www.samajalive.in
Friday, December 12, 2025
27.1 C
Bhubaneswar

ସାହିତ୍ୟରେ ଫରାସୀ ସାହିତ୍ୟିକ ଆନ୍ନି ଏର୍ନକ୍ସଙ୍କୁ ନୋବେଲ ପୁରସ୍କାର

ଡେସ୍କ: ଫରାସୀ ସାହିତ୍ୟିକ ଆନ୍ନି ଏର୍ନକ୍ସଙ୍କୁ ଚଳିତ ବର୍ଷ ସାହିତ୍ୟ ପାଇଁ ନୋବେଲ ପୁରସ୍କାର ଦିଆଯିବ। ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ଏହି ପୁରସ୍କାର ଦିଆଯିବ। ସେ ଅତ୍ୟନ୍ତ ସାହସର ସହ ବ୍ୟକ୍ତିଗତ ସ୍ମୃତିର ମୂଳ, ବିଚ୍ଛିନ୍ନତା ଏବଂ ସାମୂହିକ ପ୍ରତିବନ୍ଧକକୁ ଉନ୍ମୁକ୍ତ କରିବାରେ ଯେଉଁ ପ୍ରୟାସ କରିଛନ୍ତି, ତାହାକୁ ନୋବେଲ କମିଟି ଚୟନର ସ୍ୱତନ୍ତ୍ରତା ବୋଲି କହିଛି।

ଆନ୍ନି ଏର୍ନକ୍ସ ୧୯୪୦ ମସିହା ସେପ୍ଟେମ୍ବର ୧ରେ ଜନ୍ମଗ୍ରହଣ କରିଛନ୍ତି ଓ ଫରାସୀ ସାହିତ୍ୟର ପ୍ରଫେସର ଅଟନ୍ତି। ତାଙ୍କର ସାହିତ୍ୟିକ କାର୍ଯ୍ୟ ପ୍ରାୟତଃ ଆତ୍ମଜୀବନୀ ଓ ସମାଜବିଜ୍ଞାନ ସହିତ ସମ୍ପର୍କିତ। ଏକ ମଧ୍ୟବିତ୍ତ ଶ୍ରେଣୀରୁ ଆସିଥିବା ଆନ୍ନି ପ୍ରଥମେ ଜଣେ ଶିକ୍ଷକ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ ଓ ୧୯୭୧ରେ ଆଧୁନିକ ସାହିତ୍ୟରେ ଉଚ୍ଚ ଶିକ୍ଷା ଲାଭ କରିଥିଲେ। ୧୯୭୪ରେ ଆତ୍ମଜୀବନୀମୂଳକ ଉପନ୍ୟାସ ‘କ୍ଲିନଡ଼ ଆଉଟ’ରୁ ନିଜ ସାହିତ୍ୟିକ ଜୀବନର ଆରମ୍ଭ କରିଥିଲେ ଆନ୍ନି ଏର୍ନକ୍ସ।

Hot this week

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

ଟ୍ରମ୍ପଙ୍କ ସହ ବାଣିଜ୍ୟିକ ଆଲୋଚନା କଲେ ମୋଦୀ

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ...

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

ସ୍ତ୍ରୀକୁ ପେଟ୍ରୋଲ ଢାଳି ଜାଳିଦେଲା ସ୍ଵାମୀ

ପାଟଣାଗଡ: ପାଟଣାଗଡ ବେଲପଡା ଥାନା କଟାପାଲି ଗାଁରେ ବିଭତ୍ସ ହତ୍ୟାକାଣ୍ଡ ଘଟିଛି।...

ପୁଣି ସ୍କୁଲକୁ ବୋମା ଧମକ

ନୂଆଦିଲ୍ଲୀ : ଶୁକ୍ରବାର ସକାଳେ ଅମୃତସରର ପ୍ରତିଷ୍ଠିତ ସିନିୟର ଷ୍ଟଡି ସ୍କୁଲକୁ...

Related Articles

Popular Categories