www.samajalive.in
Saturday, December 6, 2025
14.1 C
Bhubaneswar

୧୪୦ କୋଟି ଅତିକ୍ରମ କଲା ଟିକାକରଣ : ୬୦% ଯୋଗ୍ୟ ହିତାଧୀକାରୀ ନେଲେଣି ଦୁଇ ​ପାନ ଟିକା

ନୂଆଦିଲ୍ଲୀ : ଦେଶରେ ସାମଗ୍ରିକ କରୋନା ଟିକାକରଣ ଗୁରୁବାର ୧୪୦ କୋଟି ଅତିକ୍ରମ କରିଛି । ଆଜି ଅପରାହ୍ନ ୩.୩୦ ମିନିଟ ସୁଦ୍ଧା ୧୪୦ କୋଟି ୨୦ ଲକ୍ଷ ୧୭ ହଜାରରୁ ଅଧିକ ପାନ ଟିକା ଦିଆଯାଇଛି । ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ମୁତାବକ କେବଳ ଆଜି ୩.୩୦ ମିନିଟ ସୁଦ୍ଧା ସାରା ଦେଶରେ ୪୬ ଲକ୍ଷ ୨୦ ହଜାରରୁ ଅଧିକ ପାନ ଟିକା ଦିଆ‌ଯାଇଛି । ୮୩ କୋଟି ୪୦ ଲକ୍ଷ ୮୬ ହଜାରରୁ ଅଧିକ ପ୍ରଥମ ପାନ ଟିକା ଦିଆଯାଇଥିବାବେଳେ ୫୬ କୋଟି ୭୯ ଲକ୍ଷ ୩୦ ହଜାରରୁ ଅଧିକ ଦ୍ୱିତୀୟ ପାନ ଟିକା ଦିଆଯାଇଛି ।
ଦେଶର ୬୦% ଯୋଗ୍ୟ ହିତାଧୀକାରୀଙ୍କୁ ଉଭୟ ​ପାନ ଟିକା ଦିଆଯାଇଥିବା କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ଲାଲ ମାଣ୍ଡଭ୍ୟ ଟ୍ବିଟ ଯୋଗେ ସୂଚନା ଦେଇଛନ୍ତି । ଓମିକ୍ରନ ସଂକ୍ରମଣକୁ ଦୃଷ୍ଟିରେ ରଖି ଟିକାକରଣକୁ ଅଧିକ ବ୍ୟାପକ କରାଯାଇଛି ।

ସେହିଭଳି ରାଜ୍ୟରେ ଏପର୍ଯ୍ୟନ୍ତ ୪ କୋଟି ୮୧ ଲକ୍ଷ ୮୮ହଜାରରୁ ଅଧିକ ପାନ କରୋନା ଟିକା ଦିଆଯାଇଛି । ସେଥିମଧ୍ୟରୁ ୨ କୋଟି ୮୮ ଲକ୍ଷ ୬ହଜାରରୁ ଅଧିକ ପ୍ରଥମ ପାନ ଟିକା ଦିଆଯାଇଥିବାବେଳେ ୧ କୋଟି ୯୩ ଲକ୍ଷ ୮୨ ହଜାରରୁ ଅଧିକ ଦ୍ୱିତୀୟ ଡୋଜ୍‍ ଟିକା ଦିଆଯାଇଛି।

- Advertisement -

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories