www.samajalive.in
Monday, December 15, 2025
26.1 C
Bhubaneswar

ଗୁଇନ୍ଦା ନେଲେ ଲାଞ୍ଚ

ନାର୍କୋଟିକ୍‍ ବିିଭାଗର ୩ ଗିରଫ ,ସିବିଆଇ ରିମାଣ୍ଡରେ ୪ ଦିନ

ଭୁବନେଶ୍ୱର  : ଏକ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ନାର୍କୋଟିକ୍‍ ବିଭାଗର ୨ ଜଣ ଗୁଇନ୍ଦା ଅଧିକାରୀଙ୍କ ସହିତ ଜଣେ କନଷ୍ଟେବଳଙ୍କୁ ମିଶାଇ ସିବିଆଇ ୩ ଜଣଙ୍କୁ ଗିରଫ କରିଛି। ଶୁକ୍ରବାର ସ୍ୱତନ୍ତ୍ର ସିବିଆଇ ଜଜ୍‍ଙ୍କ ବାସଭବନରେ ସେମାନଙ୍କୁ ହାଜର କରାଯାଇଥିଲା ସେମାନେ ହେଲେ ଗୁଇନ୍ଦା ଅଧିକାରୀ ଜ୍ଞାନ ପ୍ରକାଶ, ସତୀଶ କୁମାର ଓ କନଷ୍ଟେବଳ ଏ ଏସ୍‍ କୁଜରି। ଗିରଫ ନାର୍କୋଟିକ୍‍ ଅଧିକାରୀଙ୍କୁ ୫ ଦିନ ରିମାଣ୍ଡରେ ନେବାକୁ ସିବିଆଇ ପକ୍ଷରୁ କୋର୍ଟରେ ଆବେଦନ କରାଯାଇଥିଲା। ସ୍ୱତନ୍ତ୍ର ସିବିଆଇ ଜଜ୍‍ ସେମାନଙ୍କୁ ୪ ଦିନ ହେପାଜତରେ ନେବାକୁ ଅନୁମତି ଦେଇଥିବା ଜଣାପଡିଛି।
ମାମଲାରୁ ଜଣାପଡିଛି, ଗତ ମାର୍ଚ୍ଚ ୨୬ ତାରିଖରେ ପଟିଆ ଅଞ୍ଚଳରେ ୱାସିମ୍‍ ଆକ୍ରମ ନାମକ ଜଣେ ଯୁବକଙ୍କୁ ଚୋରା ଗଞ୍ଜେଇ ଚାଲାଣ କରିବା ଅଭିଯୋଗରେ ନାର୍କୋଟିକ୍‍ କଣ୍ଟ୍ରୋଲ ବ୍ୟୁରୋ ଗିରଫ କରିଥିଲା। ୱାସିମ୍‍ ନିକଟରୁ ନାର୍କୋଟିକ୍‍ ଅଧିକାରୀମାନେ ୨୫ କିଲୋଗ୍ରାମ ଗଞ୍ଜେଇ ଜବତ କରିଥିଲେ। ତେବେ ୱାସିମ୍‍ର ଟେଲିଫୋନ୍‍ ନମ୍ବରକୁ ଯାଞ୍ଚ କରିବା ବେଳେ ଚନ୍ଦନ ଓଝା ନାମକ ଅନ୍ୟ ଜଣେ ଯୁବକଙ୍କ ସହିତ ସେ ବାରମ୍ବାର କଥାବାର୍ତ୍ତା ହୋଇଥିବା ଜଣାପଡିଥିଲା। ଚୋରା ଗଞ୍ଜେଇ ବ୍ୟବସାୟୀ ୱାସିମର ଚନ୍ଦନ ବନ୍ଧୁ ବୋଲି ଜଣାପଡିବା ପରେ ତାକୁ ଗଞ୍ଜେଇ କାରବାରରେ ଗିରଫ କରିବା ଲାଗି ନାର୍କୋଟିକ୍‍ ଅଧିକାରୀମାନେ ଧମକ ଦେଇଥିଲେ। ଏପରିକି ୩ ଲକ୍ଷ ଟଙ୍କା ଲାଞ୍ଚ ଦେଲେ ତାକୁ ଛାଡି ଦେବେ ବୋଲି କହିଥିଲେ। ମିଛ ମାମଲାରେ ତାକୁ ଫସାଇ ଦେବା ଲାଗି ବାରମ୍ବାର ଧମକ ଦେଉଥିଲେ ନାର୍କୋଟିକ୍‍ ବ୍ୟୁରୋର ଗୁଇନ୍ଦା ଅଧିକାରୀ ଜ୍ଞାନ ପ୍ରକାଶ ଓ ସତୀଶ। ତେବେ ଏସମ୍ପର୍କରେ ଚନ୍ଦନ ସିବିଆଇ ଏସ୍‍ପିଙ୍କୁ ଭେଟି ସମସ୍ତ କଥା ଜଣାଇଥିଲେ। ଚୋରା ଗଞ୍ଜେଇ କାରବାରରେ ତାଙ୍କର ସମ୍ପୃକ୍ତି ନ ଥିବା ଜଣାପଡିବା ପରେ ସିବିଆଇ ଅଧିକାରୀମାନେ ଜାଲ ବିଛାଇଥିଲେ। ଚନ୍ଦନ ନାର୍କୋଟିକ୍‍ ବ୍ୟୁରୋ ଅଧିକାରୀଙ୍କୁ ୧ ଲକ୍ଷ ଟଙ୍କା ଲାଞ୍ଚ ଦେବାକୁ ରାଜି ହୋଇଥିଲା। ନାର୍କୋଟିକ୍‍ ବ୍ୟୁରୋର ପୁରୁଣା ଅଫିସ ଥିବା ତମାଣ୍ଡୋ ଥାନା ଅଧୀନ କଳିଙ୍ଗବିହାର ଅଞ୍ଚଳରେ ଗତକାଲି ରାତିରେ ଚନ୍ଦନଙ୍କଠାରୁ ନାର୍କୋଟିକ୍‍ ବ୍ୟୁରୋର ୨ ଜଣ କର୍ମଚାରୀ ୧ ଲକ୍ଷ ଟଙ୍କା ଲାଞ୍ଚ ନେଇ ତୁରନ୍ତ ଘଟଣାସ୍ଥଳରୁ ପଳାଇଥିଲେ। ଚନ୍ଦନ ପରେ ଦୁଇ ଅଫିସରଙ୍କୁ କଥା ହେବା ଲାଗି ତମାଣ୍ଡୋ ଥାନା ନିକଟକୁ ଡକାଇଥିଲେ। ନାର୍କୋଟିକ୍‍ ବ୍ୟୁରୋ ଗୁଇନ୍ଦା ଅଧିକାରୀ ସେଠାରେ ପହଞ୍ଚିବା ପରେ ସିବିଆଇ ଅଧିକାରୀମାନେ ତାଙ୍କୁ କାବୁ କରି ନେଇଥିଲେ। ସେଠାରେ କିଛି ସମୟ ଲାଗି ସିବିଆଇ ଅଧିକାରୀ ଏବଂ ନାର୍କୋଟିକ୍‍ ବ୍ୟୁରୋ କର୍ମଚାରୀଙ୍କ ମଧ୍ୟରେ ଠେଲାପେଲା ଲାଗିଯାଇଥିଲା। ନାର୍କୋଟିକ୍‍ ବ୍ୟୁରୋ ଅଧିକାରୀଙ୍କ ହାତକୁ ଯାଞ୍ଚ କରିବା ବେଳେ ଲାଲ୍‍ ରଙ୍ଗ ହୋଇଯାଇଥିଲା। ତେବେ ସିବିଆଇ ଅଧିକାରୀମାନେ ତାଙ୍କୁ ସାଙ୍ଗରେ ନେଇ ଅନ୍ୟ ଜଣେ କର୍ମଚାରୀଙ୍କୁ ଗିରଫ କରିଥିଲେ। ୪ ଦିନ ରିମାଣ୍ଡରେ ୩ କର୍ମଚାରୀଙ୍କୁ ନେଇ ସିବିଆଇ ପଚରାଉଚରା କରିବା ବେଳେ ଅନେକ ଗୁମର ପଦାକୁ ଆସିବ ବୋଲି ଜଣେ ସିବିଆଇ ଅଧିକାରୀ କହିଛନ୍ତି।

Hot this week

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

Related Articles

Popular Categories