www.samajalive.in
Saturday, December 6, 2025
23.1 C
Bhubaneswar

ଅଲଗା ହେଲେ ସାଇନା-କାଶ୍ୟପ

ହାଇଦରାବାଦ: ଅଲିମ୍ପିକ୍‌ସ କାଂସ୍ୟ ପଦକ ବିଜୟିନୀ ସାଇନା ନେହୱାଲ ଓ ବ୍ୟାଡ୍‌ମିଣ୍ଟନ ଖେଳାଳି ତାଙ୍କ ପତି ପାରୁପଲ୍ଲି କାଶ୍ୟପଙ୍କ ମଧ୍ୟରେ ବିବାହ ବିଚ୍ଛେଦ ଘଟିଛି। ୩୫ ବର୍ଷ ବୟସ୍କା ତାରକା ବ୍ୟାଡ୍‌‌ମିଣ୍ଟନ ଖେଳାଳି ସାଇନା ସାମାଜିକ ଗଣମାଧ୍ୟମ ଇନ୍‌‌ଷ୍ଟାଗ୍ରାମ ଜରିଆରେ ଉଭୟ ପୃଥକ୍‌ ହୋଇଥିବା ସୂଚନା ଦେଇଛନ୍ତି। ‘ଜୀବନ ଆମକୁ କେତେବେଳେ ଭିନ୍ନ ଦିଗରେ ନେଇଥାଏ। ବହୁ ଚିନ୍ତା ଓ ବିଚାର ପରେ କଶ୍ୟପ ଓ ମୁଁ ଶେଷରେ ଅଲଗା ହେବାକୁ ନିଷ୍ପତ୍ତି ନେଲୁ’ ବୋଲି ସାଇନା ଏଥିରେ ଲେଖିଛନ୍ତି। କାଶ୍ୟପ କିନ୍ତୁ ଏନେଇ କିଛି କହିନାହାନ୍ତି। ୭ ବର୍ଷର ବିବାହ ବନ୍ଧନ ପରେ ଏହି ଚର୍ଚ୍ଚିତ କ୍ରୀଡ଼ା ଦମ୍ପତି ଅଲଗା ହେବାକୁ ନିଷ୍ପତ୍ତି ନେଇଛନ୍ତି। ଉଭୟ ସାଇନା ଓ କାଶ୍ୟପ ହାଇଦରାବାଦ୍‌‌ସ୍ଥିତ ପୁଲୈଲା ଗୋପୀଚାନ୍ଦ ଏକାଡେମୀରେ ଦୁଇ ଦଶନ୍ଧି ପୂର୍ବରୁ ଏକାଠି ପ୍ରଶିକ୍ଷଣ ନେଉଥିଲେ। ୨୦୦୪ରୁ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା। ସାଇନା ଓ କାଶ୍ୟପ ଯେତେବେଳେ ଜାତୀୟ ଓ ଅନ୍ତର୍ଜାତୀୟ ପ୍ରତିଯୋଗିତା ଖେଳିବାକୁ ଯାଇଥାଆନ୍ତି; ପରସ୍ପରକୁ ଯାହାଯ୍ୟ କରିଥାଆନ୍ତି। ଶେଷରେ ୨୦୧୮ରେ ଦୁହେଁ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ୨୦୧୨ ଲଣ୍ଡନ ଅଲିମ୍ପିକ୍‌ସରେ ସାଇନା କାଂସ୍ୟ ପଦକ ଜିତି ଐତିହାସିକ ସଫଳତା ପାଇଥିଲେ। ସେହି ଅଲିମ୍ପିକ୍‌ସରେ କାଶ୍ୟପ କ୍ବାର୍ଟରଫାଇନାଲ ଖେଳିଥିଲେ। ଦେଶର ପ୍ରଥମ ପୁରୁଷ ବ୍ୟାଡ୍‌‌ମିଣ୍ଟନ ଖେଳାଳି ଭାବେ ସେ ଅଲିମ୍ପିକ୍‌ସର କ୍ବାର୍ଟରଫାଇନାଲରେ ପହଞ୍ଚିଥିଲେ।

Hot this week

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

Related Articles

Popular Categories