QNETIC – Mobile

ଗୋଲବଜାର ଛକରେ ଶହୀଦ ଭଗତ ସିଂହ ଜୟନ୍ତୀ ପାଳିତ

ସମ୍ବଲପୁର  : ସ୍ଥାନୀୟ ଗୋଲବଜାର ଛକ ସ୍ଥିତ ସହିଦ ଛକ ଠାରେ ଶହୀଦ ଭଗତ ସିଂହଙ୍କ ୧୧୬ତମ ଜୟନ୍ତୀ ପାଳିତ ହୋଇଯାଇଛି । ଗୁରୁବାର ପୂର୍ବାହ୍ନରେ ଟିମ ସିଦ୍ଧୁ ସାହାର ସଦସ୍ୟ ମାନେ ଏହି ଜୟନ୍ତୀ ପାଳନ କରିଛନ୍ତି । ଶହୀଦ ଭଗତ ସିଂହଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଦେବା ସହିତ ଇନକ୍ଲାବ ଜିନ୍ଦାବାଦର ନାରା ଦିଆଯାଇ ମିଷ୍ଠାନ୍ନ ବଣ୍ଟନ ମଧ୍ୟ କରାଯାଇଥିଲା। ଏହି ଅବସରରେ ବକ୍ତା ମାନେ ଶହୀଦ ଭଗତ ସିଂହଙ୍କ ଜୀବନୀ, ଆଦର୍ଶ ଓ ଦେଶ ପାଇଁ ବଳିଦାନ ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ କମଲ ଅଗ୍ରୱାଲ, ସଞ୍ଜୀବ ଖଣ୍ଡେଲୱାଲ, ଆଦି ନନ୍ଦ, ରାଜା ସିକନ୍ଦର, ଭଗତ ସିଂହ, ପିଙ୍କୁ ସିଂହ, ଧୀରଜ ମହାରଣା, ମୁକେଶ ଧନପାଲ, ଧୀବା ବିଭାର, ସନି, ଦିଗନ୍ତ ଜେନା ଙ୍କ ସମେତ ଅନେକ ସଦସ୍ୟ ଓ ଅଞ୍ଚଳବାସୀ ଉପସ୍ଥିତ ରହିଥିଲେ।

Comments are closed.