www.samajalive.in
Friday, December 12, 2025
26.1 C
Bhubaneswar

ଓଡ଼ିଶା ମହିଳା ଫୁଟବଲ ଲିଗ୍: ସାଇ, କ୍ରୀଡ଼ା ଛାତ୍ରାବାସ, ପୂର୍ବତଟ ରେଳବାଇ ବିଜୟୀ

କଟକ: ଫୁଟବଲ ଆସୋସିଏସନ ଅଫ ଓଡ଼ିଶା (ଫାଓ), ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗର ମିଳିତ ସହଯୋଗରେ ଭୁବନେଶ୍ବରରେ ଚାଲିଥିବା ଓଡ଼ିଶା ମହିଳା ଫୁଟବଲ ଲିଗରେ ବୁଧବାର ୩ଟି ମ୍ୟାଚ ଖେଳା ଯାଇଥିଲା। ଏଥିରେ ସାଇ ଟ୍ରେନିଂ ସେଣ୍ଟର, ଓଡ଼ିଶା କ୍ରୀଡ଼ା ଛାତ୍ରାବାସ ଓ ପୂର୍ବତଟ ରେଳବାଇ ବିଜୟୀ ହୋଇଛନ୍ତି। କ୍ୟାପିଟାଲ ହାଇସ୍କୁଲ ଖେଳପଡ଼ିଆରେ ପ୍ରଥମ ମ୍ୟାଚରେ ସାଇ ଟ୍ରେନିଂ ସେଣ୍ଟର ୭-୨ ଗୋଲରେ ଓଜିପିକୁ ପରାସ୍ତ କରିଛି। ସାଇ ପକ୍ଷରୁ ଦୀପା ନାୟକ ୩୮, ୪୮, ୭୯ ଓ ୮୦ ମିନିଟରେ ୪ଟି; ଜ୍ୟୋତି ଦଳାଇ ୫୩, ୫୬ ଓ ୯୦ ମିନିଟରେ ୩ଟି ଗୋଲ ଦେଇଥିଲେ। ଓଜିପି ପକ୍ଷରୁ ଲକ୍ଷ୍ମୀପ୍ରିୟା ଲାକ୍ରା ୮ ଓ ୪୫ ମିନିଟରେ ୨ଟି ଗୋଲ ଦେଇଥିଲେ।

କଳିଙ୍ଗ ଷ୍ଟାଡ଼ିୟମରେ ଓଡ଼ିଶା କ୍ରୀଡ଼ା ଛାତ୍ରାବାସ ୩-୦ ଗୋଲରେ ଓଡ଼ିଶା ପୁଲିସକୁ ପରାସ୍ତ କରିଛି। ଓଡ଼ିଶା କ୍ରୀଡ଼ା ଛାତ୍ରାବାସ ପକ୍ଷରୁ ମନୀଷା ନାୟକ ୩୦ ଓ ୪୩ ମିନିଟ୍ରେ ୨ଟି, ମାଳତି ମୁଣ୍ଡା ୮୨ ମିନିଟ୍ରେ ଗୋଟିଏ ଗୋଲ ଦେଇଥିଲେ। କ୍ୟାପିଟାଲ ହାଇସ୍କୁଲ ପଡ଼ିଆରେ ୨ୟ ମ୍ୟାଚରେ ପୂର୍ବତଟ ରେଳବାଇ ୨-୧ ଗୋଲରେ ରାଇଜିଂ ଷ୍ଟୁଡେଣ୍ଟସ୍ କ୍ଳବକୁ ପରାସ୍ତ କରିଛି। ପୂର୍ବତଟ ରେଳବାଇ ପକ୍ଷରୁ ସୁପ୍ରିୟା ରାଉତରାୟ ୧୧ ଓ ସରୋଜିନୀ ତିର୍କୀ ୬୩ ମିନିଟରେ ଗୋଟିଏ ଲେଖାଏଁ ଗୋଲ ଦେଇଥିବା ବେଳେ ରାଇଜିଂ ଷ୍ଟୁଡେଣ୍ଟସ୍ ପକ୍ଷରୁ ସୁଭଦ୍ରା ସାହୁ ୩୮ ମିନିଟ୍ରେ ଗୋଟିଏ ଗୋଲ ଦେଇଥିଲେ।

Hot this week

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

Related Articles

Popular Categories