www.samajalive.in
Saturday, December 6, 2025
26.1 C
Bhubaneswar

ଜୀବନ ବଞ୍ଚାଇବାକୁ ତ୍ରିରଙ୍ଗାର ଶରଣ ନେଲେ ପାକିସ୍ତାନୀ

ନୂଆଦିଲ୍ଲୀ: ୟୁକ୍ରେନର ପରିସ୍ଥିତ ଏବେ ଖୁବ୍‌ ସଙ୍କଟାପନ୍ନ ରହିଛି। ରୁଷ୍‌ କ୍ରୋଧର ତାକୁ ଶିକାର ହେବାକୁ ପଡ଼ୁଛି। ଅନେକ ସହର ଧ୍ବଂସ ହୋଇସାରିଛି। ଶହ ଶହ ଲୋକଙ୍କ ଜୀବନ ଗଲାଣି। ଏଭଳି ପରିସ୍ଥିତିରେ ୟୁକ୍ରେନରେ ଫସି ରହିଥିବା ବିଦେଶୀ ନାଗରିକ ଏବଂ ଛାତ୍ରଙ୍କ ପାଇଁ ପ୍ରତ୍ୟେକ ଦେଶ ଚିନ୍ତିତ। ତେବେ ଏହି ସମୟରେ ବିଦେଶୀମାନଙ୍କ ରକ୍ଷାକବଚ ସାଜିଛି ତ୍ରିରଙ୍ଗା। ଭାରତୀୟ ତ୍ରିରଙ୍ଗା କେବଳ ସୁରକ୍ଷା ଦେଉନାହିଁ ବରଂ ସେମାନଙ୍କୁ ସୁରକ୍ଷିତ ଭାବେ ୟୁକ୍ରେନ ଅତିକ୍ରମ କରିବାରେ ସାହାଯ୍ୟ ମଧ୍ୟ କରୁଛି। କିଛି ଏଭଳି ଖବର ଦେଇଛନ୍ତି ୟୁକ୍ରେନରୁ ଫେରିଥିବା ଭାରତୀୟ ଛାତ୍ର। ଜୀବନ ବଞ୍ଚାଇବା ପାଇଁ ପାକିସ୍ତାନୀ ଓ ତୁର୍କୀ ଛାତ୍ର ନିଜ ଦେଶ ପରିବର୍ତ୍ତେ ଭାରତୀୟ ତ୍ରିରଙ୍ଗାର ସାହାରା ନେଉଛନ୍ତି।

ୟୁକ୍ରେନରୁ ରୋମାନିଆର ବୁଖାରେଷ୍ଟ ସହରରେ ପହଞ୍ଚିଥିବା ଭାରତୀୟ ଛାତ୍ରଛାତ୍ରୀ କହିଛନ୍ତି, ତ୍ରିରଙ୍ଗା ସେମାନଙ୍କ ସହ କିଛି ପାକିସ୍ତାନୀ ଓ ତୁର୍କୀ ଛାତ୍ରଙ୍କୁ ମଧ୍ୟ ସୁରକ୍ଷିତ ଭାବେ ୟୁକ୍ରେନରୁ ବାହାର କରିବାରେ ସାହାଯ୍ୟ କରିଛି। ଓଡେସାରୁ ଫେରିଥିବା ଜଣେ ଛାତ୍ର କହିଛନ୍ତି, ଆମକୁ କୁହାଯାଇଥିଲା ଯେ ସାଥିରେ ତ୍ରିରଙ୍ଗା ଧରି ଗଲେ ଆମର କୌଣସି ଅସୁବିଧା ହେବ ନାହିଁ। ତେଣୁ ଆମେ ବଜାର ଗଲୁ ଓ ସେଠାରୁ ୬ଟି ସ୍ପ୍ରେ ପେଣ୍ଟ୍‌ କିଣିଲୁ। ଆଉ ଗୋଟିଏ ଦୋକାନରୁ ପରଦା କିଣିଲୁ। ଏହାପରେ ପରଦାକୁ କାଟି ସ୍ପ୍ରେ ସାହାଯ୍ୟରେ ଦୁଇଟି ତ୍ରିରଙ୍ଗା ତିଆରି କଲୁ।

- Advertisement -

ଭାରତୀୟ ଛାତ୍ରଙ୍କ କହିବାନୁସାରେ, ପାକିସ୍ତାନ ଓ ତୁର୍କୀ ଛାତ୍ର ମଧ୍ୟ ଏହିପରି କରିଥିଲେ। ସେମାନେ ନିଜ ଦେଶ ପରିବର୍ତ୍ତେ ଭାରତୀୟ ତ୍ରିରଙ୍ଗାର ସାହାରା ନେଇଥିଲେ। ନିଜକୁ ଭାରତୀୟର ପରିଚୟ ଦେଇ ସେମାନେ ୟୁକ୍ରେନରୁ ବାହାରି ପାରୁଛନ୍ତି। ଜଣେ ଛାତ୍ର କହିଛନ୍ତି, ଆମେ ଓଡେସାରୁ ବସ୍‌ ବୁକ୍‌ କଲୁ ଓ ମାଲ୍‌ଡୋଭା ସୀମାରେ ପହଞ୍ଚିଲୁ। ଏହି ସମୟରେ ଥରେ ଆମେ ସୈନିକମାନଙ୍କୁ ସାମ୍ନା କରିଥିଲୁ। ଆମେ ପୂର୍ବରୁ ହିଁ ବସ୍‌ ବାହାରେ ଦୁଇଟି ତ୍ରିରଙ୍ଗା ଲଗାଇଥିଲୁ। ସୈନିକମାନେ ତ୍ରିରଙ୍ଗା ଦେଖି ଗୁଳି ଚାଳନା ବନ୍ଦ କରି ଆମକୁ ଛାଡ଼ି ଦେଇଥିଲେ।

ଛାତ୍ରମାନେ ଆହୁରି କହିଛନ୍ତି, ମାଲ୍‌ଡୋଭାରେ ପହଞ୍ଚିବା ପରେ ଆମକୁ କୌଣସି ପ୍ରକାର ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ି ନଥିଲା। ସେଠାରେ ଭାରତୀୟ ଦୂତାବାସ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଥିଲା। ଆମ ପାଇଁ ଖାଦ୍ୟଠାରୁ ଆରମ୍ଭ କରି ସବୁ ଆବଶ୍ୟକୀୟ ଜିନିଷ ସେଠାରେ ଉପଲବ୍ଧ ଥିଲା।

 

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories