www.samajalive.in
Saturday, December 6, 2025
15.1 C
Bhubaneswar

କେଉଁମାନେ ତରଭୂଜ ଖାଇବା ଉଚିତ ନୁହେଁ

ସସସ୍ତ ପ୍ରକାର ଫଳ ଖାଇବା ସ୍ୱାସ୍ଥ୍ୟ ପାଇଁ ବେଶ ଉପକାରୀ। ବିଶେଷ କରି ଖରାଦିନେ କିଛି ସ୍ୱତନ୍ତ୍ର ଫଳ ଖାଇବା ନିତାନ୍ତ ଆବଶ୍ୟକ। ସେଭଳି ଏକ ଖରାଦିନିଆ ଫଳ ହେଉଛି ତରଭୂଜ। ଏଥିରେ ପ୍ରଚୁର ପରିମାଣରେ ଜଳୀୟଅଂଶ ରହିଥାଏ। ଶରୀରରେ ଜଳର ଅଭାବକୁ ଦୂର କରିଥାଏ। ତରଭୂଜରେ ଭିଟାମିନ,ମିନେରାଲ୍ସ, ଆଣ୍ଟି-ଅକ୍ସିଡାଣ୍ଟ ଭରପୁର ମାତ୍ରାରେ ରହିଛି। ଏହାକୁ ଖାଇବା ଦ୍ୱାରା ଶରୀରକୁ ଅନେକ ରୋଗରୁ ଦୂରେଇ ରଖିଥାଏ।
ଅନେକ ସ୍ୱାସ୍ଥ୍ୟ ଉପକାରୀ ଗୁଣ ଥିବା ସହ କିଛି ଲୋକେ ତରଭୂଜ ଖାଇବା ଦ୍ୱାରା ସେମାନଙ୍କ ପାଇଁ କ୍ଷତିକାରକ ହୋଇଥାଏ। ଜାଣନ୍ତୁ କେଉଁମାନେ ତରଭୂଜ ଖାଇବା ଉଚିତ ନୁହେଁ।
ଥଣ୍ଡା ଜ୍ୱର,କାଶ ଆଦି ହୋଇଥିଲେ ତରଭୂଜ ଖାଆନ୍ତୁ ନାହିଁ। ଥଣ୍ଡା ସମୟରେ ତରଭୂଜ ଖାଇବା ଦ୍ୱାରା ଅଧିକ ସମସ୍ୟା ହୋଇଥାଏ।
ତରଭୂଜରେ ପୋଟାସିୟମର ଅଧିକ ମାତ୍ରା ରହିଥାଏ। ହୃଦ ଜନିତ ସମସ୍ୟା ଥିବା ବ୍ୟକ୍ତି ତରଭୂଜ ଖାଇବା ଉଚିତ ନୁହେଁ।
ମଧୁମେହ ରୋଗୀ ଖୁବ କମ ପରିମାଣରେ ଏହାର ସେବନ କରି ପାରିବେ।
ତରଭୂଜରେ ଫାଇବର ଭରପୁର ପରିମାଣରେ ରହିଛି। ଯେଉଁମାନଙ୍କର ପେଟ ଜନିତ ସମ୍ୟା ଲାଗି ରହିଥାଏ.ସେମାନେ ମଧ୍ୟ ଖୁବ କମ ପରିମାଣରେ ତରଭୂଜ ସେବନ କରିବା ଉଚିତ।
ଯେଉଁମାନଙ୍କର ହାଡ,ଆଣ୍ଠୁଗଣ୍ଠି ଜନିତ ସମସ୍ୟା ରହିଛି, ସେମାନେ ଅଧିକ ପରିମାଣରେ ତରଭୂଜ ଖାଇଲେ ଏହି ସମସ୍ୟା ଅଧିକ ହୋଇଥାଏ।
ବିଶେଷଜ୍ଞଙ୍କ ମତରେ ରାତିରେ ତରଭୂଜ ଖାଇବା ଉଚିତ ନୁହେଁ। ଏହାଦ୍ୱାରା ସ୍ୱାସ୍ଥ୍ୟ ଜନିତ କିଛି ସମସ୍ୟା ସୃଷ୍ଟି ହୋଇଥାଏ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories