www.samajalive.in
Thursday, December 11, 2025
18.1 C
Bhubaneswar

ଖସିଲା ପେଟ୍ରୋଲ, ଡିଜେଲ ଦର

ଭୁବନେଶ୍ବର: ପେଟ୍ରୋଲ ଓ ଡିଜେଲ ଗ୍ରାହକଙ୍କୁ ଟିକିଏ ଆଶ୍ବସ୍ତି ମିଳିଛି। ୨୪ଦିନ ପରେ ତୈଳ କମ୍ପାନୀଗୁଡିକ ପେଟ୍ରୋଲ ଓ ଡିଜେଲ ଉପରେ ଦର ହ୍ରାସ କରିଛନ୍ତି। ଫଳସ୍ବରୂପ ବିଭିନ୍ନ ରାଜ୍ୟରେ ତୈଳ ଦର କମିଛି। ଦିଲ୍ଲୀରେ ପେଟ୍ରୋଲରେ ୧୮ ପଇସା ଏବଂ ଡିଜେଲରେ ୧୭ ପଇସା ଦର ହ୍ରାସ ପାଇଛି। ଭୁବନେଶ୍ବରରେ ପେଟ୍ରୋଲ ଏବଂ ଡିଜେଲ ଉପରେ ୧୯ ପଇସା ଲେଖାଏଁ ଦର କମିଛି।

ଦିଲୀରେ ପେଟ୍ରୋଲ ଲିଟର ପିଛା ୯୧.୧୭ ଟଙ୍କା ଥିବାବେଳେ ଦର କମିବା ପରେ ୯୦.୯୯ ଟଙ୍କାକୁ ଖସି ଆସିଛି। ଡିଜେଲ ଦର ୮୧.୪୭ ଟଙ୍କାରୁ ୮୧.୧୭ ଟଙ୍କାକୁ ଖସିଛି। କଲକାତାରେ ପେଟ୍ରୋଲ ୯୧.୧୮ ଟଙ୍କା ଏବଂ ଡିଜେଲ ୮୪.୧୮ ଟଙ୍କାକୁ କମି ଆସିଛି। ମୁମ୍ବଇରେ ପେଟ୍ରୋଲ ୯୭.୪୦ ଟଙ୍କା ଏବଂ ଡିଜେଲ ୮୮.୪୨ ଟଙ୍କାକୁ ହ୍ରାସ ପାଇଛି। ଚେନ୍ନଇରେ ନୂଆ ଦର ପେଟ୍ରୋଲ ୯୨.୯୫ ଟଙ୍କା ଏବଂ ଡିଜେଲ ୮୬.୨୯ ଟଙ୍କା ରହିଛି। ବେଙ୍ଗାଲୁରୁରେ ପେଟ୍ରୋଲ ୯୪.୦୪ ଟଙ୍କା ଏବଂ ଡିଜେଲ ୮୬.୨୧ ଟଙ୍କା ହୋଇଛି। ହାଇଦ୍ରାବାଦରେ ପେଟ୍ରୋଲ ୯୪.୬୧ ଟଙ୍କା ଏବଂ ଡିଜେଲ ୮୮.୬୭ ଟଙ୍କା ଓ ଜୟପୁରରେ ପେଟ୍ରୋଲ ୯୭.୫୬ ଟଙ୍କା ଏବଂ ଡିଜେଲ ୮୯.୮୪ ଟଙ୍କାକୁ ହ୍ରାସ ପାଇଛି। ତେବେ ଭୁବନେଶ୍ବରରେ ପେଟ୍ରୋଲ ଲିଟର ପିଛା ଦର ୯୧.୮୯ ଟଙ୍କା ଥିବାବେଳେ ୯୧.୭୦ ଟଙ୍କାକୁ ଖସି ଆସିଛି। ଡିଜେଲ ଦର ୮୮.୭୮ ଟଙ୍କା ରହିଥିଲା। ଦର କମିବା ପରେ ୮୮.୫୯ ଟଙ୍କାକୁ କମିଛି।

- Advertisement -

ଦର ହ୍ରାସ ପରେ କେନ୍ଦ୍ରୀୟ ଟିକସ ବ୍ୟବସ୍ଥାରେ କୌଣସି ପରିବର୍ତ୍ତନ ହୋଇନାହିଁ; କିନ୍ତୁ ରାଜ୍ୟ ସରକାରଙ୍କ ଭାଟ୍ ସାମାନ୍ୟ ହ୍ରାସ ପାଇଛି। ପେଟ୍ରୋଲରେ ରାଜ୍ୟ ସରକାରଙ୍କ ଭାଟ୍ ଅଂଶରୁ ୫ ପଇସା ଏବଂ ଡିଜେଲରେ ୪ ପଇସା କମିଛି। ଜାନୁଆରୀ ଏବଂ ଫେବୃଆରୀରେ କ୍ରମାଗତ ଭାବେ ଦେଶରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇବାରେ ଲାଗିଥିଲା। ଫେବୃଆରୀ ୨୭ରେ ଶେଷଥର ପାଇଁ ତୈଳ ଦର ବଢ଼ିଥିଲା। ପରବର୍ତ୍ତୀ ସମୟରେ ଅନ୍ତର୍ଜାତୀୟ ତୈଳ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ପାଇଥିଲେ ମଧ୍ୟ ତୈଳ କମ୍ପାନୀ ଦର ବଢ଼ାଇ ନଥିଲେ। ୨୪ ଦିନ ହେଲା ତୈଳ ଦର ଅପରିବର୍ତ୍ତିତ ରହିଥିଲା। ଗ୍ରାହକ ଚଢା ଦରରେ ପେଟ୍ରୋଲ ଓ ଡିଜେଲ କ୍ରୟ କରୁଥିଲେ। ଅନ୍ତର୍ଜାତୀୟ ତୈଳ ବଜାରରେ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୭୦ ଡଲାରରୁ ୬୦ ଡଲାରକୁ ଖସି ଆସିଲାଣି। ଫଳରେ ବୁଧବାର ମଧ୍ୟରାତିରୁ ତୈଳ କମ୍ପାନୀଗୁଡିକ ପେଟ୍ରୋଲ ଓ ଡିଜେଲ ଉପରେ ଦର ହ୍ରାସ କରିଛନ୍ତି। ଚଳିତ ବର୍ଷ ଏହା ପ୍ରଥମ ଦର ହ୍ରାସ। ଦର ବୃଦ୍ଧି ଯୋଗୁଁ ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ଓଡ଼ିଶାର ମାଲକାନଗିରି ଜିଲାରେ ପେଟ୍ରୋଲ ଲିଟର ୧୦୦ ଟଙ୍କା ଟପି ଯାଇଥିଲା। ସୂଚନାଯୋଗ୍ୟ, ଅନ୍ତର୍ଜାତୀୟ ତୈଳ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ପାଇବା ଏବଂ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଟିକସ ବ୍ୟବସ୍ଥା ଯୋଗୁଁ ତୈଳ ଦର ବୃଦ୍ଧି ପାଇବାରେ ଲାଗିଥିଲା।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ବଡବାଙ୍କୀ ପଞ୍ଚାୟତ ସାନବାଙ୍କି ଗ୍ରାମରେ...

Related Articles

Popular Categories