www.samajalive.in
Monday, December 15, 2025
27.1 C
Bhubaneswar

ଆଜିଠାରୁ ସଂସଦର ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ

 

- Advertisement -

ନୂଆଦିଲ୍ଲୀ  : ପ୍ରାୟ ଏକ ମାସର ଅବକାଶ ପରେ ସୋମବାର ଠାରୁ ସଂସଦର ଦ୍ୱିତୀୟ ପର୍ଯ୍ୟାୟ ବଜେଟ୍‌ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ଏହି ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନରେ ଶାସକ-ବିରୋଧୀ ମୁହାଁମୁହିଁ ହେବା ନିଶ୍ଚିତ। ଉତ୍ତର ପୂର୍ବାଞ୍ଚଳର ତିନି ରାଜ୍ୟ ବିଧାନସଭା ନିର୍ବାଚନରେ ବିଜେପି ଭଲ ପ୍ରଦର୍ଶନ କରି ଉଲ୍ଲସିତ ରହିଛି। ଅନ୍ୟ ପଟେ ବ୍ୟାଙ୍କିଙ୍ଗ ଦୁର୍ନୀତି ପ୍ରସଙ୍ଗକୁ ନେଇ ଶାସକ ଦଳକୁ ଘେରିବା ଲାଗି ବିରୋଧୀ ଦଳଗୁଡିକ ପ୍ରସ୍ତୁତ ହୋଇଛନ୍ତି। ତେବେ ଠକେଇ ମାମଲାରେ ପଳାତକ ଅଭିଯୁକ୍ତ ଏବଂ ଋଣ ଖିଲାପକାରୀଙ୍କ ସମ୍ପତ୍ତି ବାଜ୍ୟାପ୍ତି ଲାଗି ଉଦ୍ଦିଷ୍ଟ ପଳାତକ ଅର୍ଥନୈତିକ ଅପରାଧୀ ବିଲ୍‌ ଏହି ଅଧିବେଶନରେ ଗୃହୀତ ହେବାର ସମ୍ଭାବନା ରହିଛି। ପିଏନ୍‌ବି ଠକେଇ ମାମଲାର ଅଭିଯୁକ୍ତ ନିରବ ମୋଦି ଏବଂ ଅନ୍ୟମାନେ ବିଦେଶ ପଳାୟନ କରିବା ପରେ ଏହି ବିଲ୍‌କୁ କେନ୍ଦ୍ର ସରକାର ମଞ୍ଜୁରି ପ୍ରଦାନ କରିଛନ୍ତି।

ଭାରତୀୟ ବ୍ୟାଙ୍କରୁ ବହୁ ଟଙ୍କା ଠକି ନେଇ ମଦ ବ୍ୟବସାୟୀ ବିଜୟ ମାଲ୍ୟ ଦେଶଛାଡି ଚାଲିଯିବା ପରେ ପିଏନ୍‌ବି ମାମଲା ଦ୍ୱିତୀୟ ବୃହତ୍‌ ବ୍ୟାଙ୍କିଙ୍ଗ ଠକେଇ ଘଟଣା। ଏହି ଠକେଇ ମାମଲାରେ ସମସ୍ତ ଦୋଷ ସରକାରଙ୍କ ଉପରେ ଲଦିବାକୁ ବିରୋଧୀ ଦଳଗୁଡିକ ଯୋଜନା କରୁଛନ୍ତି। କିନ୍ତୁ ପିଏନ୍‌ବି ଠକେଇ ମାମଲା କଂଗ୍ରେସ ନେତୃତ୍ୱାଧୀନ ୟୁପିଏ ସରକାର ସମୟରୁ ଆରମ୍ଭ ହୋଇଥିବା ବିଜେପି ଅଭିଯୋଗ କରିଛି। ଏହି ମାମଲାକୁ ନେଇ ଚଳିତ ବଜେଟ୍‌ ଅଧିବେଶନ ସରଗରମ ହେବାକୁ ଥିବା ବେଳେ ରାଜ୍ୟସଭାରେ ପଡି ରହିଥିବା ତିନି ତଲାକ୍‌ ବିଲ୍‌କୁ ବିଜେପି ସରକାର ବିଶେଷ ଗୁରୁତ୍ୱ ଦେବେ ବୋଲି କୁହାଯାଉଛି।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories