www.samajalive.in
Saturday, December 6, 2025
14.1 C
Bhubaneswar

ମହାବୀର ମନ୍ଦିରରୁ ଚୋରି

ସାକ୍ଷୀଗୋପାଳ : ସତ୍ୟବାଦୀ ଥାନା ଅନ୍ତର୍ଗତ ପୁରୀ- ଶରଣକୁଳ ନୁଆ ଜଗନ୍ନାଥ ସଡକ ପାର୍ଶ୍ୱରେ ଅବସ୍ଥିତ ଆଳିଶ ପଞ୍ଚାୟତର ଆଳିସ ଛକରେ ଅବସ୍ଥିତ ମହାଵୀର ମନ୍ଦିରରେ ବୁଧବାର ରାତିରେ ଚୋରି ହୋଇଛି। ଦୁର୍ବୃତ୍ତ ମାନେ ମହାଵୀରଙ୍କ ଆଖିରେ ଲାଗିଥିବା ସୁନାର ଆଖି ତାଡି ନେଇଛନ୍ତି। ଠାକୁରଙ୍କର ୫ କେଜି ଓଜନର ରୁପା କୀରଟି, ଗଦା, କଙ୍କଣ ଲୁଟି ନେଇଥିବା ବେଳେ ହୁଣ୍ଡି ଭାଙ୍ଗି ୩ ଲକ୍ଷରୁ ଅଧିକ ଦାନ ଅର୍ଥ ରାଶି ନେଇଛନ୍ତି। ମନ୍ଦିର ତାଲାଭାଙ୍ଗି ଭିତରକୁ ପଶି ଦୁର୍ବୃତ୍ତ ମାନେ ଚୋରି କରିଥିବା ଘଟଣା ସକାଳୁ ପୁଜକ ଆସିବା ପରେ ଦେଖିଥିଲେ । ଅଭିଯୋଗ କ୍ରମେ ସତ୍ୟବାଦୀ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଠାକୁରଙ୍କ ମନ୍ଦିରରୁ ଏଭଳି ଲୁଟକୁ ନେଇ ସ୍ଥାନୀୟ ଅଂଚଳରେ ଚର୍ଚ୍ଚା ଜୋର ଧରିଛି ।
ଠାକୁରଙ୍କ ମନ୍ଦିରରୁ ପୁର୍ବରୁ ଚୋରୀ ହୋଇଥିଲେ ମଧ୍ୟ ଠାକୁରଙ୍କ ଆଖି ତାଡିନେବା ଘଟଣା ସ୍ଥାନୀୟ ଭକ୍ତଙ୍କ ମନରେ ଗଭୀର ଆଘାତ ଦେଇଛି । ଏନେଇ ଗ୍ରାମବାସୀ ମାନେ ପୁଲିସ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories