www.samajalive.in
Thursday, December 11, 2025
26.1 C
Bhubaneswar

ଟିଟିଲାଗଡରେ ଖୋଲିଲା ଦୋକାନ ବଜାର: ପ୍ରହରୀ, ବିବାହ ବଢାଇଲା ଚିନ୍ତା

ଟିଟିଲାଗଡ଼:ଟିଟିଲାଗଡ ସହରର ଦୋକାନ ବଜାର ଗତ ବୁଧବାରରୁ ୫ ଦିନ ପାଇଁ ବନ୍ଦ ରହିଥିଲା। ଦୋକାନ ବଜାର ବନ୍ଦ ରହିଥିବା ଯୋଗୁଁ ଗ୍ରାମାଞ୍ଚଳର ଲୋକେ ସହରକୁ ଆସୁନଥିବା ଦେଖାଯାଇଥିଲା। ତେବେ ସୋମବାର ଦୋକାନ ବଜାର ଖୋଲିବା ପରେ ପ୍ରବଳ ଭିଡ ହୋଇଥିଲା।
ସହର ମଧ୍ୟସ୍ଥ ଷ୍ଟେଟ ବ୍ୟାଙ୍କରେ ଭିଡ ଅସମ୍ଭାଳ ହୋଇଥିଲା। ସରକାରୀ କଟକଣାକୁ ଏଠାରେ ହେୟଜ୍ଞାନ କରାଯାଇଥିଲା। ଟିଟିଲାଗଡ ପୌରାଞ୍ଚଳରେ ୫୧ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ଜଣାପଡିଛି। ସହରରେ ୩୫୧ ସଂକ୍ରମଣ ମାମଲା ସକ୍ରିୟ ରହିଛି। ଗ୍ରାମାଞ୍ଚଳରେ ୧୧୧ଟି ସଂକ୍ରମଣ ମାମଲା ଅଛି। ଏସବୁ ଭିତରେ ଅନେକ ସଂକ୍ରମିତ ଗୁରୁତର ହୋଇ ବଲାଙ୍ଗିର, ବରଗଡ ତଥା ଭୁବନେଶ୍ୱରରେ ଚିକିତ୍ସାଧିନ ଥିବା ଜଣାପଡିଛି। ସରକାରୀ ଭାବରେ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଅନେକ ଲୋକ ଭୟରେ ନିଜ ପରୀକ୍ଷା ପାଇଁ ଇଚ୍ଛା ପ୍ରକାଶ କରୁ ନଥିବା ବେଳେ ଡାକ୍ତରଙ୍କ ପରାମର୍ଶ ତଥା ଏପରିକି ବିନା ପରାମର୍ଶରେ ଭଳି ବିଭିନ୍ନ ଔଷଧ କିଣି ଖାଉଛନ୍ତି। ଅନେକ ଲୋକ ଆର୍ୟୁବେଦିକ ଓ ଚେରିମୂଳି ଆଦି ଘରୋଇ ଉପଚାର ଭରସାରେ ରହିଛନ୍ତି। ଶରୀରରେ ଅମ୍ଲଜାନ ସ୍ତର ମାପ ଯନ୍ତ୍ର, ଗରମ ବାମ୍ଫ ନେବା ଯନ୍ତ୍ରର କଳାବଜାର ଚାଲିଛି।

 

- Advertisement -

ଏସବୁ ମଧ୍ୟରେ ଗ୍ରାମାଞ୍ଚଳରେ ପ୍ରହରୀ, ନାମ ଯଜ୍ଞ ଆରମ୍ଭ ହେବା ଚିନ୍ତା ବୃଦ୍ଧି କରିଛି। ବ୍ଲକ ଅଞ୍ଚଳର ବୁରାବନ୍ଧରେ ଅଷ୍ଟ ପ୍ରହରୀ ନାମଯଜ୍ଞ ଓ ସେବତିପଡାରେ ଷୋହଳ ପ୍ରହର ନାମଯଜ୍ଞ ସୋମବାର ସକାଳୁ ଆରମ୍ଭ ହୋଇଛି। ଏସମ୍ପର୍କରେ କିଛି ବୁଦ୍ଧିଜୀବୀ ଟିଟିଲାଗଡ ଉପଜିଲାପାଳ, ବଲାଙ୍ଗିର ଜିଲାପାଳଙ୍କୁ ଅବଗତ କରିଥିବା ଜଣାପଡିଛି। ପୂର୍ବରୁ ଧାର୍ଯ୍ୟ ଲଗ୍ନ ନେଇ ଅନେକ ଲୋକ ବିବାହ କରିବାକୁ ଯାଉଛନ୍ତି। ଏନେଇ ବର ଓ କନ୍ୟା ପକ୍ଷ ପୃଥକ ଭାବରେ ନିୟମ ମାନି ଚଳିବୁ ବୋଲି ଥାନାରେ ଲିଖିତ ଅବଗତି ନିମନ୍ତେ ପହଞ୍ଚୁଥିବା ଦେଖାଯାଇଛି। ବଲାଙ୍ଗିର ସାଂସଦ ସଙ୍ଗିତା ସିଂହଦେଓ ଟିଟିଲାଗଡ ସରକାରୀ ଡାକ୍ତରଖାନାକୁ ଏକ ସିଟି ସ୍କାନ ମେସିନ ପ୍ରଦାନ ପାଇଁ ସାଂସଦ ନିଧି ପାଣ୍ଠି ଯୋଗାଇଦେବେ ବୋଲି ଜିଲାପାଳଙ୍କୁ ପ୍ରସ୍ତାବ ଦେଇଥିବା ସୂଚନା ମିଳିଛି। ସେହିପରି ଟିଟିଲାଗଡ ଡାକ୍ତରଖାନାରେ ଏକ ଜୀବନ ସୁରକ୍ଷାକାରୀ ଆମ୍ବୁଲାନ୍ସ ଓ ପିପଲପଦର କରୋନା ସେବା କେନ୍ଦ୍ରରେ ବିଶେଷଜ୍ଞ ଡାକ୍ତର, ସ୍ୱତନ୍ତ୍ର ଯତ୍ନ କଠୋରୀ(ଆଇସିୟୁ) ସୁବିଧା ପାଇଁ ନାଗରିକ ମଞ୍ଚ ପକ୍ଷରୁ ଦାବି ହୋଇଛି।

Hot this week

ପ୍ରଦୂଷଣମୁକ୍ତ ପରିବେଶ ଗଠନରେ ପ୍ରଶାସନ ଅପାରଗ, ଲୋକେ ଅତିଷ୍ଠ

ରେଙ୍ଗାଲିକ୍ୟାମ୍ପ: ଅତାବିରା ଏନ୍ଏସିରେ ସ୍ୱଚ୍ଛ ପରିବେଶ, ସୁସ୍ଥ ପରିବେଶର ପରିକଳ୍ପନା ଦୂରେଇ...

ନୂଆ ମ୍ୟୁଜିକାଲ ୟୁଟ୍ୟୁବ୍ ଚ୍ୟାନେଲ ‘ଆନନ୍ଦ ନିର୍ଝର’ର ଶୁଭାରମ୍ଭ

ଭୁବନେଶ୍ୱର: ନୂଆ ମ୍ୟୁଜିକାଲ୍ ୟୁଟ୍ୟୁବ୍ ଚ୍ୟାନେଲ 'ଆନନ୍ଦ ନିର୍ଝର'ର ଶୁଭାରମ୍ଭ ଉତ୍ସବ...

ଆମେରିକା, କୋରିଆ, ଜାପାନ… ସମସ୍ତଙ୍କୁ ପଛରେ ପକାଇ, ରେଳବାଇରେ ଭାରତ କିପରି ସଫଳ ହେଲା ?

ନୂଆଦିଲ୍ଲୀ: ଗତ ୭୫ ବର୍ଷ ମଧ୍ୟରେ ଭାରତ ରେଳ ବିଦ୍ୟୁତୀକରଣରେ ଉଲ୍ଲେଖନୀୟ...

ଦିଲ୍ଲୀ ଦଙ୍ଗା ଷଡ଼ଯନ୍ତ୍ର ମାମଲା: ଷଡ଼ଯନ୍ତ୍ରକାରୀ ଉମର ଖଲିଦକୁ ଅନ୍ତରୀଣ ଜାମିନ

ସମାଜଲାଇଭ ଡେସ୍କ: ୨୦୨୦ ଉତ୍ତର-ପୂର୍ବ ଦିଲ୍ଲୀ ଦଙ୍ଗା ଷଡ଼ଯନ୍ତ୍ର ମାମଲାର ଅଭିଯୁକ୍ତ...

ପାଚିଲା କଦଳୀରୁ ପୁଷ୍ଟିକର ଖାଦ୍ୟ ପିଲାଙ୍କୁ ଦିଅନ୍ତୁ

କଦଳୀକୁ ବିଭିନ୍ନ ପ୍ରକାରର ଖାଦ୍ୟ ପ୍ରସ୍ତୁତ କରିବା ପାଇଁ ବ୍ୟବହାର କରାଯାଇପାରିବ।...

Related Articles

Popular Categories