www.samajalive.in
Friday, December 12, 2025
26.1 C
Bhubaneswar

ଆତଙ୍କବାଦୀ ଘୋଷିତ ହୋଇପାରନ୍ତି ସଚିନ ବାଜେ

ନୂଆଦିଲ୍ଲୀ: ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ଘର ନିକଟରେ ବିସ୍ଫୋରକ ଭର୍ତ୍ତି ଗାଡି ରଖାଯିବା ଘଟଣାରେ ଗିରଫ ମହାରାଷ୍ଟ୍ର ପୁଲିସର ନିଲମ୍ବିତ ଅଧିକାରୀ ସଚିନ ବାଜେଙ୍କ ବିରୋଧରେ ଜାତୀୟ ତଦନ୍ତକାରୀ ଏଜେନ୍ସି (ଏନଆଇଏ) କଠୋର ଆଇନ ଲାଗୁ କରିଛି। ବେଆଇନ କାର୍ଯ୍ୟକଳାପ (ନିରୋଧ) ଆଇନ (ୟୁଏପିଏ) ଅନୁଯାୟୀ ସଚିନଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଏହି ୟୁଏପିଏ ଆଇନ ଅନୁଯାୟୀ କେନ୍ଦ୍ର ସରକାର ଜଣେ ବ୍ୟକ୍ତିବିଶେଷଙ୍କୁ ଆତଙ୍କବାଦୀ ଘୋଷଣା କରିବାର କ୍ଷମତା ରହିଛି। ଅମ୍ବାନୀଙ୍କ ଘର ନିକଟରେ ବିସ୍ଫୋରକ ଗାଡି ରଖାଯିବା ଘଟଣାରେ ଗିରଫ ସଚିନ ଏବେ ଏନଆଇଏ ହେପାଜତରେ ଅଛନ୍ତି।

ଅନ୍ୟପଟେ ବିସ୍ଫୋରକ ଭର୍ତ୍ତି ଗାଡିର ମାଲିକ ମନସୁଖ ହିରେନଙ୍କ ମୃତ୍ୟୁ ଘଟଣାରେ ମଧ୍ୟ ସଚିନଙ୍କ ସମ୍ପୃକ୍ତି ଅଭିଯୋଗ ହୋଇଛି। ହିରେନଙ୍କ ମୃତ୍ୟୁ ଘଟଣା ପାଇଁ ସଚିନଙ୍କ ସମ୍ପୃକ୍ତି ଘଟଣାର ମହାରାଷ୍ଟ୍ର ଏଟିଏସ୍ ତଦନ୍ତ କରୁଛି। ତଦନ୍ତ ଆଧାରରେ ମହାରାଷ୍ଟ୍ର ଆତଙ୍କବାଦ ନିରୋଧ ସ୍କ୍ବାଡ (ଏଟିଏସ୍) ମୁଖ୍ୟ ଜୟଜିତ ସିଂହ କହିଛନ୍ତି ଯେ ମନସୁଖଙ୍କ ମୃତ୍ୟୁ ପଛରେ ସଚିନଙ୍କ ସମ୍ପୃକ୍ତି ରହିଛି। ଏ ସମ୍ପର୍କରେ ଜେରା କରିବା ଲାଗି ସଚିନଙ୍କୁ ଏଟିଏସ୍ ହେପାଜତକୁ ଅଣାଯିବ ବୋଲି ଜୟଜିତ କହିଛନ୍ତି। ଏଥିପାଇଁ ମାର୍ଚ୍ଚ ୨୫ରେ କୋର୍ଟରେ ଆବେଦନ କରାଯିବ।

Hot this week

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡା: ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା...

Related Articles

Popular Categories