www.samajalive.in
Friday, December 12, 2025
23.1 C
Bhubaneswar

ନ୍ୟୁଜିଲାଣ୍ଡରେ ବୈଦେଶିକ ମନ୍ତ୍ରୀ ଏସ୍‍. ଜୟଶଙ୍କର, ଉତଥାପନ କଲେ ଭିସା ସମସ୍ୟା

ଡେସ୍କ: ନ୍ୟୁଜିଲାଣ୍ଡ ଗସ୍ତରେ ଥିବା ବୈଦେଶିକ ମନ୍ତ୍ରୀ ଏସ୍‍. ଜୟଶଙ୍କର ଅକ୍‍ଲାଣ୍ଡରେ ନ୍ୟୁଜିଲାଣ୍ଡ୍‍ ବୈଦେଶିକ ମନ୍ତ୍ରୀଙ୍କ ସହ ସାକ୍ଷାତ ପରେ କହିଛନ୍ତି, ସାମ୍ରାଜ୍ୟବାଦ ପରବର୍ତ୍ତୀ ପରିସ୍ଥିତିରେ ଉଭୟ ଦେଶ ସ୍ୱତନ୍ତ୍ର ଦାୟିତ୍ୱ ନିର୍ବାହ କରିଛନ୍ତି ଯେଉଁଥିରୁ ବିଶ୍ୱର ଅଧିକାଂଶ ଦେଶ ଉପକୃତ ହୋଇଛନ୍ତି ଓ ସେହି ଦେଶଗୁଡିକ ରାଜନୈତିକ ଅସ୍ଥିରତାରୁ ମୁକ୍ତ ହୋଇପାରିଛନ୍ତି।

ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ଡଃ ଜୟଶଙ୍କର କହିଛନ୍ତି, ଉଭୟ ଦେଶ ବ୍ୟବସାୟ, ଶିକ୍ଷା, ବୈଷୟିକ ଜ୍ଞାନ, ଡିଜିଟାଲ କ୍ଷେତ୍ର, କୃଷି କ୍ଷେତ୍ରରେ ବ୍ୟବସାୟ ଓ ଲୋକସମ୍ପର୍କ କ୍ଷେତ୍ରରେ କାର୍ଯ୍ୟ କରିବା ଆବଶ୍ୟକ ଯାହା ଫଳରେ ବିକାଶ ତ୍ୱରାନ୍ୱିତ ହୋଇପାରିବ। ତେବେ ଡଃ ଜୟଶଙ୍କର କରୋନା ସଂକ୍ରମଣ ସମୟରେ ନ୍ୟୁଜିଲାଣ୍ଡରେ କଟକଣା ଯୋଗୁଁ ଭାରତୀୟ ଛାତ୍ରଛାତ୍ରୀମାନେ ଅସୁବିଧା ଭୋଗ କରୁଥିବାରୁ ସେ ଭିସା ଜାରି ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ପାଇଁ ଅନୁରୋଧ କରିଛନ୍ତି।

Hot this week

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

ପୁଣି ୩ ଡିଗ୍ରୀ ଛୁଇଁଲା ପାରଦ

ଭୁବନେଶ୍ବର : ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି। ଉତ୍ତର-ପଶ୍ଚିମ...

ରାଜଧାନୀରେ ନାବାଳିକାକୁ ଦୁଷ୍କର୍ମ !

ଭୁବନେଶ୍ଵର : ଭୁବନେଶ୍ଵରରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ...

ଫେବୃଆରୀ ୧୨ରେ ବାଂଲାଦେଶ ନିର୍ବାଚନ

ଢାକା,୧୧ା୧୨: ଆସନ୍ତା ବର୍ଷ ଫେବୃଆରୀ ୧୨ ତାରିଖରେ ବାଂଲାଦେଶ ନ୍ୟାସନାଲ ଆସେମ୍ବ୍ଲି...

Related Articles

Popular Categories