ରଥଯାତ୍ରା ଅବସରରେ ଆବୁଧାବିରେ ରହିଥିବା ଓଡିଆ ଯୁବକଙ୍କ ଚିତ୍ରରେ ଜଗନ୍ନାଥଙ୍କ ପ୍ରତି ଭକ୍ତି ପୁଷ୍ପାଞ୍ଜଳୀ
ଭୁବନେଶ୍ୱର – ନିଜ ଜନ୍ମମାଟିରୁ ସୁଦୂର ୟୁଏଇର ମହାନଗର ଆବୁଧାବିରେ ନିଜ ପିତାମାତାଙ୍କ ସହ ରହୁଛନ୍ତି ୧୮ ବର୍ଷ ବୟସ୍କ ସ୍ପର୍ଶ ରଥ । ହେଲେ ଏବେ ବି ନିଜ ମାଟିର ମୋହକୁ ଭୁଲି ନାହାନ୍ତି । ବିଦେଶରେ ରହିବି ଓଡ଼ିଶାର କଳା ସଂସ୍କୃତି ପ୍ରତି ରହିଛି ତାଙ୍କର ଅହେତୁକ ଦୁର୍ବଳତା , ଜଗନ୍ନାଥଙ୍କ ପ୍ରତି ଭକ୍ତି ।
୨୦୨୩ ରଥଯାତ୍ରା ଅବସରରେ ନିଜ ରଙ୍ଗତୁଳୀରେ ରଥଯାତ୍ରା ସହ ଜଗନ୍ନାଥଙ୍କ ବିଭିନ୍ନ ବିଷୟ ବସ୍ତକୁ ଚିତ୍ରଣ କରିଛନ୍ତି । ସ୍ପର୍ଶ ରଥଙ୍କ ବାପା ଏରୋନେଟିକାଲ ଇଂଜିନିୟର । ସେ ଆବୁଧାବିରେ କାର୍ଯ୍ୟରତ ।
ସେଠାରେ ସ୍ପର୍ଶ ଶିକ୍ଷାଗ୍ରହଣ କରିଥିଲେ ବି ପ୍ରତିଟି ଓଡ଼ିଆ ଭାବେ ଆରାଧ୍ୟଦେବତା ଜଗନ୍ନାଥଙ୍କ ଭକ୍ତିରେ ସେ ବିଭୋର । ସାରା ବିଶ୍ୱର ନିୟନ୍ତାଙ୍କ ରୂପ ଲୀଳା ଏବଂ ମହିମାକୁ ନିଜ ରଙ୍ଗତୁଳୀର ସ୍ପର୍ଶରେ ସେ ଜୀବନ୍ତ କରିବା ପାଇଁ ସର୍ବଦା ପ୍ରୟାସରତ ।
Comments are closed.