www.samajalive.in
Saturday, December 6, 2025
26.1 C
Bhubaneswar

ସୁରକ୍ଷା ପାଇଁ ସୁପ୍ରିମକୋର୍ଟ ଗଲେ କନକଦୁର୍ଗା ଓ ବିନ୍ଦୁ

ନୂଆଦିଲ୍ଲୀ : ଶାବରୀମାଳାସ୍ଥିତ ଆୟାପ୍ପା ମନ୍ଦିରରେ ପରମ୍ପରା ଭାଙ୍ଗି ପ୍ରବେଶ କରିଥିବା କେରଳର ଦୁଇ ୫୦ବର୍ଷରୁ କମ୍‌ ବୟସ୍କ ମହିଳା କନକଦୁର୍ଗା ଓ ବିନ୍ଦୁ ସେମାନଙ୍କୁ ସୁରକ୍ଷା ଦାବିରେ ସୁପ୍ରିମକୋର୍ଟର ଆଶ୍ରୟ ନେଇଛନ୍ତି। ସେମାନଙ୍କୁ ୨୪ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା ଯୋଗାଇଦେବାକୁ ଉଭୟ ଗୁରୁବାର ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି। ଦୁଇ ଦିନ ପୂର୍ବେ କନକଦୁର୍ଗାଙ୍କୁ ତାଙ୍କ ଶାଶୂ ଓ ସମ୍ପର୍କୀୟମାନେ ମାଡ଼ମାରି ଆହତ କରିବା ପରେ ସେମାନେ ଆତଙ୍କିତ ହୋଇପଡ଼ିଥିବା କହିଛନ୍ତି। ବରିଷ୍ଠ ଆଇନଜୀବୀ ଇନ୍ଦିରା ଜୟସିଂହଙ୍କ ମାଧ୍ୟମରେ ଆଗତ ସେମାନଙ୍କ ଆବେଦନକୁ ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗଇ ତ୍ବରିତ ବିଚାର ପାଇଁ ଗ୍ରହଣ କରିଛନ୍ତି। ଅପରପକ୍ଷରେ ଶାବରୀମାଳା ପ୍ରସଙ୍ଗରେ ଆଗତ ୪୦ଟି ଆବେଦନ ଉପରେ ସୁପ୍ରିମକୋର୍ଟଙ୍କ ୫ଜଣିଆ ପୀଠ ଆସନ୍ତା ୨୨ତାରିଖରେ ମାମଲାର ଶୁଣାଣି କରିବେ ବୋଲି ଜଣାପଡ଼ିଛି।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories