ସଚ୍ଚି ରାଉତରାୟଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ଉନ୍ମୋଚିତ
କଟକ : ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ କାବ୍ୟ ସରସ୍ୱତୀ ମହାକବି ପଦ୍ମଶ୍ରୀ ସଚ୍ଚି ରାଉତରାୟଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ଗଡ଼ଗଡ଼ିଆ ଘାଟଠାରେ ଶନିବାର ଉନ୍ମୋଚିତ ହୋଇଯାଇଛି। ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଏହାକୁ ଉନ୍ମୋଚନ କରିଥିଲେ। କଟକ ଲୋକସଭା ସାଂସଦ ଭର୍ତ୍ତୃହରି ମହତାବ, ବିଧାୟକ ଦେବାଶିଷ ସାମନ୍ତରାୟ, ବିଧାୟକ ପ୍ରଭାତ କୁମାର ତ୍ରିପାଠୀ, ସଂସ୍କୃତି ବିଭାଗ ନିର୍ଦେଶକ ବିଜୟ କୁମାର ନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।
ସିଏମ୍ସି ମେୟର ମୀନାକ୍ଷୀ ବେହେରା, କର୍ପୋରେଟର ରଞ୍ଜନ କୁମାର ବିଶ୍ୱାଳ, ରମଜାନ ଖାଁ, ଅତିରିକ୍ତ ଜିଲାପାଳ ବିଜୟ କୁମାର ଖଣ୍ଡାୟତରାୟ, ଜିଲା ଜରୁରୀକାଳୀନ ଅଧିକାରୀ ପ୍ରବୋଧ କୁମାର ରାଉତ, ସାହିତ୍ୟିକା ମନୋରମା ମହାପାତ୍ର, ସାରଳା ସାହିତ୍ୟ ସଂସଦର ପ୍ରତିଷ୍ଠାତା ଇଂ ପ୍ରଭାକର ସ୍ୱାଇଁ, ଡ. ନଟବର ଶତପଥୀ, ପ୍ରଫେସର ବୈଷ୍ଣବ ଚରଣ ସାମଲ, ଡ. ହୁସେନ୍ ରବି ଗାନ୍ଧୀ, ଉତ୍କଳ ସାହିତ୍ୟ ସମାଜର ସଭାପତି ବିଜୟାନନ୍ଦ ସିଂହ, କବିଙ୍କ ପୁତ୍ର ଶ୍ରୀହର୍ଷ ରାଉତରାୟ, ଡ. ମହେଶ୍ୱର ମହାନ୍ତି, ଡ. ବାବାଜୀ ଚରଣ ପଟ୍ଟନାୟକ, ବରିଷ୍ଠ ସାମ୍ବାଦିକ ଅରୁଣ ପଣ୍ଡା, ଡ. ସୁନୀତି ଦେବୀ, ଡ. ସୁନାମଣି ରାଉତ, ସଂଜିତ କୁମାର ପଟ୍ଟନାୟକ, ଇଂ ରମାକାନ୍ତ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ।