www.samajalive.in
Sunday, December 7, 2025
13.1 C
Bhubaneswar

ବିରୋଧୀଙ୍କୁ କ୍ଷମା, ଦିଲ୍ଲୀର ବିକାଶ ପାଇଁ ଲୋଡା ପ୍ରଧାନମନ୍ତ୍ରୀ ଆଶୀର୍ବାଦ- କେଜରିୱାଲ

ନୂଆଦିଲ୍ଲୀ: ଆମ୍‍ ଆଦ୍‍ମୀ ପାର୍ଟିର ଆବାହକ ଅରବିନ୍ଦ କେଜରିୱାଲ ଲଗାତାର ତୃତୀୟ ଥର ପାଇଁ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ରବିବାର ରାମ ଲୀଲା ମୈଦାନରେ ଶପଥ ଗ୍ରହଣ କରିଛନ୍ତି। ଶପଥ ନେବା ପରେ ସେ ନିଜ ଅଭିଭାଷଣରେ କହିଛନ୍ତି ଯେ, ଆପଣଙ୍କ ପୁଅ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛି। ଏ ବିଜୟ ମୋର ନୁହେଁ ଆପଣମାନଙ୍କର। ଏହା ପ୍ରତ୍ୟେକ ଦିଲ୍ଲୀବାସୀଙ୍କ ଏହି ବିଜୟ। ନିର୍ବାଚନ ବେଳେ କିଛି ଲୋକ ଆପ୍‌ କୁ ଭୋଟ ଦେଇଥିଲେ ଏବଂ ଅନ୍ୟ କିଛି ଲୋକ ବିଜେପି ଓ କଂଗ୍ରେସକୁ ଭୋଟ ଦେଇଥିଲେ। କିନ୍ତୁ ଆଜି ମୁଁ ସମସ୍ତଙ୍କର ମୁଖ୍ୟମନ୍ତ୍ରୀ। ବିଜେପି ଓ କଂଗ୍ରେସକୁ ସମର୍ଥନ କରୁଥିବା ଲୋକଙ୍କର ମଧ୍ୟ ମୁଁ ମୁଖ୍ୟମନ୍ତ୍ରୀ। ମୋ ଶାସନ କାଳ ମଧ୍ୟରେ ମୁଁ କଦାପି କାହାରି ସହ ସାବତ ପୁଅ ଭଳି ବ୍ୟବହାର କରିବି ନାହିଁ ଅଥବା ପାନ୍ତରଅନ୍ତର କରିବି ନାହିଁ।

ଦେଶରେ ନୂଆ ରାଜନୀତି ଆରମ୍ଭ ହୋଇଛି। ନୂଆ ରାଜନୀତିର ଶଙ୍ଖ ପୁରା ଦେଶରେ ବାଜି ସାରିଛି। ଦିଲ୍ଲୀକୁ କେଜରିୱାଲ ବା କେହି ନେତା ଚଳାଉ ନାହାନ୍ତି। ଶିକ୍ଷକ, ଡାକ୍ତର, ଅଟୋ ଓ ରିକ୍ସା ଚାଳକ, ଛାତ୍ର, ବସ୍ ଚାଳକ, ଦୋକାନୀ ଓ ବ୍ୟବସାୟୀ ମିଶି ଦିଲ୍ଲୀକୁ ଚଳାଉଛନ୍ତି। ଏହି ଲୋକମାନେ ମୁଖ୍ୟ ଅତିଥି ଭାବେ ଆଜି ଏହି ସମାରୋହରେ ସାମିଲ ହୋଇଥିବାରୁ ମୁଁ ବହୁତ ଖୁସୀ। କିଛି ଲୋକ କହୁଛନ୍ତି କେଜରିୱାଲ ସବୁ ମାଗଣାରେ ଦେଉଛନ୍ତି। ଦୁର୍ଲଭ ଜିନିଷର ମୂଲ୍ୟ ନଥାଏ। ମା’ର ମମତା ପିଲା ପାଇଁ ମାଗଣା ହୋଇଥାଏ। ଶ୍ରବଣ କୁମାରଙ୍କ ସେବା ମଧ୍ୟ ନିସ୍ବାର୍ଥପର ଥିଲା।

- Advertisement -

ଦିଲ୍ଲୀରେ ନିର୍ବାଚନ ଶେଷ ହୋଇଛି। ଦିଲ୍ଲୀର ଦୁଇ କୋଟି ଲୋକ ମୋ ପରିବାର। ବିନା କୌଣସି ସଙ୍କୋଚରେ ମୋ ପାଖକୁ ଆସିବେ, ମୁଁ ସମସ୍ତଙ୍କ କାମ କରିବି। ଯେକୌଣସି ଜାତି, ଧର୍ମ ଓ ଦଳର ଲୋକ ହୋଇଥାନ୍ତୁ ନା କାହିଁକି, ସମସ୍ତଙ୍କ ସେବା କରିଛି ଏବଂ ଆଗକୁ ମଧ୍ୟ କରିବି। ନିର୍ବାଚନ ସମୟରେ ବିରୋଧୀ ଦଳ ଯାହା କହିଥିଲେ ସେମାନଙ୍କୁ ମୁଁ କ୍ଷମା କରି ଦେଇଛି ବୋଲି ଦିଲ୍ଲୀର ମୁଖ୍ୟମନ୍ତ୍ରୀ କହିଛନ୍ତି। ଆମେ ସମସ୍ତେ ମିଶି ଦିଲ୍ଲୀକୁ ବିକାଶ ପଥ​‌ରେ ଆଗେଇ ନେବାକୁ କେଜରିୱାଲ ଆହ୍ବାନ ଦେଇଛନ୍ତି। ଏହା ସହ ସେ ଆହୁରି କହିଛନ୍ତି ଯେ, ଶପଥ ଗ୍ରହଣ ଉତ୍ସବକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ନିମନ୍ତ୍ରଣ କରାଯାଇଥିଲା। କିନ୍ତୁ କାର୍ଯ୍ୟ ବ୍ୟସ୍ତତା ଯୋଗୁଁ ସେ ବୋଧେ ଆସି ପାରିନାହାନ୍ତି। କିନ୍ତୁ ଦିଲ୍ଲୀର ବିକାଶ ପାଇଁ ମୁଁ ପ୍ରଧାନମନ୍ତ୍ରୀଙ୍କ ଠାରୁ ଆଶୀର୍ବାଦ ଭିକ୍ଷା କରୁଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories