www.samajalive.in
Friday, December 12, 2025
27.1 C
Bhubaneswar

ବର୍ଷାଭିଜା ଭସାଣୀ

କାମାକ୍ଷାନଗର- ଲଘୁଚାପ ଜନିତ ଝିପି ଝିପି ବର୍ଷାରେ ମା ଦୁର୍ଗାଙ୍କର ଭସାଣି ଅନୁଷ୍ଠିତ ହୋଇଯାଇଛି l ଏ ଉପଲକ୍ଷେ ପୂର୍ବାହ୍ନ ସାଢେ ଏଗାରଟାରୁ ସମସ୍ତ ମେଢ଼ ନିଜ ଆସ୍ଥାନରୁ ନିଆଯାଇ ସୁସଜିତ ଗାଡ଼ିରେ ରଖିବା ପରେ ଶୋଭାଯାତ୍ରା ବାହାରିଥିଲେ l ପ୍ରଥମେ ମୁଣ୍ଡିଦେଉଳି ବଜ଼ାର ଶୋଭାଯାତ୍ରାରେ ବାହାରି ସାହି ପରିକ୍ରମା ପରେ ହନୁମାନ ବଜାରଠାରେ ପହଞ୍ଚିଥିଲା l ପରେ ସମସ୍ତ ମେଢ଼ ହନୁମାନ ବଜ଼ାର ଠାରେ ପହଂଚିଥିଲେ l

ସହରରେ ଅନୁଷ୍ଠିତ ପନ୍ଦର ଗୋଟି ମେଢ଼ ସେଠାରୁ କ୍ରମାନ୍ଵୟ ରେ ଏକ ପ୍ରସେସନରେ ବାହାରି ସହର ପରିକ୍ରମା କରିଥିଲା l ଝିପି ଝିପି ବର୍ଷାରେ ସମସ୍ତ ମେଢ଼ ସହର ପରିକ୍ରମା କରିବା ପରେ ବିଦ୍ୟୁତ ଛକ ଦେଇ ରେଙ୍ଗାଳି ପଡିଆ ଠାରେ ଏକତ୍ରିତ ହୋଇଥିଲେ l ସେଠାରେ ଅନୁଷ୍ଠିତ ରାବଣ ପୋଡି ଉଛବ ସଂମ୍ପର୍ଣ୍ଣ ପରେ ସମସ୍ତ ମେଢ଼ ରାମିୟାଳ ନଦୀ ତଟରେ ନିର୍ମାଣ କରାଯାଇଥିବା କୃତିମ ପୋଖରୀରେ ବିସର୍ଜନ କରାଯାଇଛି l ଲଘୁଚାପ ଜନିତ ଝିପି ଝିପି ବର୍ଷାରେ ମଧ୍ୟଗ୍ରାମାଞ୍ଚଳରୁ ଆସିଥିବା ଲୋକମାନଙ୍କର ଜନସମାଗମ ଲାଗିରହିଥିଲା l

Hot this week

ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡା: ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ୪ଜଣଙ୍କୁ ବହିଷ୍କାର କଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳବସ୍ଥା ଘଟଣାରେ ଡିଜିସିଏ...

ଭିଜିଲାନ୍ସ ନାଁରେ ଓଏଏସ୍‌ ଙ୍କୁ ଠକେଇ, ଦୁଇ ଗିରଫ

ରାଉରକେଲା : ନିଜକୁ ଭିଜିଲାନ୍ସ ଅଧିକାରୀ କହି ଠକେଇ ଅଭିଯୋଗରେ ଦୁଇ...

ବାର୍ବି କ୍ୟୁ ନେସନ୍‌ରେ ନିମ୍ନମାନର ଖାଦ୍ୟ, ଲାଗିଲା ଜରିମାନା…

ନୂଆଦିଲ୍ଲୀ : ଯଦି ଆପଣ ଖାଦ୍ୟ ପ୍ରିୟ ଏବଂ ଭାବୁଛନ୍ତି ଯେ...

ଝାଡ଼ଖଣ୍ଡରେ ଆତଙ୍କବାଦୀ ସନ୍ଦିଗ୍ଧଙ୍କ ଘରେ ଏନଆଇଏ ରେଡ

ସମାଜ ଲାଇଭ ଡେସ୍କ : ଝାଡ଼ଖଣ୍ଡ ହଜାରିବାଗ ଅଞ୍ଚଳରେ ଆଇଏସଆଇଏସ ଆତଙ୍କି...

Related Articles

Popular Categories