www.samajalive.in
Sunday, December 14, 2025
19.1 C
Bhubaneswar

ଏଲ୍‌ଏସିରେ ମୁତୟନ ହେବ ୨ୟ ଏସ୍-୪୦୦ କ୍ଷେପଣାସ୍ତ୍ର ପ୍ରଣାଳୀ

ନୂଆଦିଲ୍ଲୀ : ଚୀନକୁ ମୁକାବିଲା ନିମନ୍ତେ ଭାରତ ଏହାର ବାୟୁସୀମାକୁ ସୁରକ୍ଷିତ ରଖିବାର ଯୋଜନା ପୂର୍ବକ ଏହାର ସୀମାରେ ଏସ୍-୪୦୦ ଟ୍ରାଏମ୍ଫ କ୍ଷେପଣାସ୍ତ୍ର ପ୍ରଣାଳୀ ମୁତୟନ କରିବ। ରୁଷ୍ ଠାରୁ ମିଳିବାକୁ ଯାଉଥିବା ଦ୍ବିତୀୟ ପର୍ଯ୍ୟାୟ ଏସ୍-୪୦୦ କ୍ଷେପଣାସ୍ତ୍ର ପ୍ରଣାଳୀକୁ ଚୀନ ସଂଲଗ୍ନ ପୂର୍ବ ଲଦାଖର ବାସ୍ତବ ନିୟନ୍ତ୍ରଣ ରେଖା (ଏଲ୍‌ଏସି)ରେ ମୁତୟନ କରିବାକୁ ଭାରତ ନିଷ୍ପତ୍ତି ନେଇଛି। ଆଗାମୀ ଦୁଇ-ତିନି ମାସ ମଧ୍ୟରେ ଭାରତକୁ ଦ୍ବିତୀୟ ପର୍ଯ୍ୟାୟ ଏସ୍-୪୦୦ କ୍ଷେପଣାସ୍ତ୍ର ପ୍ରଣାଳୀ ମିଳିଯିବ। ସୂଚନା ଅନୁଯାୟୀ ରୁଷ୍ ଦ୍ବିତୀୟ ପର୍ଯ୍ୟାୟ କ୍ଷେପଣାସ୍ତ୍ରକୁ ପଠାଇ ସାରିଛି। ୟୁକ୍ରେନ ସହିତ ଯୁଦ୍ଧ ଲାଗି ରହିଥିବା ସତ୍ତ୍ବେ ରୁଷ୍ ଏହାର ପ୍ରତିଶ୍ରୁତି ମୁତାବକ ଏସ୍-୪୦୦ କ୍ଷେପଣାସ୍ତ୍ର ପ୍ରଣାଳୀ ଯୋଗାଣ କରିଛି। ପୂର୍ବ ଲଦାଖରେ ଚୀନ ସେନା ନିୟମିତ ଭାରତର ବାୟୁସୀମା ଲଙ୍ଘନ କରୁଥିବାବେଳେ ଏହାକୁ ମୁକାବିଲ କରିବାରେ ଏସ୍-୪୦୦ କ୍ଷେପଣାସ୍ତ୍ର ପ୍ରଣାଳୀ ସହାୟକ ହେବ। ଏଲଏସି ୧୦ କିମି ଅଞ୍ଚଳକୁ ନୋ ପ୍ଲାଏ ଜୋନ୍ ଘୋଷଣା କରାଯାଇଥିବାବେଳେ ଚୀନ ଏହାକୁ ବାରମ୍ବାର ଉଲ୍ଲଙ୍ଘନ କରିଚାଲିଛି। ଭାରତ ଏହାର ଯୁଦ୍ଧବିମାନ ଯୋଗେ ଏହାର ଜବାବ ଦେଇ ଆସୁଥିବାବେଳେ ଏସ୍-୪୦୦ କ୍ଷେପଣାସ୍ତ୍ର ପ୍ରଣାଳୀ ମୁତୟନ ପରେ ଚୀନକୁ ତ୍ବରିତ ଜବାବ ମିଳିଯିବ। ରୁଷ୍‌ ଠାରୁ ଭାରତ ଏସ-୪୦୦ କ୍ଷେପଣାସ୍ତ୍ର ପ୍ରଣାଳୀର ୪ଟି ୟୁନିଟ୍ କ୍ରୟ ଲାଗି ୫୦୦ କୋଟି ଡଲାର ବୁଝାମଣା କରିଛି। ଭାରତକୁ ଗୋଟିଏ ୟୁନିଟ୍ କ୍ଷେପଣାସ୍ତ୍ର ମିଳିସାରିଛି। ଏହାକୁ ଏବେ ପଞ୍ଜାବ ସେକ୍ଟରରେ ମୁତୟନ କରାଯାଇଛି। ଭୂପୃଷ୍ଠରୁ ଆକାଶ ମାର୍ଗକୁ ନିଶାଣ କରାଯାଇ ପାରୁଥିବା ଏହି କ୍ଷେପଣାସ୍ତ୍ର ବିଶ୍ବର ସବୁଠାରୁ ମାରାତ୍ମକ ବୋଲି ବିବେଚନା କରାଯାଉଛି। ୪୦୦ କିମି ପରିସୀମା ମଧ୍ୟରେ ଏହା ଏକକାଳୀନ ଅନେକ ସ୍ଥାନକୁ ଟାର୍ଗେଟ କରିପାରିବ। ୬୦୦ କିମି ଦୂରରୁ ଏହା ୧୬୦ଟି ବସ୍ତୁର ଗତିକୁ ଟ୍ରାକ୍ କରିପାରିବ ଓ ୪୦୦ କିମି ପରିସରରେ ୭୨ଟି ସ୍ଥାନକୁ ଏକକାଳୀନ ଟାର୍ଗେଟ କରିପାରିବ। ରୁଷ୍ ଠାରୁ ଏହି କ୍ଷେପଣାସ୍ତ୍ର କ୍ରୟକୁ ନେଇ ଭାରତ ଉପରେ ଆମେରିକା ପ୍ରତିବନ୍ଧକ ଲାଗାଇଥିବାବେଳେ ଏହାକୁ ହଟାଇ ନେଇଛି। ସପ୍ତାହ ପୂବେ ଆମେରିକା ଏହାର ଆଇନରେ ସଂଶୋଧନ କରିଛି। ଆମେରିକା କହିଛି ଯେ ଚୀନର ବିସ୍ତାରବାଦ ନୀତିକୁ ଦମନ କରିବା ଲାଗି ଭାରତକୁ ପ୍ରତିରକ୍ଷା ସହଯୋଗ କରିବା ଏହାର ଦାୟିତ୍ବ। ତେଣୁ ରୁଷ୍ ଠାରୁ କ୍ଷେପଣାସ୍ତ୍ର କ୍ରୟ ଲାଗି ଭାରତ ଉପରେ ପ୍ରତିବନ୍ଧକ ଲାଗୁ ହେବ ନାହିଁ। ଭାରତ ଓ ଚୀନ ମଧ୍ୟରେ ୩୪୮୮ କିମି ସୀମା ରହିଛି। ଲଦାଖ ଠାରୁ ଆରମ୍ଭ କରି ଅରୁଣାଚଳ ପ୍ରଦେଶ ପର୍ଯ୍ୟନ୍ତ ପ୍ରତ୍ୟେକ ସ୍ଥାନରେ ଚୀନ ନିୟମିତ ଦାଦାଗିରି ଦେଖାଇ ଆସୁଛି।

Hot this week

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

Related Articles

Popular Categories