www.samajalive.in
Friday, December 5, 2025
17.1 C
Bhubaneswar

ରାଜ୍ୟରେ କରୋନା : ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଓ ସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ପ୍ରତିକ୍ରିୟା

ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ୧୧୩ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ କରୋନା ସଂକ୍ରମଣକୁ ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ପ୍ରତିକ୍ରିୟା ଦେଇଛନ୍ତି। ସ୍ଥିତି ଉପରେ ନଜର ରଖାଯାଇଛି ବୋଲି ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର କହିଛନ୍ତି। ଆଲାରାମିଂ ସ୍ଥିତି ନାହିଁ, କଟକ ଓ ଭୁବନେଶ୍ୱରରେ ସଂକ୍ରମଣ ଅଧିକ ରହୁଛି। ରଥଯାତ୍ରା ସମୟରେ ୧୦ ଲକ୍ଷ ଲୋକଙ୍କୁ ମାସ୍କ ଯୋଗାଇ ଦିଆଯିବ। ପୁରୀରେ ରାପିଡ୍‍ ଆଣ୍ଟିଜେନ୍‍ ଟେଷ୍ଟ ୫୦ ହଜାରକୁ ବଢାଯିବ। ଆଣ୍ଟିଜେନ୍‍ ଟେଷ୍ଟ ସହ ଟିକାକରଣ ବଢାଇବାକୁ ମଧ୍ୟ ନିର୍ଦ୍ଦେଶ ରହିଛି। ଦର୍ଶନ କରିବା ପରେ ଭିଡ ନକରି ଜାଗା ଛାଡନ୍ତୁ ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି।
ରାଜ୍ୟରେ କୋଭିଡ ସ୍ଥିତି ଉପରମୁହାଁ ନେଇ ସ୍ୱାସ୍ଥ୍ୟ ବିଭାଗର ପ୍ରତିକ୍ରିୟା ମିଳିଛି। ସଂକ୍ରମଣ ସ୍ଲୋ ପ୍ରୋଗ୍ରେସରେ ଅଛି ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି। ପୂର୍ବରୁ ସଂକ୍ରମଣ ୫୦ ଭିତରେ ରହୁଥିଲା, ଏବେ ତାହା ୧୦୦ ଟପିଛି। ଆଗକୁ ଯେମିତି ଅଧିକ ଟ୍ରାନ୍ସମିଶନ ନହେବ ସେନେଇ ଗୁରୁତ୍ୱ ଦିଆଯାଇଛି। ଭିଡକୁ ନଯିବାକୁ , ସବୁ ବେଳେ ମାସ୍କ ପିନ୍ଧିବାକୁ ଲୋକଙ୍କୁ କୁହାଯାଇଛି। ଏବେ ଘରେ ଟେଷ୍ଟିଂ କରାଯାଉଥିବାରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ସଂକ୍ରମଣ ସ୍ଥିତି ଉପରେ ନଜର ରହିଛି, ପିକ୍‍ ର କେତେ ଯାଏଁ ଯାଉଛୁ ସେନେଇ ନଜର ରଖିଛୁ।

 

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

Related Articles

Popular Categories