www.samajalive.in
Saturday, December 6, 2025
16.1 C
Bhubaneswar

ୟୁକ୍ରେନର କ୍ରେମଚୁକରରେ ମିଜାଇଲ ମାଡ଼ କଲା ରୁଷ; ୧୬ ମୃତ, ୫୦ରୁ ଊର୍ଦ୍ଧ୍ୱ ଲୋକ ଗୁରୁତର

କିଭ୍‌: ଥମୁନି ରୁଷ ଓ ୟୁକ୍ରେନ୍‌ ମଧ୍ୟରେ ଯୁଦ୍ଧ । ରୁଷର ଘନଘନ ଆକ୍ରମଣରେ ଖିନଭିନ୍‌ ହେଉଛି ୟୁକ୍ରେନ୍‌ ମାଟି । ବାରମ୍ବାର ରୁଷ ୟୁକ୍ରେନ୍‌ ଉପରେ ଆକ୍ରମଣ କରୁଥିବା ବେଳେ ୟୁକ୍ରେନ୍‌ ମଧ୍ୟ ରୁଷକୁ କଡ଼ା ଜବାବ ଦେଉଛି । ହେଲେ ଦୁଇ ଦେଶଙ୍କ ମଧ୍ୟରେ ଯୁଦ୍ଧ ଥମିବାର ନା ଧରୁନାହିଁ । ଆଜି ୟୁକ୍ରେନ ଉପରେ ରୁଷ ପୁଣି ଥରେ ବଡ଼ ଧରଣର ଆକ୍ରମଣ କରିଛି ।

ୟୁକ୍ରେନର ଜନ ଗହଳିପୂର୍ଣ୍ଣ  କ୍ରେମଚୁକର ସପିଂ ମଲରେ ରୁଷ ପକ୍ଷରୁ ମିଜାଇଲ ମାଡ଼ କରାଯାଇଥିବା ବେଳେ ୧୬ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଏହି ଆକ୍ରମଣରେ ୫୦ରୁ ଊର୍ଦ୍ଧ୍ୱ ଲୋକ ମଧ୍ୟ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଚିକିତ୍ସା କରାଯାଉଛି । କୁହାଯାଉଛିକି  ଆକ୍ରମଣ ବେଳେ ମଲ୍‌ ରେ ଏକ ହଜାରରୁ ଅଧିକ ଲୋକ ଥିଲେ । ସେହି ସମୟରେ ରୁଷ ମିଜାଇଲ ମାଡ଼ କରିଛି ।

- Advertisement -

ସୂଚନା ଥାଉକି ପୂର୍ବରୁ ରୁଷ ୟୁକ୍ରେନ୍‌ ଉପରେ ବାରମ୍ବାର ଆକ୍ରଣ କରିଛି । ୟୁକ୍ରେନର ଚିକିତ୍ସାଳୟ ସହ ସ୍କୁଲ ଓ ଏୟାର ବେଶ୍‌ ଉପରେ ଘନଘନ ଆକ୍ରମଣ କରିଥିଲା ରୁଷ । ଫଳରେ ଅନେକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୟୁକ୍ରେନ ବହୁ କ୍ଷତି ସହିଛି । ୟୁକ୍ରେନର ରାଜଧାନୀ କିଭକୁ ଦଖଲ କରିବାକୁ ରୁଷ ବହୁ ଆକ୍ରମଣ କରିଛି । ଯାହାଦ୍ୱାରା କିଭ୍‌ ବର୍ତ୍ତମାନ ଧ୍ୱଂସସ୍ଥଳୀ ପାଲଟିଛି । ଅନ୍ୟପଟେ ୟୁକ୍ରେନ୍‌ ମଧ୍ୟ ରୁଷକୁ କଡ଼ା ଜବାବ ଦେଉଛି । ରୁଷର ବହୁ ଲଢ଼ୁଆ ହେଲିକପ୍ଟରକୁ ତଳକୁ ଖସାଇବା ସହ ବହୁ ରୁଷ ସୈନିକଙ୍କୁ ମାରିଛି । ଏପରେ ରୁଷ ମଧ୍ୟ ଯୁକ୍ରେନର ବହୁ ସୈନିକଙ୍କୁ ହତ୍ୟା କରିସାରିଛି ।

Hot this week

ସ୍ବାମୀ ଓ ଗର୍ଭବତୀ ସ୍ତ୍ରୀ ମୃତ; ବର୍ତ୍ତିଲା ୩ ବର୍ଷର ଶିଶୁ

ଦିଗପହଣ୍ଡି: ଗଞ୍ଜାମ ଜିଲାର ଦିଗପହଣ୍ଡି-ବ୍ରହ୍ମପୁର ରାସ୍ତାର ମାଁ କୁରେଇଶୁଣୀ ମନ୍ଦିର ନିକଟରେ...

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories