କଟକ : ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ସିଆରପିଏଫ ଯବାନ ମାନଙ୍କ ଉଦ୍ଦେଶ୍ୟରେ ବିଜେପି ନୂଆବଜାର ମଣ୍ଡଳ ପକ୍ଷରୁ ଏକ କ୍ୟାଣ୍ଡେଲ ରାଲି ଅନୁଷ୍ଠିତ ହୋଇ ଯାଇଛି। ଏହି ଅବସରରେ ଆତଙ୍କବାଦୀଙ୍କୁ ପ୍ରଶ୍ରୟ ଦେଉଥିବା ପାକିସ୍ତାନର ଏହି ନାରକୀୟ କାଣ୍ଡକୁ ଦୃଢ ନିନ୍ଦା କରାଯାଇଛି। ବିଜେପିର ବରିଷ୍ଠ ନେତା ତଥା ଉପ ସଭାପତି ନୟନ କିଶୋର ମହାନ୍ତିଙ୍କ ନେତୃତ୍ୱରେ ବହୁ ବିଜେପି କାର୍ଯ୍ୟକର୍ତ୍ତା କ୍ୟାଣ୍ଡେଲ ରାଲିରେ ଯୋଗଦେବା ସହିତ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ପାକିସ୍ତାନର ଏହି ବର୍ବର କାଣ୍ଡକୁ ସମସ୍ତେ ଦୃଢ ନିନ୍ଦା କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ।
Popular Categories



