www.samajalive.in
Monday, December 15, 2025
26.1 C
Bhubaneswar

କରୋନା ପୀଡ଼ିତ ଅମିତ୍ ଶାହାଙ୍କ ଆରୋଗ୍ୟ କାମନା କଲେ ରାହୁଳ ଗାନ୍ଧୀ

କେନ୍ଦ୍ର ଗୃହମନ୍ତ୍ରୀ ତଥା ବିଜେପି ନେତା ଅମିତ୍ ଶାହା ଆଜି କରୋନା ପଜିଟିଭ୍ ଜଣା ପଡ଼ିବା ପରେ ଗୁରୁଗାଓଁର ମେଦାନ୍ତ ଡ଼ାକ୍ତରଖାନାରେ ଭର୍ତି ହୋଇଛନ୍ତି । ସେ ନିଜେ ଟ୍ବିଟ୍ କରି ଏ ସମ୍ପର୍କରେ ସୂଚନା ଦେବା ସହ ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ବ୍ୟକ୍ତି ବିଶେଷଙ୍କୁ କ୍ବାରେଣ୍ଟାଇନରେ ରହିବାକୁ ଅନୁରୋଧ କରିଛନ୍ତି । ମେଦାନ୍ତରେ ତାଙ୍କର ଚିକିତ୍ସା ଅନୁଧ୍ୟାନ ନିମନ୍ତେ ଏମ୍ସର କିଛି ଡ଼ାକ୍ତର ମଧ୍ୟ ଗୁରୁଗାଓଁ ଯାଇଛନ୍ତି ।

ଏହି ସ୍ଥିତିରେ ବିଭିନ୍ନ ଦଳର ବହୁ ନେତା ତାଙ୍କର ଆରୋଗ୍ୟକାମନା କରିଛନ୍ତି । ଏହି ଅବସରରେ କଂଗ୍ରେସର ପୂର୍ବ ଅଧ୍ୟକ୍ଷ ରାହୁଳ ଗାନ୍ଧୀ ଟ୍ବିଟ୍ ଯୋଗେ ଶ୍ରୀ ଶାହାଙ୍କ ଆରୋଗ୍ୟ କାମନା କରିଛନ୍ତି ।  ରାହୁଳ ଟ୍ବିଟ୍ କରିଛନ୍ତି ଯେ ‘‘ଅମିତ୍ ଶାହାଙ୍କ ଶୀଘ୍ରରୁ ଶୀଘ୍ର ଆରୋଗ୍ୟ କାମନା କରୁଛି । ’’

- Advertisement -

ମେଦାନ୍ତରେ ଚିକିତ୍ସିତ ହେଉଥିବା ଶ୍ରୀ ଶାହାଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି ।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories