ଯୁବତୀ ଚାଲାଣ ଅଭିଯୋଗରେ ଯୁବକ ଗିରଫ

0

ରାଉରକେଲା/କେନ୍ଦ୍ରାପଡା : ଦୁବାଇ ଏବଂ ମଧ୍ୟପ୍ରାଚ୍ୟ ଦେଶକୁ ଯୁବତୀ ଚାଲାଣ ଅଭିଯୋଗରେ ସୁନ୍ଦରଗଡ଼ ଜିଲ୍ଲା ରଘୁନାଥପାଲୀ ପୁଲିସ କେନ୍ଦ୍ରାପଡାରୁ ଜଣେ ଅଭିଯୁକ୍ତ ଯୁବକକୁ ଗିରଫ କରିଛି। ତା’ର ନାମ ବିଶ୍ୱଜିତ ମଲିକ। ଗତ ଡିସେମ୍ବର ୧୨ ତାରିଖରେ ବିଶ୍ୱଜିତ ନାମରେ ରଘୁନାଥପାଲୀ ଥାନାରେ ଏଫଆଇଆର ଦାଏର କରାଯାଇଥିଲା। ତାରକେରା ଅଞ୍ଚଳର ଜଣେ ମହିଳା ତା ନାମରେ ଏଫଆଇଆର ଦାଏର କରିଥିଲେ। ବିଶ୍ୱଜିତ ସଂପୃକ୍ତ ମହିଳାଙ୍କ ସହିତ ରାଉରକେଲାର ଏକ ହୋଟେଲରେ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ସେହିପରି ବିଶ୍ୱଜିତ ସହିତ ଅନ୍ୟ ଦୁଇଜଣ ମହିଳାଙ୍କ ନାମରେ ମଧ୍ୟ ଏଫଆଇଆର ଦାଏର କରାଯାଇଛି। ଏହି ମହିଳାମାନଙ୍କ ସହାୟତାରେ ବିଶ୍ୱଜିତ ଯୁବତୀ ଚାଲାଣ କରୁଥିବା ଅଭିଯୋଗ ହୋଇଛି।।

Leave A Reply