www.samajalive.in
Saturday, December 6, 2025
19.1 C
Bhubaneswar

କଣ୍ଟାବାଞ୍ଜିରେ ମାର୍ଚ୍ଚ ୨୫ରୁ ଅଲ୍‌ ଓଡ଼ିଶା ଚେସ୍ ପ୍ରତିଯୋଗିତା

କଣ୍ଟାବାଞ୍ଜି: ସହରର ଅଗ୍ରଣୀ ଜନସେବୀ ସଂଗଠନ ମାରୱାଡ଼ି ଯୁବା ମଞ୍ଚ ବିକାଶ ଶାଖା କଣ୍ଟାବାଞ୍ଜି ଏବଂ ଅଲ ଓଡିଶା ଚେସ ଆସୋସିଏସନ, ବଲାଙ୍ଗୀର ଜିଲ୍ଲା ଚେସ ଆସୋସିଏସନ ସହଯୋଗରେ ମାର୍ଚ୍ଚ ୨୫, ୨୬, ୨୭ ତାରିଖ ପ୍ରଥମ ଥର ପାଇଁ କଣ୍ଟାବାଞ୍ଜିରେ ଅଲ ଓଡ଼ିଶା ଚେସ ଟୁର୍ନାମେଣ୍ଟ ଆୟୋଜନ କରାଯିବ । ଓଡିଶାର ୩୦ଟି ଜିଲ୍ଲାରୁ ୨୦୦ରୁ ଅଧିକ ଖେଳାଳି ଅଂଶଗ୍ରହଣ କରିବେ। କଣ୍ଟାବାଞ୍ଜିର ୪୦ରୁ ଅଧିକ ପ୍ରତିଯୋଗୀଙ୍କ ଅଂଶଗ୍ରହଣ କରିବେ । ଏ ନେଇ ଅଗ୍ରସେନ ଭବନଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏହି ପ୍ରତିଯୋଗିତା ମାନସ ଭବନ କମ୍ପ୍ଲେକ୍ସରେ ଅନୁଷ୍ଠିତ ହେବ । ହରିଭବନ ଏବଂ ଅଗ୍ରସେନ ଭବନରେ ପ୍ରତିଯୋଗୀମାନଙ୍କ ଖାଇବା ଏବଂ ରହିବା ପାଇଁ ବ୍ୟବସ୍ଥା କରାଯିବ । ଏହି ପ୍ରତିଯୋଗିତାରେ ମୋଟ ୧ ଲକ୍ଷ ଟଙ୍କା ପୁରସ୍କାର ସମସ୍ତ ବର୍ଗରେ ରଖାଯାଇଛି । ଏଥିପାଇଁ ଅଧିକରୁ ଅଧିକ ପ୍ରତିଯୋଗୀ ଏହି ଅଲ ଓଡିଶା ଚେସ ଆସୋସିଏସନ ଦ୍ବାରା ଆୟୋଜିତ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ କହିଥିବା ବେଳେ ଏହି ପ୍ରତିଯୋଗିତା ଵଲାଙ୍ଗୀର ଜିଲ୍ଲା ଚେସ ଆସୋସିଏସନ ଦ୍ୱାରା ସ୍ୱୀକୃତିପ୍ରାପ୍ତ ଥିବା ସୂଚନା ମିଳିଛି। ଆଜିର ସାମ୍ବାଦିକ ସମ୍ମିଳନୀରେ ବିକାଶ ଶାଖାର ନୂତନ ନିର୍ବାଚିତ ସଭାପତି ଅନୁପ ଜୈନ, ପୂର୍ବତନ ସଭାପତି ମୟଙ୍କ ଜୈନ, ମିଡ଼ିଆ ପ୍ରଭାରୀ ଆଶୀଷ ଖୈତାନ, କାର୍ଯ୍ୟକ୍ରମ ସଂଯୋଜକ ମନୀଷ ଜୈନ, ଅରିହନ୍ତ ଜୈନ, କେଶବ ଅଗ୍ରୱାଲ, ଅମନ ଅଗ୍ରୱାଲ, କମଲ ଅଗ୍ରୱାଲ, ଅଙ୍କିତ ଜୈନ ପ୍ରମୁଖ ଉପସ୍ଥିତ ଥିଲେ। ଏହାକୁ ସଫଳ କରିବା ପାଇଁ ଶାଖାର ସଭାପତି ଅର୍ପଣ ଜୈନ, ସମସ୍ତଙ୍କ ସହଯୋଗ ପାଇଁ ନିବେଦନ କରିଛନ୍ତି। ନାଁ ପଞ୍ଜିକରଣ ବା ସବିଶେଷ ବିବରଣୀ ପାଇଁ ସଭାପତି ଅର୍ପଣ ଜୈନ ମୋବାଇଲ ନମ୍ବର ୯୭୭୭୨ ୦୮୩୫୬, ମିଡ଼ିଆ ପ୍ରଭାରୀ ଆଶୀଷ ଖୈତାନ ୯୯୩୭୧୯୩୬୮୦ ସହ ଯୋଗାଯୋଗ କରିବା ପାଇଁ ଅନୁରୋଧ କରିଛନ୍ତି ।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories