www.samajalive.in
Monday, December 8, 2025
16.1 C
Bhubaneswar

ପୁଅ ଚିକିତ୍ସା ନେଇ ନୟାନ୍ତ ଗରିବ ପରିବାର, ରକ୍ତ ୟୁନିଟକୁ ଏଗାର ଶହ ଟଙ୍କା

ଟିଟିଲାଗଡ଼ : ଗରିବ ପରିବାରଙ୍କ ଚିକିତ୍ସା ନେଇ ସରକାର ଅନେକ ଯୋଜନା ପ୍ରଣୟନ କରିଛନ୍ତି। ଚିକିତ୍ସା ପଦ୍ଧତି ମଧ୍ୟ ଅତ୍ୟାଧୁନିକ ହୋଇଥିବା କୁହାଯାଉଛି। ହେଲେ ପ୍ରକୃତରେ ଗରିବଙ୍କୁ ସ୍ୱାସ୍ଥ୍ୟ ସେବା ଅପହଞ୍ଚ ହୋଇରହି ଏପରିକି ଶିଶୁ ମଧ୍ୟ କଳବଳ ହେଉଥିବା ଟିଟିଲାଗଡ ଉପଖଣ୍ଡ ମୁଖ୍ୟ ଡାକ୍ତରଖାନାରେ ଭର୍ତି ଜଣେ ଶିଶୁଙ୍କ ପିତାମାତାଙ୍କ ଦୁଃଖର କାହାଣୀ ଦେଖିବାକୁ ମିଳିଛି। ସଇଁନ୍ତଲା ବ୍ଲକ ଅନ୍ତର୍ଗତ ଭୁଏରପଡା ଗ୍ରାମର ଗରିବ ମଜୁରିଆ ଛିନୁ ଭୋଇଙ୍କ ପୁଅ ପୁର୍ଣ୍ଣଚନ୍ଦ୍ର ଗତ ମଇ ମାସରେ ଅଜଣା ରୋଗରେ ପୀଡିତ ହେବା ବେଳେ ରକ୍ତ ହୀନତା ଦେଖାଦେଇଥିଲା। ପୁଅକୁ ନେଇ ପିତା ଛିନୁ ବୁର୍ଲା ଡାକ୍ତରଖାନାକୁ ଯାଇଥିଲେ। ସେଠାରେ କିଛି ଦିନ ଚିକିତ୍ସା ପରେ କଟକ ନେବାକୁ ପରାମର୍ଶ ଦିଆଯାଇଥିବା ବେଳେ ଅର୍ଥାଭାବରୁ ପୁଅକୁ ନେଇ ଘରକୁ ଫେରିଆସିଥିଲେ। ପୁଣି ଦେହ ଅସୁସ୍ଥ ହେବାରୁ ଜୁନ ମାସରେ ଟିଟିଲାଗଡ ଉପଖଣ୍ଡ ମୁଖ୍ୟ ଡାକ୍ତରଖାନାରେ ଭର୍ତି କରିଥିଲେ। ରକ୍ତ ଆବଶ୍ୟକତା ହେବାରୁ ୧୧୦୦ ଟଙ୍କା ଲେଖାଏଁ ଦେଇ ଦୁଇ ୟୁନିଟ ରକ୍ତ ଯୋଗଡ କରିଥିଲେ। ଏବେ ପୁଣି ଗତ ଚାରି ଦିନ ହେବ ଟିଟିଲାଗଡ ଡାକ୍ତରଖାନାରେ ଭର୍ତି କରିଛନ୍ତି। ରକ୍ତ ଆବଶ୍ୟକତା ହେବାରୁ ଗୋଟିଏ ୟୁନିଟ ନିଜ ସମ୍ପର୍କିୟଙ୍କୁ ଡାକି ଟିଟିଲାଗଡ ରେଡକ୍ରସ ରକ୍ତ ଭଣ୍ଡାରକୁ ଦାନ କରି ନେଇଥିôଲେ। ଆଉ ଗୋଟିଏ ୟୁନିଟ ପାଇଁ ରକ୍ତ ଭଣ୍ଡାର ଅଧିକାରୀଙ୍କୁ ଫେରାଇଦେବେ ବୋଲି କାକୁତି ମିନିତ ହୋଇ ଆଣିଛନ୍ତି। ପ୍ରାୟ ତିନି ମାସ ହେବ ପୁଅର ସ୍ୱାସ୍ଥ୍ୟ ହାନି ନେଇ ପରିବାର ଚିନ୍ତାରେ ବୁଡିଛନ୍ତି। ଏନେଇ ମଜୁରି କାମ ବନ୍ଦ ଯୋଗୁଁ ଘରେ ଅନ୍ୟ ଦୁଇ ସନ୍ତାନଙ୍କ ପେଟକୁ ମୁଠାଏ ଯୋଗାଡ କରିବା ମୁସ୍କିଲ ହୋଇପଡିଛି। ଏପରିକ୍ଷେତ୍ରରେ ଆଉ ରକ୍ତ କିଣିବା ପାଇଁ ତାଙ୍କ ପାଖରେ ଟଙ୍କା ନାହିଁ। ତେବେ ଟିଟିଲାଗଡ ଠାରେ ରେଡକ୍ରସ ରକ୍ତ ଭଣ୍ଡାର ଖୋଲିବା ପରଠାରୁ ଦଲାଲଗିରି ସହ ରକ୍ତ ବିକ୍ରୀ ଅଭିଯୋଗ ହୋଇଆସୁଛି। ତେବେ କିଛି ବର୍ଷ ହେଲା ବିଭିନ୍ନ ସଂଗଠନ ତଥା ବ୍ୟକ୍ତି ବିଶେଷଙ୍କ ପକ୍ଷରୁ ମାଗଣାରେ ରକ୍ତଦାନ ପାଇଁ ଯୁବବର୍ଗ ଆଗେଇ ଆସିଛନ୍ତି। ଗତ ଜୁନ ୨୫ରେ ପୁଲିସ ବିଭାଗ ପକ୍ଷରୁ ଅନୁଷ୍ଠିତ ସ୍ୱେଚ୍ଛାକୃତ ରକ୍ତଦାନ ଶିବିରରେ ରାଜ୍ୟରେ ରେକର୍ଡ ୩୧୬ ୟୁନିଟ ରକ୍ତ ସଂଗ୍ରହ ହେବା ଟିଟିଲାଗଡରେ ସ୍ୱେଚ୍ଛାକୃତ ରକ୍ତଦାତାଙ୍କ ଉତ୍ସାହ ଚର୍ଚ୍ଚାର ବିଷୟ ପାଲଟିଛି। ଏପରିପ୍ରେକ୍ଷୀରେ ପୁର୍ବ ଭଳି ଦଲାଲି ହୋଇ ଜଣେ ମୁମୁର୍ଷୁ ଶିଶୁ ପାଇଁ ଗରିବ ପିତାମାତା ରକ୍ତ କିଣିବା ଭଳି ଘଟଣା ବୁଦ୍ଧିଜୀବୀ ମହଲରେ କ୍ଷୋଭ ପ୍ରକାଶ ପାଇଛି। ଏହା ଅତ୍ୟନ୍ତ ନିନ୍ଦନୀୟ ଏବଂ ଟିଟିଲାଗଡ ଯୁବ ସମାଜଙ୍କ ପାଇଁ ଅପମାନ ସଦୃଶ ବୋଲି ଟିଟିଲାଗଡ ବିକାଶ ସେନା ସଭାପତି ଇଂ ଅମ୍ଲାନ ଷଡଙ୍ଗୀ ଚିନ୍ତ ପ୍ରକଟ କରିଛନ୍ତି। ଉପଯୁକ୍ତ ପୌଷ୍ଟିକ ଖାଦ୍ୟାଭାବରୁ ଗରିବ ପରିବାରର ଶିଶୁ ରକ୍ତ ହୀନତା ତଥା ଅନ୍ୟ ରୋଗାକ୍ରାନ୍ତ ହୋଇପଡୁଛନ୍ତି। ଏପରିପ୍ରେକ୍ଷୀରେ ଶିଶୁଙ୍କ ଶିଶୁଙ୍କ ପାଇଁ ରକ୍ତ ଦଲାଲି ନେଇ ବଲାଙ୍ଗିର ଜିଲା ରେଡକ୍ରସ ସଂସ୍ଥା ପରିଚାଲନା ମୁଖ୍ୟ ତଥା ଜିଲାପାଳ ଦୃଷ୍ଟି ଦେବା ସହ ଉକ୍ତ ଗରିବ ପରିବାରଙ୍କୁ ରେଡକ୍ରସ ତଥା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଅବିଲମ୍ବେ ସହାୟତା ପ୍ରଦାନ କରିବାକୁ ଇଂ ଷଡଙ୍ଗି ଦାବି କରିଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories