www.samajalive.in
Saturday, December 6, 2025
15.1 C
Bhubaneswar

ନିରାପଦ ଗର୍ଭପାତ ଦିବସରେ ସଚେତନତା କାର୍ଯ୍ୟକ୍ରମ

ଆଠଗଡ: ଆଠଗଡ ବ୍ଲକର ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ଏହି ସିଏଚସି ଅନ୍ତର୍ଗତ ମେଘା ସେକ୍ଟରର ଅନନ୍ତପୁର ପଞ୍ଚାୟତ ଅଧିନ ନୂଆଶାସନ ଗ୍ରାମରେ ସୋମବାର ଆନ୍ତର୍ଜାତିକ ନିରାପଦ ଗର୍ଭପାତ ଦିବସ ଅବସରରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବ୍ରହ୍ମପୁର ସିଏଚସି ଅଧିକ୍ଷକ ଡାକ୍ତର ଦିଲ୍ଲୀପ ଦାସଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏକ ସଚେତନତା ସଭାରେ ନିରାପଦ ଗର୍ଭପାତ ବିଷୟରେ ବିସ୍ତୃତ ଆଲୋଚନା କରାଯାଇଥିଲା। ସେହିପରି ଅନନ୍ତପୁର ନୂଆଶାସନ ଠାରେ ବରିଷ୍ଠ ବହୁମୁଖୀ ସ୍ୱାସ୍ଥ୍ୟ ପରିଦର୍ଶକ ମହମ୍ମଦ ଅସଲମଙ୍କ ସଂଯୋଜନାରେ ଏହି ଦିବସ ଉପଲକ୍ଷେ ଆୟୋଜିତ ସଚେତନତା ସଭାରେ ବ୍ରହ୍ମପୁର ସିଏଚସିର ବ୍ଲକ ଯୋଜନା ସଂଯୋଜକ ପୁଷ୍ପମିତ୍ରା ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ କୌଣସି ନବଦମ୍ପତ୍ତି, ବିବାହିତ ମହିଳା ଅବା ଝିଅଟିଏ ହେଉ ଅନିଚ୍ଛାକୃତ ଗର୍ଭନଷ୍ଟ କରିବାକୁ ଚାହୁଁଥିଲେ ସରକାରୀ ନିୟମ ଅନୁପାଳନ କରି ସରକାରୀ ଡାକ୍ତରଖାନାରେ ଡାକ୍ତରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଗର୍ଭପାତ କରାଇବା ଜରୁରୀ ବୋଲି ମତବ୍ୟକ୍ତ କରିଥିଲେ।

ଗର୍ଭପାତର କାରଣ, ନିୟମ ଏବଂ ସୁରକ୍ଷିତ ଗର୍ଭପାତ କିପରି ଓ କାହିଁକି କରିବା ଆବଶ୍ୟକ ସେ ସଂପର୍କରେ ସ୍ୱାସ୍ଥ୍ୟ ପରିଦର୍ଶକ ଶ୍ରୀ ଅସଲମ ବିସ୍ତୃତ ଭାବେ ବର୍ଣ୍ଣନା କରିଥିଲେ। ଅଙ୍ଗନବାଡି କର୍ମୀ ଗଙ୍ଗା ରାଉତ, ମହିଳା ସ୍ୱାସ୍ଥ୍ୟକର୍ମୀ ସରସ୍ୱତୀ ପରିଡା, ମଞ୍ଜୁ ସାହୁ, ଆଶାକର୍ମୀ ମଞ୍ଜୁଳା ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏଥିରେ ବିଭିନ୍ନ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ, ବହୁ ନବଦମ୍ପତ୍ତି, ଗାଁ କଲ୍ୟାଣ ସିମିତି ସମୂହର କର୍ମକର୍ତ୍ତା ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories