୂର୍ତ

- Advertisement -

ମୁମ୍ବାଇ: ରିଲାଏନ୍ସ ଫାଉଣ୍ଡେସନ ଦ୍ୱାରା ସମର୍ଥିତ ଏନ୍‌ଜିଓଗୁଡ଼ିକର ୩୪୦୦ ଉପେକ୍ଷୀତ ପିଲା ଓ ବରିଷ୍ଠ ନାଗରିକମାନଙ୍କ ପାଇଁ ନୀତା ମୁକେଶ ଅମ୍ବାନି କଲଚରାଲ୍ ସେଂଟର (ଏନ୍‌ଏମ୍‌ଏସିସି)ରେ ସ୍ୱତନ୍ତ୍ର ଭାବେ ଆନ୍ତର୍ଜାତିକ ବ୍ରଡ୍‌ୱେର ସଙ୍ଗୀତ କାର୍ଯ୍ୟକ୍ରମ “ଦି ସାଉଣ୍ଡ୍ ଅଫ୍ ମ୍ୟୁଜିକ୍‌’ର ଆୟୋଜନ କରାଯାଇଥିଲା । ଏହାକୁ ସେହିମାନଙ୍କ ପାଇଁ ଶ୍ରୀମତୀ ନୀତା ଅମ୍ବାନି ଉତ୍ସର୍ଗ କରିଥିଲେ, ଯେଉଁଠାରେ ସେମାନେ ଏକ ନିବିଡ଼ ସମ୍ପର୍କ ଓ ହସଖୁସିର ସମୟ ବିତାଇବାର ସୁଯୋଗ ପାଇଥିଲେ ।

ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ମୁମ୍ବାଇର ବିଭିନ୍ନ ଅଂଚଳର ଦିବ୍ୟାଙ୍ଗ ପିଲାଙ୍କ ସମେତ ୩୪୦୦ ପିଲା ଓ ବରିଷ୍ଠ ନାଗରିକମାନଙ୍କ ଲାଗି ସପ୍ତାହନ୍ତରେ ଦୁଇଟି ସ୍ୱତନ୍ତ୍ର ସୋ’ ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଏଜୁକେସନ ଆଣ୍ଡ୍ ସ୍ପୋର୍ଟସ୍ ଫର ଅଲ୍ (ଇଏସ୍‌ଏ) କାର୍ଯ୍ୟକ୍ରମର ସମର୍ଥିତ ୧୮ଟି ଏନ୍‌ଜିଓ ସହିତ ରିଲାଏନ୍ସର କର୍ମଚାରୀ ସ୍ୱେଚ୍ଛାସେବୀମାନେ ସମର୍ଥନ ପ୍ରଦାନ କରିଥିଲେ ଓ ସମସ୍ତଙ୍କ ପାଇଁ ଏହାକୁ ଏକ ଆରାମଦାୟକ ଓ ଯାଦୁକରୀ ଅନୁଭବରେ ପରିଣତ କରିଥିଲେ । ଇଏସ୍‌ଏ କାର୍ଯ୍ୟକ୍ରମ ଜରିଆରେ ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ବହୁ ବର୍ଷ ଧରି ବିଭିନ୍ନ ଶିକ୍ଷା ଓ କ୍ରୀଡ଼ା କାର୍ଯ୍ୟକ୍ରମ ଜରିଆରେ ପିଲାମାନଙ୍କ ଅଭିଳାଷକୁ ପୂରଣ କରାଯାଉଛି । ଏନ୍‌ଜିଓମାନଙ୍କ ସହ ମିଶି ଆୟୋଜନ କରାଯାଇଥିବା ଏହି ସ୍ୱତନ୍ତ୍ର ସୋ’ଗୁଡ଼ିକ ହେଉଛି ପିଲାମାନଙ୍କୁ ଅନୁପ୍ରାଣିତ କରିବା ଲାଗି ରିଲାଏନ୍ସ ଫାଉଣ୍ଡେସନ ଜାରି ରଖିିଥିବା ଉଦ୍ୟମ ଦିଗରେ ଆଉ ଏକ ପଦକ୍ଷେପ ।

“ସାଉଣ୍ଡ୍ ଅଫ୍ ମ୍ୟୁଜିକ୍‌’ ପ୍ରତି ବିପୁଳ ସମର୍ଥନ ଭାରତ ଓ ଦୁନିଆର ଶ୍ରେଷ୍ଠତା ପ୍ରଦର୍ଶିତ କରିବା ପାଇଁ ଏନ୍‌ଏମ୍‌ଏସିସିର ଲକ୍ଷ୍ୟକୁ ପ୍ରତିଫଳିତ କରୁଛି । ସାରା ଦେଶରୁ ପରିବାରଗୁଡ଼ିକ ଆସି ଏକଜୁଟ ହେବା ଓ ଏହି ଯାଦୁକରୀ ଅନୁଭୂତି ହାସଲ କରିବା ବେଶ ହୃଦୟସ୍ପର୍ଶୀ ଥିଲା । ଶେଷ ଦୁଇ ସୋ’କୁ ୩୪୦୦ ଅନଗ୍ରସର ପିଲା ଓ ବରିଷ୍ଠ ନାଗରିକଙ୍କ ପ୍ରତି ଉତ୍ସର୍ଗ କରି ଆମେ କୃତଜ୍ଞ । ସ୍ୱତନ୍ତ୍ର ଦର୍ଶକମାନଙ୍କ ସହ ଏହି ଚମତ୍କାର ସଙ୍ଗୀତ କାର୍ଯ୍ୟକ୍ରମକୁ ସମାପନ କରିବାର ତାହା ଥିଲା ଶ୍ରେଷ୍ଠ ଉପାୟ । ଆମର ଏଜୁକସେନ ଆଣ୍ଡ୍ ସ୍ପୋର୍ଟସ୍ ଫର ଅଲ୍ କାର୍ଯ୍ୟକ୍ରମକୁ ଜାରି ରଖି ଆମେ ସମସ୍ତଙ୍କ ପାଖରେ କଳାକୁ ପହଂଚାଇବାକୁ ପ୍ରତିବଦ୍ଧ ରହିଛୁ ବୋଲି ରିଲାଏନ୍ସ ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଅଧ୍ୟକ୍ଷା ଶ୍ରୀମତୀ ନୀତା ଅମ୍ବାନି କହିଛନ୍ତି ।’’

ଏହି ବିଶାଳ ପ୍ରେକ୍ଷାଳୟରେ ଚଳିତ ବର୍ଷ ମେ’ରେ “ଦି ସାଉଣ୍ଡ୍ ଅଫ୍ ମ୍ୟୁଜିକ’ ସୋ’ ଆରମ୍ଭ ହୋଇ ଐତିହାସିକ ଭାବେ ୮ ସପ୍ତାହବ୍ୟାପୀ ଚାଲିଥିଲା ଯାହା ଥିଲା ଏସିଆର ଦୀର୍ଘତମ ଓ ଭାରତରେ ପ୍ରଥମ ଥର ପାଇଁ ଏହାକୁ ଆୟୋଜନ କରାଯାଇଥିଲା ।

ଭନ୍ ଟ୍ରାପ୍ ପରିବାରର ନାଟକକୁ ଜୀବନ୍ତ କରିଥିବା ଚମତ୍କାର ପ୍ରଦର୍ଶନରେ ରୋମାଂଚିତ ହୋଇ ପିଲା ଓ ବରିଷ୍ଠ ନାଗରିକମାନେ ବିମୋହିତ ହୋଇପଡ଼ିଥିଲେ ଏବଂ ଅର୍କେଷ୍ଟାର ତାଳେ ତାଳେ “ମାଇଁ ଫେଭୋରାଇଟ୍ ଥିଙ୍ଗସ୍‌’ ଓ “ଡୁ ରେ-ମି’ ଗୀତକୁ ଉପଭୋଗ କରିଥିଲେ । ସଙ୍ଗୀତ କାର୍ଯ୍ୟକ୍ରମ ଶେଷ ହେବା ପରେ ଭନ୍ ଟ୍ରାପ୍ ପରିବାରର ଭୂମିକା ନିର୍ବାହ କରୁଥିବା ଅଭିନେତାମାନଙ୍କୁ ସାକ୍ଷାତ କରି ସେମାନେ ଉଲ୍ଲସିତ ହୋଇପଡ଼ିଥିଲେ ।

ସ୍କୁଲ ଓ କଲେଜ ଆଉଟ୍‌ରିଚ୍ ପ୍ରତିଯୋଗିତା, ପ୍ରାପ୍ତବୟସ୍କଙ୍କ ପାଇଁ କଳା ସାକ୍ଷରତା କାର୍ଯ୍ୟକ୍ରମ ଆଦି ଗୋଷ୍ଠୀ ସମୃଦ୍ଧ କାର୍ଯ୍ୟକ୍ରମ ପାଇଁ ନୀତା ମୁକେଶ ଅମ୍ବାନି କଲ୍‌ଚରାଲ୍ ସେଂଟର ପ୍ରତିବଦ୍ଧ ରହିଛି । କିଛି ମାସ ପୂର୍ବେ ଶୁଭାରମ୍ଭ ହେବା ପରଠାରୁ ଏହା ପିଲା, ଛାତ୍ରଛାତ୍ରୀ, ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗମାନଙ୍କୁ ଦି ସାଉଣ୍ଡ୍ ଅଫ ମ୍ୟୁଜିକ୍‌, ସଙ୍ଗମ୍‌/ କନ୍‌ଫ୍ଲୁଏନ୍ସ ଓ ଇଣ୍ଡିଆ ଇନ୍ ଫେସନ୍ ପ୍ରଦର୍ଶନୀ ଆଦି ମାଗଣାରେ ଉପଭୋଗ କରିବାର ସୁଯୋଗ ପ୍ରଦାନ କରିଛି ।

୨୦୧୦ ପରଠାରୁ ରିଲାଏନ୍ସ ଫାଉଣ୍ଡେସନର ଏଜୁକେସନ୍ ଆଣ୍ଡ୍ ସ୍ପୋର୍ଟସ୍ ଫର ଅଲ୍ (ଏସ୍‌ଏସ୍‌) କାର୍ଯ୍ୟକ୍ରମ ପିଲାମାନଙ୍କ ଅଭିଳାଷ ପୂରଣ କରିବା ସହ ସେମାନଙ୍କୁ ନିଜ ଭିତରେ ଥିବା ସମ୍ଭାବନା ହାସଲ କରିବାରେ ସକ୍ଷମ କରି ସେମାନଙ୍କ ସାମଗ୍ରିକ ଓ ଅନ୍ତର୍ଭୁକ୍ତୀକରଣ ବିକାଶ ପାଇଁ ଦୀର୍ଘସ୍ଥାୟୀ ଅଭିଯାନ ପ୍ରଦାନ କରୁଛି । ଇଏସ୍‌ଏ କାର୍ଯ୍ୟକ୍ରମର ଅଂଶସ୍ୱରୂପ ରିଲାଏନ୍ସ ଫାଉଣ୍ଡେସନ ପକ୍ଷରୁ ପ୍ରତିବର୍ଷ ଶହ ଶହ ଉପେକ୍ଷୀତ ପିଲାମାନଙ୍କ ପାଇଁ ଆଇପିଏଲ୍ ମ୍ୟାଚ୍ ଦେଖିବା, ଧୀରୁଭାଇ ଅମ୍ବାନି ସ୍କୋୟାର ଫାଉଁଟେନ୍ ସୋ’କୁ ଉପଭୋଗ କରିବା ଏବଂ ଜିଓ ୱଣ୍ଡରଲ୍ୟାଣ୍ଡ୍‌ରେ ଗୋଟିଏ ଦିନ ବିତାଇବା ଭଳି କାର୍ଯ୍ୟକ୍ରମ ଆୟୋଜନ କରି ସେମାନଙ୍କୁ ଖୁସି ଓ ଆନନ୍ଦିତ କରାଯାଉଛି । ଭବିଷ୍ୟତ ପାଇଁ ଭାରତର ସାଂସ୍କୃତିକ ଐତିହ୍ୟର ସଂରକ୍ଷଣ ଓ ବିକାଶ ପାଇଁ ଭାରତୀୟ କଳାକାରଙ୍କ ଯୁବପିଢ଼ିଙ୍କୁ ଅନୁପ୍ରାଣିତ କରିବାକୁ ରିଲାଏନ୍ସ ଫାଉଣ୍ଡେସନ ପ୍ରତିବଦ୍ଧ ରହିଛି ।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories