www.samajalive.in
Wednesday, December 10, 2025
26.1 C
Bhubaneswar

ମନୁଷ୍ୟକୃତ ତ୍ରୁଟି ଯୋଗୁଁ ଶହ ଶହ ଏକର ଚାଷଜମି ବନ୍ୟା ପ୍ଳାବିତ

ଆଠଗଡ: ଆଠଗଡ ବ୍ଲକର ତରଡିଙ୍ଗ, ଜୋରନ୍ଦା ଓ ମହାକାଳବସ୍ତ ପଞ୍ଚାୟତ ଅଞ୍ଚଳରେ ମନୁଷ୍ୟକୃତ ତ୍ରୁଟି ଯୋଗୁଁ ଶହ ଶହ ଏକର ଚାଷଜମି ବନ୍ୟାପ୍ଳାବିତ ହୋଇଯାଇଛି। ଫଳରେ ଧାନ ଗଜା ସବୁ ପଚି ନଷ୍ଟ ହୋଇଯିବାରୁ ଚାଷୀକୂଳ ହତାଶ ହୋଇପଡ଼ିଛନ୍ତି। ଆଠଗଡ ଅଞ୍ଚଳରେ ଗତ ଦୁଇଦିନ ଧରି ମୌସୁମୀ ପ୍ରଭାବରେ ପ୍ରବଳ ବର୍ଷା ହୋଇଛି। ତରଡିଙ୍ଗ ପଞ୍ଚାୟତ ଅଧିନ ଗୌରାଙ୍ଗପୁର ଗ୍ରାମ ନିକଟରେ କଣ୍ଟିଆ ଓ ଫିଙ୍ଗା ନାଳ ଉପରେ ପୋଲ ନିର୍ମାଣ ପାଇଁ ଠିକାଦାର ପାଣି ଅଟକାଇବା ଲାଗି ନାଳ ମଧ୍ୟରେ ଅସ୍ଥାୟୀ ମାଟି ବନ୍ଧ ନିର୍ମାଣ କରିଥିଲେ । ପୋଲ ନିର୍ମାଣ କାର୍ଯ୍ୟ ପ୍ରାୟତଃ ସରିଯାଇଥିଲେ ମଧ୍ୟ ମୌସୁମୀର ଆଗମନ ପୂର୍ବରୁ ଠିକାଦାର ନାଳ ମଧ୍ୟରୁ ସମ୍ପୃକ୍ତ ଅସ୍ଥାୟୀ ମାଟି ବନ୍ଧଟିକୁ ନ ଭାଙ୍ଗିବାରୁ ବର୍ଷାଜଳ ନିଷ୍କାସନ ହୋଇ ନପାରିବା ଫଳରେ ନାଳ ପାର୍ଶ୍ବ ବନ୍ଧ ଡେଇଁ ଚାଷଜମି ଜଳାର୍ଣ୍ଣବ ହୋଇଯାଇଛି। କଣ୍ଟିଆ ନାଳର ଦୁଇପାର୍ଶ୍ବରେ ଥିବା ଶହ ଶହ ଏକର ଚାଷଜମିରେ ୩-୪ ଫୁଟ ଉଚ୍ଚର ପାଣି ଜମା ହୋଇରହିଛି। ଖରିଫ ଧାନ ରୋଇବାକୁ କରିଥିବା ସମସ୍ତ ଗଜା ନଷ୍ଟ ହୋଇଯାଇଥିବାରୁ ଧିନରୁଆ କାମ କେମିତି ହେବ ତାକୁ ନେଇ ଚାଷୀକୂଳ ଚିନ୍ତାରେ ପଡ଼ିଛନ୍ତି। ଜଳସେଚନ ଓ ଡ୍ରେନେଜ ବିଭାଗ ଏଥିପ୍ରତି ଦୃଷ୍ଟି ଦେବା ସହ ନାଳ ମଧ୍ୟରେ ନିର୍ମିତ ଅସ୍ଥାୟୀ ବନ୍ଧକୁ ତୁରନ୍ତ ସମ୍ପୂର୍ଣ୍ଣ ଭାଙ୍ଗିବା ଲାଗି ତ୍ୱରିତ ପଦକ୍ଷେପ ନେବାକୁ ଦାବି ହେଉଛି।

Hot this week

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

Related Articles

Popular Categories