www.samajalive.in
Friday, December 12, 2025
19.1 C
Bhubaneswar

ପୁରୀ – ପାଣି ପାଇଁ ଡହଳ ବିକଳ ଭକ୍ତ

ପୁରୀ: ପିଇବା ପାଣିମୁନ୍ଦେ ପାଇଁ ଡହଳ ବିକଳ ହେଉଛନ୍ତି ଶ୍ରୀଜଗନ୍ନାଥପ୍ରେମୀ ଭକ୍ତ। ବଡ଼ଦାଣ୍ଡରେ ଏପର୍ଯ୍ୟନ୍ତ ଖୋଲିନି ଗୋଟିଏ ହେଲେ ଜଳଛତ୍ର। ଅସ୍ଥାୟୀ ବିଶ୍ରାମସ୍ଥଳ ନିର୍ମାଣ କଥା ଭୁଲି ଯାଇଛି ପ୍ରଶାସନ। ଡହ ଡହ ଖରାରେ ନାହିଁନଥିବା ଦୁର୍ଦଶା ଭୋଗୁଛନ୍ତି ଲୋକେ। ଜିଲା ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକରେ ଗୃହୀତ ନିଷ୍ପତ୍ତି କେବଳ କାଗଜପତ୍ରରେ ସୀମିତ ହୋଇଛି। ଏଥିଯୋଗୁଁ ତାପମାତ୍ରା ବୃଦ୍ଧିସହ ବଢୁଛି ଶ୍ରଦ୍ଧାଳୁ ଭକ୍ତଙ୍କ କଷ୍ଟ। କେବଳ ବଡ଼ଦାଣ୍ଡରେ ନୁହେଁ; ସମୁଦ୍ରକୂଳ, ବସ୍ ଷ୍ଟାଣ୍ଡ, ରେଳଷ୍ଟେସନ, ଅଠରନଳା କିମ୍ବା ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ ଜଳଛତ୍ରଟିଏ ଖୋଲିବାରେ ସକ୍ଷମ ହୋଇନି ପ୍ରଶାସନ। ଏ କ୍ଷେତ୍ରରେ ଶ୍ରୀମନ୍ଦିର ପ୍ରଶାସନ, ଜିଲା ପ୍ରଶାସନ, ପୁରୀ ପୌରସଂସ୍ଥା ଏବଂ ଜନସ୍ବାସ୍ଥ୍ୟ ଡିଭିଜନ ଅଧିକାରୀଙ୍କ ନିରବତା ସାଧାରଣରେ ତୀବ୍ର ଅସନ୍ତୋଷ ସୃଷ୍ଟିକରିଛି। ଖରାବୃଦ୍ଧି ଯୋଗୁଁ ଦିନ ୧୦ଟା ପରେ ଘରୁ ବାହାରିବା କଷ୍ଟକର ହୋଇପଡୁଛି। ବଡ଼ଦାଣ୍ଡରେ ଚାଲି ଚାଲି ଶ୍ରୀମନ୍ଦିରକୁ ଯିବା ଅସହ୍ୟ ହୋଇପଡୁଛି। ସହରର କୌଣସି ସ୍ଥାନରେ ପାଣି ଟ୍ୟାଙ୍କରଟିଏ ରଖାଯାଇ ନାହିଁ। ପୁରୀ ଦେଶର ପ୍ରମୁଖ ପର୍ଯ୍ୟଟନ କ୍ଷେତ୍ର ହୋଇଥିଲେ ମଧ୍ୟ ଶ୍ରୀଜଗନ୍ନାଥ ଦର୍ଶନ ପାଇଁ ଆସୁଥିବା ଭକ୍ତଙ୍କୁ ଅସ୍ଥାୟୀ ବିଶ୍ରାମସ୍ଥଳ ଏବଂ ପାନୀୟଜଳ ଯୋଗାଇବାରେ ଅବହେଳା କରିଛି ପ୍ରଶାସନ।

ଶ୍ରୀମନ୍ଦିର ସିଂହଦ୍ବାର ସମେତ ସହରର ବିଭିନ୍ନ ସ୍ଥାନରେ ଜଳଛତ୍ର ଖୋଲାଯିବାକୁ ଜିଲା ପ୍ରଶାସନ ପକ୍ଷରୁ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ସ୍ଥିର କରାଯାଇଥିଲା। କେତେକ ସ୍ବେଚ୍ଛାସେବୀ ସଂସ୍ଥା ଏଥିପାଇଁ ଆଗ୍ରହକ ପ୍ରକାଶ କରିଥିଲେ। ଏହାଛଡା ଅସ୍ଥାୟୀ ବିଶ୍ରାମସ୍ଥଳ ଏବଂ ଅଂଶୁଘାତ ୱାର୍ଡ ଖୋଲାଯିବା ସମ୍ପର୍କରେ ଆଲୋଚନା କରାଯାଇଥିଲା। ଖରାବେଳେ ଶ୍ରମିକମାନେ ଯେପରି ନିର୍ମାଣ କାର୍ଯ୍ୟ ନକରନ୍ତି ସେଥିପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ଜିଲା ଶ୍ରମ ଅଧିକାରୀଙ୍କୁ ନିର୍ଦେଶ ଦିଆଯାଇଥିଲା। ଏହାଛଡା ବିଭିନ୍ନ ସ୍ଥାନରେ ପାଣିଟ୍ୟାଙ୍କର ରଖି ଲୋକଙ୍କୁ ପିଇବାପାଣି ଯୋଗାଇବାକୁ ନିର୍ଦେଶ ଦେଇଥିଲା ଜିଲା ପ୍ରଶାସନ। କେବଳ ଅଂଶୁଘାତ ୱାର୍ଡ ଖୋଲାଯିବା ବ୍ୟତୀତ ଅନ୍ୟ କୌଣସି ନିଷ୍ପତ୍ତି ଏପର୍ଯ୍ୟନ୍ତ କାର୍ଯ୍ୟକାରୀ କରାଯାଇ ନାହିଁ। ବୈଠକରେ ନିଷ୍ପତ୍ତି ଗ୍ରହଣ କରି ବିଭାଗୀୟ ଅଧିକାରୀମାନେ ଭୁଲି ଯାଇଥିବା ପରି ମନେ ହେଉଛି। ମଙ୍ଗଳବାର ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ ଅନୁଷ୍ଠିତ ହୋଇଥିଲା। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲାପାଳ ଏବଂ ଏସ୍ପିଙ୍କ ସମେତ ବିଭିନ୍ନ ସେବାୟତ ନିଯୋଗ କର୍ମକର୍ତ୍ତା ସେଥିରେ ଉପସ୍ଥିତ ଥିଲେ। କିନ୍ତୁ ଡହ ଡହ ଖରାବେଳେ ଜଗନ୍ନାଥପ୍ରେମୀ ଭକ୍ତ ଦୁର୍ଦଶା ସମ୍ପର୍କରେ କେହି ଜଣେ ହେଲେ ବୈଠକରେ ଉଠାଇ ନଥିଲେ।

- Advertisement -

ତେଣୁ ଶ୍ରୀମନ୍ଦିର ଚତୁଃପାର୍ଶ୍ବ ସମେତ ବଡ଼ଦାଣ୍ଡ, ବସ୍ ଷ୍ଟାଣ୍ଡ, ରେଳଷ୍ଟେସନ, ସମୁଦ୍ରକୂଳ ଏବଂ ଅଠରନଳା ସମେତ ସହରର ପ୍ରମୁଖ ଜନଗହଳିପୂର୍ଣ୍ଣ ସ୍ଥାନଗୁଡିକରେ ଜଳଛତ୍ର ଖୋଲାଯିବା ସହ ଜନସ୍ବାସ୍ଥ୍ୟ ଡିଭିଜନ ପକ୍ଷରୁ ଟ୍ୟାଙ୍କର ଯୋଗେ ଜଳଯୋଗାଣ ଏବଂ ଅସ୍ଥାୟୀ ବିଶ୍ରାମସ୍ଥଳ ଖୋଲାଯିବାକୁ ସ୍ଥାନୀୟ ଅଧିବାସୀ ଦାବି କରିଛନ୍ତି। ଏହାଛଡା ଖରାବେଳେ ଦିନ ମଜୁରୀଆ ଶ୍ରମିକଙ୍କ ଦ୍ବାରା ନିର୍ମାଣ କାର୍ଯ୍ୟ ବନ୍ଦ କରାଯିବାକୁ ସାଧାରଣରେ ମତ ପ୍ରକାଶ ପାଉଛି। ଏବେଠାରୁ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାନଗଲେ ଅଂଶୁଘାତରେ ବହୁଲୋକ ଆକ୍ରାନ୍ତ ହେବା ସମ୍ଭାବନା ରହିଛି।

Hot this week

୫୦ ବର୍ଷ ପରେ ବଡ ପରଦାକୁ ଆସିଲା ‘ସୋଲେ’

ଭୁବନେଶ୍ୱର:୫୦ ବର୍ଷ ପରେ ବଡ ପରଦାକୁ ଆସିଲା 'ସୋଲେ' ।ସିଲଭର ସ୍କ୍ରିନରେ...

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

Related Articles

Popular Categories