ସାହାରପଡ଼ାରେ ଘରେ ଘରେ କଂଗ୍ରେସ, ଘରେ ଘରେ ହାତ ଅଭିଯାନ

ପାଟଣା : ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ସାହାରପଡ଼ା ବ୍ଲକ କଂଗ୍ରେସ ତରଫରୁ ଶନିବାର ସାହାରପଡ଼ା ବ୍ଲକରେ ଘରେ ଘରେ କଂଗ୍ରେସ ଘରେ ଘରେ ହାତ ଅଭିଯାନର ଶୁଭାରମ୍ଭ ହୋଇଛି । କଂଗ୍ରେସ ଦଳ ଏବେ ଘରକୁ ଘର ବୁଲି ମତଦାତାଙ୍କ ନିକଟରେ ପହଞ୍ଚୁଛି । କେନ୍ଦ୍ରର ବିଜେପି ଓ ରାଜ୍ୟର ବିଜେଡ଼ି ସରକାରଙ୍କ ମିଛ ପ୍ରତିଶ୍ରୁତି ଓ ପ୍ରତାରଣାକୁ ମତଦାତାଙ୍କୁ ଅବଗତ କରିବା ପାଇଁ କଂଗ୍ରେସ ଦଳ ଏବେ ଅଣ୍ଟା ଭିଡ଼ିଛି। ସାହାରପଡ଼ା ବ୍ଲକ କଂଗ୍ରେସ ସଭାପତି ମୁକୁନ୍ଦ ମହାନ୍ତଙ୍କ ଆବାହକତ୍ଵରେ ଅନୁଷ୍ଠିତ ହୋଇଥିବା ଏହି ଅଭିଯାନରେ କଂଗ୍ରେସ ରାଜ୍ୟ ଉପସଭାପତି, ସାମାଜିକ ଗଣମାଧ୍ୟମ ତଥା ପାଟଣାର ପୂର୍ବତନ ବିଧାୟକ ପ୍ରାର୍ଥୀ ଇଂ ବିନୋଦ ବିହାରୀ ନାଏକ, ଜିଲ୍ଲା କଂଗ୍ରେସର ଯୁବ ସଭାପତି ସୁନେଶ ଧୀର, ପୂର୍ବତନ ବିଧାୟକ ହୃଷୀକେଶ ନାଏକ,କଂଗ୍ରେସ ସେବାଦଳର ଜିଲ୍ଲା ସଭାପତି ବୀରଭଦ୍ର ମହାନ୍ତ,ଜିଲ୍ଲା କଂଗ୍ରେସ ଉପସଭାପତି କୈଳାଶ ଚନ୍ଦ୍ର ବାରିକ, ସଂଯୋଜକ ଶିବ କୁମାର ବେହେରା, ପାଟଣା ବ୍ଲକ ସଭାପତି ଶତ୍ରୁଘ୍ନ ସିଂହ ପ୍ରମୁଖ ଯୋଗ ଦେଇ ରାଜ୍ୟ ଓ କେନ୍ଦ୍ର ସରକାର କିପରି ଲୋକଙ୍କୁ ମିଛ ପ୍ରତିଶ୍ରୁତି ଦେଇ ପ୍ରତାରଣା କରୁଛନ୍ତି ସେ ଉପରେ ମତଦାତାଙ୍କୁ ଘରକୁ ଘର ବୁଲି ଅବଗତ କରିଥିଲେ। ଆଜି ସାହାରପଡ଼ା ପଞ୍ଚାୟତର ଦୁବେଇପେଣ୍ଠ, ତଣ୍ଡୋ, ଗୋରାଣ୍ଡିଯୋଡ଼ି ଆଦି ଗ୍ରାମ ପରିକ୍ରମା କରି ଘର ଘର ବୁଲି ଲୋକଙ୍କୁ ସଚେତନତା କରିବା ସହିତ ଦେଶ, ରାଜ୍ୟ ଓ ଏ ଅଞ୍ଚଳ ପାଇଁ କଂଗ୍ରେସର ଅବଦାନ ଉପରେ ଆଲୋକପାତ କରିଥିଲେ। ଆଜି ପ୍ରତି ଗାଁ ରେ ଯେଉଁ ସ୍କୁଲ ଦେଖୁଛନ୍ତି, କଲେଜ ଦେଖୁଛନ୍ତି, ବ୍ଲକ ଅଫିସ ଦେଖୁଛନ୍ତି, ପଞ୍ଚାୟତ ଅଫିସ୍ ଦେଖୁଛନ୍ତି, ମେଡିକାଲ, ସ୍ବାସ୍ଥ୍ୟ କେନ୍ଦ୍ର, ପଶୁ ଚିକିତ୍ସାଳୟ ଦେଖୁଛନ୍ତି ଏଗୁଡ଼ିକ ସବୁ କଂଗ୍ରେସ ସରକାର ସମୟର। ବିଜେପି – ବିଜେଡ଼ି ମେଣ୍ଟର ୯ ବର୍ଷ ସହିତ ବିଜେଡ଼ି ର ୨୪ ବର୍ଷ ଏବଂ ବାଜପେୟୀଙ୍କ ୬ ବର୍ଷ ଏବଂ ନରେନ୍ଦ୍ର ମୋଦୀଙ୍କ ୧୦ ବର୍ଷ ଶାସନ ରେ ଗ୍ରାମାଞ୍ଚଳରେ ଗୋଟିଏ ଡାକ୍ତରଖାନା ଦୂରେ ଥାଉ ଖଣ୍ଡେ ଏ ଏନ ଏମ ସେଣ୍ଟର ମଧ୍ୟ ଖୋଲି ପାରିଲା ନାହିଁ କିମ୍ବା ଖଣ୍ଡେ ପ୍ରାଥମିକ ବିଦ୍ୟାଳୟ ମଧ୍ୟ ଖୋଲି ନାହାନ୍ତି । ମିଛରେ ନିର୍ବାଚନ ପୂର୍ବରୁ ଛତା, ଜୋତା, କମଳ ବାଣ୍ଟି ଆମେ ବିକାଶ କରୁଛୁ ବୋଲି ଡିଣ୍ଡିମ ପିଟି ଚାଲିଛନ୍ତି। ଆଜି ଯେଉଁ ଅଙ୍ଗନୱାଡ଼ି, ଆଶା, ଗାଁ ସାଥି, ପାଚିକା, ଶିକ୍ଷକ ଦେଖୁଛନ୍ତି ଏଗୁଡ଼ିକ ସବୁ କଂଗ୍ରେସ ସରକାରର ସୃଷ୍ଟି। ଆଜି କେନ୍ଦ୍ରର କ୍ଷମତାସୀନ ବିଜେପି ଓ ରାଜ୍ୟର ବିଜେଡ଼ି ସରକାର ତାଙ୍କୁ ଉପଯୁକ୍ତ ସମ୍ମାନ ଓ ଦରମା ଦେଇ ପାରୁ ନାହାଁନ୍ତି । ଯେଉଁଥି ପାଇଁ ସେମାନେ ଆଜି ରାଜରାସ୍ତାକୁ ବାହାରି ଆନ୍ଦୋଳନ କରୁଛନ୍ତି । ଏହାକୁ ବିକାଶ କୁହାଯିବ କି ବୋଲି ଗ୍ରାମବାସୀଙ୍କୁ ଅବଗତ କରାଯାଇଥିଲା। ଆଜି ଦେଶ ବେକାରୀ ରେ ୪୫ ବର୍ଷ ର ରେକର୍ଡ ଭାଙ୍ଗି ବେରୋଜଗାରୀ ଚରମ ସୀମାରେ ପହଞ୍ଚି ଥିବାବେଳେ ଦରଦାମ ବୃଦ୍ଧି ଆକାଶ ଛୁଆଁ ହୋଇଛି। କଂଗ୍ରେସ ସରକାର ସମୟରେ ପେଟ୍ରୋଲ ୭୦, ଡ଼ିଜେଲ ୫୦ ଓ ହରଡ ଡାଲି କିଲୋ ୬୦ ଟଙ୍କା, ଗ୍ୟାସ ସିଲିଣ୍ଡର ୪୦୦ ଟଙ୍କା ରେ ମିଳୁଥିଲା କିନ୍ତୁ ଆଜି ପେଟ୍ରୋଲ, ଡ଼ିଜେଲ ଶତକ ମାରି ସାରିଥିବା ବେଳେ ଡାଲି ୧୬୦ଟଙ୍କା, ଗ୍ୟାସ ସିଲିଣ୍ଡର ୧ ହଜାର ଟଙ୍କା ହୋଇଛି। ଏହା ବିକାଶ ନା ବିନାଶ ନା ଶୋଷଣ ଆପଣ ମାନେ ଚିନ୍ତା କରନ୍ତୁ ବୋଲି ପୂର୍ବତନ ବିଧାୟକ ପ୍ରାର୍ଥୀ ଇଂ ବିନୋଦ ବିହାରୀ ନାଏକ କହିଥିଲେ । କାର୍ଯ୍ୟକ୍ରମକୁ ବହୁତ ସଂଖ୍ୟା ରେ କଂଗ୍ରେସ କର୍ମୀ ସହଯୋଗ କରିଥିଲେ। ଅନ୍ତର୍ଯ୍ୟାମୀ ବେହେରା, ରବି ସେଠୀ, ବେଣୁ ମହାନ୍ତ, ଅନ୍ତର୍ଯ୍ୟାମୀ ବେହେରା, ଯଶୋବନ୍ତ ମହାନ୍ତ, ସେକ୍ ଇସାଦୁଲ୍,ଚିତ୍ତରଞ୍ଜନ ରାଉତ, ଚିତ୍ତରଞ୍ଜନ ତରେଇ, ମଧୁ ସାହୁ, ଗୌର ଦାଶ, ବଳରାମ ମାଝୀ ପ୍ରମୁଖ ଅଭିଯାନରେ ସାମିଲ ଥିଲେ।

Comments are closed.