www.samajalive.in
Saturday, December 6, 2025
26.1 C
Bhubaneswar

ଜୀବନର ଦ୍ବିତୀୟ ପାଳି ଅାରମ୍ଭ କଲେ ସାଇନା ନେହୱାଲ

ନୂଆଦିଲ୍ଲୀ : ଭାରତର ଷ୍ଟାର ବ୍ୟାଡମିଣ୍ଟନ୍ ଖେଳାଳି ସାଇନା ନେହୱାଲ ଶୁକ୍ରବାର ନିଜ ଜୀବନର ଦ୍ବିତୀୟ ପାଳି ଅାରମ୍ଭ କରିଛନ୍ତି ଅର୍ଥାତ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ସେ ଭାରତର ଷ୍ଟାର ପୁରୁଷ ବ୍ୟାଡମିଣ୍ଟନ ଖେଳାଳି ପାରୁପଲ୍ଲୀ କଶ୍ୟପଙ୍କୁ ମୁମ୍ବାଇଠାରେ ବିବାହ କରିଛନ୍ତି। ସାଇନା ବିବାହ ଫଟୋକୁ ନିଜ ଟ୍ବିଟର ଆକାଉଣ୍ଟରେ ଟ୍ବିଟ କରି ଲେଖିଛନ୍ତି ‘‘ଏହା ମୋ ଜୀବନର ସର୍ବଶ୍ରେଷ୍ଠ ମ୍ୟାଚ’’। ଦୁଇ ଖେଳାଳି କିଛିଦିନ ପୂର୍ବରୁ ଇନ୍‌ଷ୍ଟାଗ୍ରାମ୍‌ରେ ଫଟୋ ସେୟାର କରିଥିଲେ। ଯେଉଁଥିରେ ଦୁହିଁଙ୍କ ପରିବାର ଲୋକ ଉପସ୍ଥିତି ଥିବା ନଜର ଆସିଥିଲା।

ସୂଚନାଯୋଗ୍ୟ, ଦୁହେଁ ହାଇଦ୍ରାବାଦ୍‌ରେ ରହୁଥିବା ବେଳେ ୧୦ବର୍ଷ ହେବ ପ୍ରେମ ସମ୍ପର୍କ ରହିଥିବା ଜଣାପଡିଛି। ଉଭୟଙ୍କ ବିବାହ ଡିସେମ୍ବର ୧୬ରେ ହେବାର ଥିଲା। ମାତ୍ର କୌଣସି କାରଣରୁ ଦୁଇ ଦିନ ପୂର୍ବରୁ ଅତି ସାଧାରଣ ଭାବେ ଉଭୟ ବିବାହ କରିଛନ୍ତି। ନେହଓ୍ଵାଲ  ନିକଟରେ ଓ୍ଵାଲର୍ଡ ବ୍ୟାଡମିଣ୍ଟନ୍‌ ର‍୍ୟାଙ୍କିଙ୍ଗରେ ନବମସ୍ଥାନ ଅଧିକାର କରିଛନ୍ତି।

- Advertisement -

 

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories