ସିଓଲ : କୋରିଆ ଉପମହାଦେଶରୁ ସଙ୍କଟର ଅବସାନ ଏବଂ ପରମାଣୁ ନିରସ୍ତ୍ରୀକରଣ, ସାମରିକ ଉତ୍ତେଜନା ହ୍ରାସ ରାଜିନାମାରେ ଉତ୍ତର କୋରିଆ ଶାସକ କିମ୍ ଜଙ୍ଗ୍ ଉନ୍ ଓ ଦକ୍ଷିଣ କୋରିଆ ରାଷ୍ଟ୍ରପତି ମୁନ୍ ଜାଏ ଇନ୍ ସ୍ୱାକ୍ଷର କରିଛନ୍ତି। ମୁନ୍ କହିଛନ୍ତି, ଟୋଙ୍ଗ୍ଚାଙ୍ଗ୍-ରି କ୍ଷେପଣାସ୍ତ୍ର ପରୀକ୍ଷଣ ସ୍ଥଳୀ ଓ କ୍ଷେପଣାସ୍ତ୍ର ଉତ୍କ୍ଷେପଣ ବ୍ୟବସ୍ଥାକୁ ସବୁଦିନପାଇଁ ବନ୍ଦ୍ କରିବା ଲାଗି ଶ୍ରୀ କିମ୍ ରାଜି ହୋଇଛନ୍ତି। ଏହି କେନ୍ଦ୍ରଗୁଡ଼ିକ କାର୍ଯ୍ୟକ୍ଷମ ନ ଥିବା ସଂକ୍ରାନ୍ତରେ କଥାବାର୍ତ୍ତାରେ ସାମିଲ୍ ଥିବା ଦେଶଗୁଡ଼ିକର ବିଶେଷଜ୍ଞମାନଙ୍କଦ୍ୱାରା ପରୀକ୍ଷା କରାଯିବ। ଆମେରିକା ଯଦି ସମାନ ପ୍ରକାର ପଦକ୍ଷେପ ନିଏ, ତେବେ ୟୋଙ୍ଗ୍ବାୟୋନ୍ସ୍ଥିତ ଉତ୍ତର କୋରିଆର ସର୍ବବୃହତ୍ ପରମାଣୁ କେନ୍ଦ୍ରକୁ ବନ୍ଦ୍ କରିବାପାଇଁ ଶ୍ରୀ କିମ୍ ଇଚ୍ଛା ପ୍ରକଟ କରିଛନ୍ତି।।
Popular Categories



