www.samajalive.in
Sunday, December 14, 2025
14.1 C
Bhubaneswar

ଇଣ୍ଡିଜ୍‍କୁ ହରାଇ ଆଫ୍‍ଗାନିସ୍ତାନ ଚମ୍ପିଆନ

ହରାରେ : ଆନ୍ତର୍ଜାତିକ କ୍ରିକେଟ୍‍ରେ ତା’ର ଉତ୍‍ଥାନ ଜାରିରଖିଛି ଆଫ୍‍ଗାନିସ୍ତାନ। ରବିବାର ସମାପ୍ତ ହୋଇଥିବା ଆଇସିସି କ୍ରିକେଟ ବିଶ୍ୱକପ୍‍ର ଯୋଗ୍ୟତା ପର୍ଯ୍ୟାୟ ଟୁର୍ଣ୍ଣାମେଣ୍ଟରେ ଆଫ୍‍ଗାନିସ୍ତାନ ଚମ୍ପିଆନ୍‍ ହୋଇଛି। ବୋଲରଙ୍କ ଚମତ୍କାର ପ୍ରଦର୍ଶନ ବଳରେ ୱେଷ୍ଟଇଣ୍ଡିଜ୍‍କୁ ସହଜରେ ୭ ୱିକେଟରେ ଆଫ୍‍ଗାନିସ୍ତାନ ପରାସ୍ତ କରିଛି। ମୁଜିବ୍‍ ଉର୍‍ ରେହ୍‍ମାନ ୪ଟି ୱିକେଟ ନେବାରୁ ପ୍ରଥମେ ବ୍ୟାଟିଂକରି ୱେଷ୍ଟଇଣ୍ଡିଜ୍‍ ୪୬.୫ ଓଭରରେ ୨୦୪ ରନ୍‍କରି ଅଲ୍‍ଆଉଟ ହୋଇଥିଲା। ପରେ ମହମ୍ମଦ ସେହ୍‍ଜାଦ ଓ ରହମତ୍‍ ଶାହାଙ୍କ ଅର୍ଦ୍ଧଶତକ ବଳରେ ୪୦.୪ ଓଭରରେ ୩ ୱିକେଟ ହରାଇ ଆଫ୍‍୍‍ଗାନିସ୍ତାନ ଜିତିଥିଲା।
ଏହି ଫାଇନାଲ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଥିବା ଉଭୟ ୱେଷ୍ଟଇଣ୍ଡିଜ୍‍ ଓ ଆଫ୍‍ଗାନିସ୍ତାନ ବିଶ୍ୱକପ୍‍ ଖେଳିବାର ଯୋଗ୍ୟତା ଅର୍ଜନ କରି ସାରିଥିଲେ। ଫାଇନାଲରେ ୱେଷ୍ଟଇଣ୍ଡିଜ୍‍ ଟସ୍‍ ଜିତି ବ୍ୟାଟିଂ ନେଇଥିଲା। ୱେଷ୍ଟଇଣ୍ଡିଜ୍‍ ନିୟମିତ ବ୍ୟବଧାନରେ ୱିକେଟ ହରାଇଥିଲା। ରୋଭ୍‍ମ୍ୟାନ ପୱେଲ ୨ଟି ଛକା ସହ ସର୍ବାଧିକ ୪୪ ରନ୍‍ କରିଥିଲେ। ମାର୍ଲନ ସାମୁଏଲ୍‍ସ ୩୮, ଏଭିନ୍‍ ଲୁଇସ୍‍ ୨୭, ସାଇ ହୋପ୍‍ ୨୩ ଓ ଆସ୍‍ଲେ ନର୍ସ ଅପରାଜିତ ୨୬ ରନ୍‍ କରିଥିଲେ। ମୁଜିବ୍‍ ଉର୍‍ ରେହ୍‍ମାନ ୪ଟି ଓ ଗୁଲ୍‍ବାଦିନ ନାଇବ୍‍ ୨ଟି ୱିକେଟ ପାଇଥିଲେ। ୨୦୫ ରନ୍‍ ବିଜୟଲକ୍ଷ୍ୟ ନେଇ ବ୍ୟାଟିଂ କରିଥିବା ଆଫ୍‍ଗାନିସ୍ତାନ ସହଳ ଗୁଲ୍‍ବାଦିନ ନାଇବ୍‍ (୧୪)ଙ୍କ ୱିକେଟ ହରାଇଥିଲା। ପରେ ଓପ୍‍ନର ମହମ୍ମଦ ସେହ୍‍ଜାଦ୍‍ ଓ ରହମତ୍‍ ଶାହା ୨ୟ ୱିକେଟ ପାଇଁ ୯୦ ରନ୍‍ ଯୋଡ଼ି ଦଳର ବିଜୟ ନିଶ୍ଚିତ କରିଥିଲେ। ସେହ୍‍ଜାଦ ୯୩ ବଲ୍‍ରୁ ୨ଟି ଛକା ଓ ୧୧ଟି ଚୌକା ସହ ୮୪ ଏବଂ ରହମତ୍‍ ଶାହା ୭୮ ବଲ୍‍ରୁ ୪ଟି ଚୌକା ସହ ୫୧ ରନ୍‍ କରିଥିଲେ। ସମିଉଲ୍ଲା ସେନ୍‍ୱାରି ୨୦ ଓ ମହମ୍ମଦ ନବି କ୍ରମାଗତ ୩ଟି ଛକା ସହ ୨୭ ରନ୍‍କରି ଅପରାଜିତ ଥିଲେ। କ୍ରିସ୍‍ ଗେଲ୍‍ ୨ଟି ୱିକେଟ ପାଇଥିଲେ।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories