www.samajalive.in
Saturday, December 6, 2025
23.1 C
Bhubaneswar

ସାହିଦ ଆଫ୍ରିଦି କରୋନାରେ ଆକ୍ରାନ୍ତ

ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ଅଲ୍‌ରାଉଣ୍ଡର ସାହିଦ ଆଫ୍ରିଦି କରୋନା ଭୂତାଣୁ ଦ୍ବାରା ସଂକ୍ରମିତ ହୋଇଛନ୍ତି। ତାଙ୍କଠାରେ କରୋନା ଲକ୍ଷଣ ଦେବା ପରେ ତାଙ୍କର ପରୀକ୍ଷା କରାଯାଇଥିଲା, ଯାହାର ରିପୋର୍ଟ ପଜିଟିଭ ଆସିଛି। ଶନିବାର ଏ ନେଇ ଆଫ୍ରିଦି ଟ୍ବିଟ୍‌ କରି ସୂଚନା ଦେଇଛନ୍ତି।

ଆଫ୍ରିଦି ଟ୍ବିଟ୍‌ରେ ଲେଖିଛନ୍ତି ଯେ, ଗତ ଗୁରୁବାରଠାରୁ ମୁଁ ଅସୁସ୍ଥ ଅନୁଭବ କରିଆସୁଛି। ମୋ ଶରୀର ଅତ୍ୟନ୍ତ ଖରାପ ଲାଗୁଥିଲା। ଏହା ପରେ ମୋର କରୋନା ପରୀକ୍ଷା କରାଯାଇଥିଲା ଏବଂ ଦୁର୍ଭାଗ୍ୟବଶତଃ ମୁଁ କୋଭିଡ୍‌ ପଜିଟିଭ। ଶୀଘ୍ର ସୁସ୍ଥ ହେବା ଲାଗି ପ୍ରାର୍ଥନା କରନ୍ତୁ ବୋଲି ଆଫ୍ରିଦି ଲେଖିଛନ୍ତି। ସୂଚନାଯୋଗ୍ୟ, ନିକଟରେ ଆଫ୍ରିଦି କରୋନା ଯୁଦ୍ଧରେ ସାମିଲ ହୋଇଥିଲେ। ବାଂଲାଦେଶର ମୁଶଫିକର ରହିମ କରୋନା ଯୁଦ୍ଧ ପାଇଁ ପାଣ୍ଠି ସଂଗ୍ରହ ଲାଗି ଏକ ବ୍ୟାଟ୍‌ ନିଲାମ କରିଥିଲେ। ଏହି ବ୍ୟାଟ୍‌କୁ ଆଫ୍ରିଦି ତାଙ୍କ ଚାରିଟି ଫାଉଣ୍ଡେଶନ ପକ୍ଷରୁ ୨୦ ହଜାର ଡଲାରରେ କିଣିଥିଲେ। ଏହି ଅର୍ଥକୁ କରୋନା ପାଣ୍ଠିକୁ ଦାନ କରାଯାଇଥିଲା।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories