ସଇଁନ୍ତଲା/ବେଲଗାଁ:ସଇଁନ୍ତଲା ବ୍ଲକର ମୂଳ ବାସିନ୍ଦା ବିଭିନ୍ନ ରାଜ୍ୟକୁ ଖଟିବାକୁ ଯାଇଥିଲେ। କରୋନା ପାଇଁ ଦାଦନ ଶ୍ରମିକ ଘରମୁହାଁ ହେବା ଚିନ୍ତାର କାରଣ ସାଜିଛି। ସରକାରୀ ଭାବରେ ବ୍ଲକ ଅଞ୍ଚଳରେ ୨୭୨ ଜଣ ସଂକ୍ରମିତ। ସେ ମଧ୍ୟରୁ ୩ ଜଣ ଗୁରୁତର ଅବସ୍ଥାରେ ବଲାଙ୍ଗିର କୋଭିଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ ହୋଇଛନ୍ତି। ଛନଛଡା ଗ୍ରାମରେ ସଂକ୍ରମଣ ବୃଦ୍ଧିକୁ ନେଇ ଗ୍ରାମବାସୀ ୨୬ ତାରିଖ ସକାଳୁ ୨୮ ସନ୍ଧ୍ୟା ପର୍ଯ୍ୟନ୍ତ ତିନି ଦିନ ଧରି ସମସ୍ତ ଦୋକାନ ବଜାର ବନ୍ଦ ସହ ଘରୁ ପଦାକୁ ନବାହାରିବାକୁ ନିଷ୍ପତ୍ତି ଗ୍ରହଣ କରିଥିବା ସରପଞ୍ଚ ହିମାଞ୍ଚଳ ବୁଡେକ ସୂଚନା ଦେଇଛନ୍ତି। ସେହିପରି ଏକ ଗ୍ରାମରେ ଜ୍ୱର, କାଶରେ ଆକ୍ରାନ୍ତ ଲୋକେ ପରୀକ୍ଷା ନକରି କରୋନାକୁ ହାଲୁକା ଭାବରେ ନେବା ସହ କ୍ୱାକ ପାଖରୁ ଔଷଧ ଖାଇ ବିପଦରେ ପଡିଥିବା ସରପଞ୍ଚ ବିଡିଓଙ୍କୁ ଜଣାଇଥିବା କହିଛନ୍ତି। ଗ୍ରାମରେ ସମସ୍ତଙ୍କ ପରୀକ୍ଷା କରିବାକୁ ସରପଞ୍ଚ ଦାବି କରିଛନ୍ତି। ସଂକ୍ରମଣ ବୃଦ୍ଧିକୁ ନେଇ ପ୍ରଶାସନର ନିଷ୍ପତ୍ତି କ୍ରମେ ବିଡିଓ ଦେବାଶିଷ ସାମଲ, ତହସିଲଦାର ସୁମନ କିଶୋର ଡୁଙ୍ଗଡୁଙ୍ଗ, ଥାନା ଅଧିକାରୀ ବାରିଣୀ ଦାଶ ପ୍ରମୁଖ ବିଭିନ୍ନ ଅଞ୍ଚଳକୁ ବୁଲି କରୋନା କଟକଣା କଡାକଡି କରିଛନ୍ତି। ବ୍ଲକ ସ୍ୱାସ୍ଥ୍ୟ ଅଧିକାରୀ ଡା.ସମରେନ୍ଦ୍ର ହୋତାଙ୍କ ତତ୍ୱାବଧାନରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଦଳ(ଆରଏଟି), ଆଶା, ଅଙ୍ଗନବାଡି, ସ୍ୱାସ୍ଥ୍ୟ କର୍ମୀ ଗାଁଗଣ୍ଡା ବୁଲି ଲୋକଙ୍କୁ ସଚେତନ କରାଉଛନ୍ତି।
Popular Categories



