www.samajalive.in
Saturday, December 6, 2025
23.1 C
Bhubaneswar

ରୁଷର ୬ ହଜାର ସୈନ୍ୟ ନିହତ ; ୟୁକ୍ରେନ ରାଷ୍ଟ୍ରପତି

ନୂଆଦିଲ୍ଲୀ : ରୁଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧର ଆଜି ସପ୍ତମ ଦିନ। ରୁଷ ଆକ୍ରମଣରେ ପରିସ୍ଥିତି ଖୁବ ଜଟିଳ ଆଡକୁ ଗତି କରୁଛି। ରୁଷର ସେନା ପକ୍ଷରୁ କିଭ୍‍ ସହହର ବାହାର ପାଶ୍ୱର୍ରେ ପ୍ରାୟ ୬୪ କିଲୋମିଟର ଅଞ୍ଚଳକୁ ଘେରାବନ୍ଦି କରାଯାଇଥିବା ନେଇ ସୂଚନା ମିଳିଛି। ଏହି ସମୟରେ ଦକ୍ଷିଣ-ପୂର୍ବରୁ ମଧ୍ୟ ଅନ୍ୟ ଏକ ସୈନ୍ୟ ଆଗକୁ ଯାଉଛନ୍ତି।
ୟୁକ୍ରେନର ଖରସନ ସହରକୁ ରୁଷ ଚାରି ପଟୁ ଘେରି ରହିଛି। ଖରସନ ସହରର ସୀମାରେ ରୁଷ ସୈନିକ ରହିଛନ୍ତି।
ରୁଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ବଡ ଦାବି କରିଛନ୍ତି। ତାଙ୍କ କହିବାନୁଯାୟୀ, ୟୁକ୍ରେନ ସେନା ଦ୍ୱାରା ଗତ ଛଅ ଦିନ ମଧ୍ୟରେ ଛଅ ହଜାରରୁ ଅଧିକ ରୁଷ ସୈନିକ ନିହତ ହୋଇଛନ୍ତି।
ରୁଷ ପକ୍ଷରୁ ଆଜି ୟୁକ୍ରେନର ମିଲିଟାରୀ ହସ୍ପିଟାଲକୁ ଆକ୍ରମଣ କରାଯାଇଛି। ହସ୍ପିଟାଲ ଉପରେ ଆକ୍ରମଣ ପରେ ଖାରକିଭ୍‍ ରେ ଏକ ବଡ ଧରଣର ବିସ୍ଫୋରଣ ହୋଇଥିବା ନେଇ ଖବର ମିଳିଛି। ଏହି ବିସ୍ଫୋରଣରେ ୨୧ ଜଣଙ୍କର ମୃତ୍ୟୁ ହୋଇଛି। ଏହାସହ ୧୧୨ ଜଣ ଆହତ ହୋଇଛନ୍ତି।

 

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories