www.samajalive.in
Sunday, December 14, 2025
15.1 C
Bhubaneswar

ଭାରତୀୟ ଟେବୁଲ ଟେନିସ ଦଳରୁ ବାଦ୍‍ ପଡ଼ିଲେ ସୌମ୍ୟଜିତ୍‍

ନୂଆଦିଲ୍ଲୀ : ରାଜ୍ୟଗୋଷ୍ଠୀ କ୍ରୀଡ଼ା ନିମନ୍ତେ ଘୋଷିତ ଭାରତୀୟ ଟେବୁଲ ଟେନିସ୍‍ ଦଳରୁ ବାଦ୍‍ ପଡ଼ିଛନ୍ତି ସୌମ୍ୟଜିତ୍‍ ଘୋଷ। ସୌମ୍ୟଜିତ୍‍ଙ୍କ ବିରୋଧରେ ଜଣେ ୧୮ ବର୍ଷୀୟା ମହିଳା ବଳାତ୍କାର ଅଭିଯୋଗ ଆଣିବା ପରେ ତାଙ୍କୁ ଭାରତୀୟ ଟେବୁଲ ଟେନିସ୍‍ ମହାସଂଘ ବାସନ୍ଦ କରିଥିବାରୁ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସୌମ୍ୟଜିତ୍‍ ଭାଗ ନେଇ ପାରିବେ ନାହିଁ ବୋଲି ଜଣାପଡ଼ିଛି।

ଏ ସଂପର୍କରେ ଭାରତୀୟ ଟେବୁଲ ଟେନିସ୍‍ ମହାସଂଘ ତରଫରୁ ଜାରି ଏକ ବିଜ୍ଞପ୍ତିରେ ଦର୍ଶାଯାଇଛି ମହାସଂଘର କାର୍ଯ୍ୟକାରିଣୀ ସଦସ୍ୟଙ୍କ ବୈଠକ ଅନୁଷ୍ଠିତ ହୋଇ ସୌମ୍ୟଜିତ୍‍ଙ୍କୁ ବାସନ୍ଦ କରାଯିବା ସପକ୍ଷରେ ମତ ପ୍ରକାଶ ପାଇଥିଲା। ପୁଲିସ ତଦନ୍ତ ସରିବା ଏବଂ କୋର୍ଟ ରାୟ ପ୍ରକାଶ ପାଇଲା ପର୍ଯ୍ୟନ୍ତ ସୌମ୍ୟଜିତ୍‍ଙ୍କୁ ବାସନ୍ଦ କରାଯାଇଛି। ତେଣୁ ସେ ଜାତୀୟ କିମ୍ବା ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଭାଗ ନେଇପାରିବେ ନାହିଁ।

- Advertisement -

ସୂଚନାଥାଉକି ସୌମ୍ୟଜିତଙ୍କ ବିରୋଧରେ ଜଣେ ମହିଳା ବଳାତ୍କାର ଅଭିଯୋଗ ଆଣି ପଶ୍ଚିମବଙ୍ଗର ୨୪ ପ୍ରଗଣା ଜିଲାରେ ବରସାତ୍‍ ଥାନାରେ ଏକ ମାମଲା ରୁଜୁ କରିଥିଲେ। ପୁଲିସ ଘଟଣାର ତଦନ୍ତ ଜାରି ରଖିଛି। ଅନ୍ୟପକ୍ଷରେ ସଂପୃକ୍ତ ମହିଳା ଜଣକ ତାଙ୍କ ଠାରୁ ବହୁବାର ଟଙ୍କା ନେଇଛନ୍ତି ଏବଂ ଅଧିକ ଅର୍ଥ ହାସଲ ପାଇଁ ଏପରି ମିଥ୍ୟା ଅଭିଯୋଗ କରିଥିବା ସୌମ୍ୟଜିତ ନିଜ ପ୍ରତିକ୍ରିୟାରେ କହିଥିଲେ। ସୌମ୍ୟଜିତ୍‍ଙ୍କୁ ବାସନ୍ଦ କରାଯିବା ସହ ତାଙ୍କୁ ଖୁବ୍‍ଶୀଘ୍ର କାରଣ ଦର୍ଶାଅ ନୋଟିସ୍‍ ଜାରି କରାଯିବ ବୋଲି ଭାରତୀୟ ଟେବୁଲ ଟେନିସ୍‍ ମହାସଂଘ ତରଫରୁ ସୂଚନା ଦିଆଯାଇଛି।
ଆସନ୍ତା ଏପ୍ରିଲ୍‍ ୪ରୁ ୧୫ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆର ଗୋଲ୍‍ଡକୋଷ୍ଟରେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଆୟୋଜିତ ହେବାକୁ ଯାଉଥିବା ବେଳେ ୨୪ ବର୍ଷୀୟ ସୌମ୍ୟଜିତ୍‍ ଏଥିପାଇଁ ଜର୍ମାନୀରେ ପ୍ରଶିକ୍ଷଣ ନେଉଥିଲେ। ତେବେ ଭାରତୀୟ ଟେବୁଲ ଟେନିସ୍‍ ମହାସଂଘର ନିଷ୍ପତ୍ତି ପରେ ସେ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାଗ ନେଇପାରିବେ ନାହିଁ ବୋଲି ସ୍ପଷ୍ଟ ହୋଇଯାଇଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories