www.samajalive.in
Saturday, December 6, 2025
14.1 C
Bhubaneswar

ଶହୀଦ ରଘୁ-ଦିବାକରଙ୍କର ମା’ ମାଟି ଓ ମାତୃଭାଷା ପାଇଁ ଅବଦାନ ଅତୁଳନୀୟ

ଭୁବନେଶ୍ୱର: ରଣପୁର ପ୍ରଜା ଆନ୍ଦୋଳନର ନେତୃତ୍ୱନେଇ ଶହୀଦ୍ ହୋଇଥିବା ନୟାଗଡ଼ ମାଟିର ବୀର କବି, ବିପ୍ଳବୀ ଶହୀଦ୍ ରଘୁ-ଦିବାକରଙ୍କର ୮୨ତମ ବଳିଦାନ ଦିବସ ସ୍ଥାନୀୟ ୟୁନିଟ୍-୯ ପ୍ରତିମୂର୍ତ୍ତିସ୍ଥଳରେ ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ଏବଂ ରଘୁ-ଦିବାକର ସ୍ମୃତି ସଂସଦ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅଧ୍ୟକ୍ଷ ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ପ୍ରଦ୍ୟୁମ୍ନ ଶତପଥୀ ଯୋଗଦେଇ କହିଥିଲେ ଯେ ଶହୀଦ୍ ରଘୁ-ଦିବାକରଙ୍କର ମା’ ମାଟି ଓ ମାତୃଭାଷା ପାଇଁ ଅବଦାନ ଅତୁଳନୀୟ। ତତ୍କାଳୀନ ଅତ୍ୟାଚାରୀ ରାଜାଙ୍କ କବଳରୁ ସାଧାରଣ ପ୍ରଜାଙ୍କୁ ମୁକ୍ତି ଦେବାରେ ତାଙ୍କର ବଳିଦାନ ଆଜି ବି ଚିରସ୍ମରଣୀୟ ହୋଇରହିଛି। ସ୍ମୃତି ସଂସଦର ସାଧାରଣ ସଂପାଦକ ବ୍ରଜବନ୍ଧୁ ପରିଡ଼ାଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସଂସ୍କୃତି ବିଭାଗର ଅନୁସଚିବ ଲକ୍ଷ୍ମୀଧର ବେହେରା, ପ୍ରବୀର ମହାନ୍ତି, ପ୍ରାଧ୍ୟାପକ ରମେଶ ଚନ୍ଦ୍ର ପାତାଳସିଂ, ସୁରେନ୍ଦ୍ର ସାହୁ ପ୍ରମୁଖ ଯୋଗଦେଇ ଆଜିର ଯୁବପୀଢ଼ୀ ଶହିଦ ରଘୁ-ଦିବାକରଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଆହ୍ବାନ ଦେଇଥିଲେ। ସାରସ୍ୱତ ପ୍ରତିଭାଧାରୀ ପୂର୍ଣ୍ଣଚନ୍ଦ୍ର ଜେନା, ପ୍ରାଧ୍ୟାପିକା ବୀଣା ମିଶ୍ର, ଶିକ୍ଷୟିତ୍ରୀ ସୁକାନ୍ତି ପଣ୍ଡା, ଗବେଷକ ଲବଣେଶ୍ୱର ବାରିକ, ସମାଜସେବୀ ନିରଞ୍ଜନ ପରିଡ଼ା, ଦିନେଶ କୁମାର ସ୍ୱାଇଁ, ଲେଖିକା ମନିଷା ରାୟ ଏବଂ ‘ବୋଉ’ର ସଂପାଦକ ସଂଜୟ କୁମାର ଚୌଧୁରୀଙ୍କୁ ଶହୀଦ୍ ରଘୁ-ଦିବାକର ସ୍ମୃତି ସମ୍ମାନ ୨୦୨୨ ପ୍ରଦାନ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ମୁଖପାତ୍ର ଅରବିନ୍ଦ ତ୍ରିପାଠୀ ସଂଯୋଜନା କରିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories