BJD Bijuli 480×75 Mob

ଯୁଦ୍ଧ ମୁହାଁ ବିଶ୍ୱ – ୟୁକ୍ରେନକୁ ତିନି ପଟୁ ଘେରିଲେ ରୁଷ ସେନା

BJD Bijuli 480×75 Mob

ଦ୍ଭକିଭ୍‍: ବୁଧବାର ରୁଷ ସୈନ୍ୟମାନେ ୟୁକ୍ରେନ ସୀମାରେ ପହଞ୍ଚିବା ସହିତ ଦେଶକୁ ତିନିପଟରୁ ଘେରି ରହିଛନ୍ତି। ଏଥିସହିତ ପୁଟିନଙ୍କ ଦ୍ବାରା ସ୍ବାଧୀନ ଘୋଷିତ ୟୁକ୍ରେନର ଡନେସ୍କ ଏବଂ ଲୁହାନସ୍କରେ ରୁଷ ସେନା ପ୍ରବେଶ କରିସାରିଛନ୍ତି। ସେମାନେ ୟୁକ୍ରେନ ଭିରତକୁ ୨୦ କିଲୋମିଟର ପର‌୍ୟ୍ୟନ୍ତ ପ୍ରବେଶ କରି ସେଠା​‌େ​‌ର ଫିଲ୍ଡ ହାସାପାତଳ ସ୍ଥାପନ କରିଛନ୍ତି। ଏହାଦ୍ବାରା ସମୁଦାୟ ୟୁକ୍ରେନକୁ ରୁଷ ନିଜ ନିୟନ୍ତ୍ରଣକୁ ଯେକୋୖଣସି ନେବା ସମ୍ଭାବନା ସୃଷ୍ଟି ହୋଇଛି। ପରିସ୍ଥିତି ସାଂଘାତିକ ରୂପ ନେଉଥିବାରୁ ୟୁକ୍ରେନ ସରକାର ଦେଶରେ ୩୦ ଦିନ ପାଇଁ ଜରୁରୀ ପରିସ୍ଥିତି ଜାରି କରିବା ସହିତ ନିଜର ରିଜର୍ଭ ସୈନ୍ୟଙ୍କୁ ଡକାଇଛନ୍ତି। ୟୁକ୍ରେନ ସେନା ପକ୍ଷରୁ କୁହାଯାଇଛି ଯେ ୧୮ରୁ ୬୦ ବର୍ଷ ବୟସର ରିଜର୍ଭ ସୈନ୍ୟଙ୍କୁ ଏକ ବର୍ଷ ପର‌୍ୟ୍ୟନ୍ତ କାର‌୍ୟ୍ୟରେ ଯୋଗଦେବାକୁ କୁହାଯାଇଛି। ୟୁକ୍ରେନର ପ୍ରାୟ ୨ ଲକ୍ଷରୁ ଅଧିକ ରିଜର୍ଭ ସୈନ୍ୟ ରହିଛନ୍ତି, ଯେଉଁମାନଙ୍କ ମଧ୍ୟରେ ଅଧିକାଂଶ ରୁଷ ସମର୍ଥିତ ବିଚ୍ଛିନ୍ନତାବାଦୀଙ୍କ ବିରୋଧରେ ୟୁକ୍ରେନ ଲଢେଇର ଆଦ୍ୟ ବର୍ଷଗୁଡିକରେ ସାମିଲ ହୋଇଥିବା ସୈନ୍ୟ ଅଟନ୍ତି। ଏଥିସହିତ ରୁଷକୁ ରୋକିବାକୁ ଜାତିସଂଘର ସଦସ୍ୟ ରାଷ୍ଟ୍ରମାନେ ତୁରନ୍ତ ଉଦ୍ୟମ କରିବାକୁ ୟୁକ୍ରେନ ନିବେଦନ କରିଛି। ୟୁକ୍ରେନ ବିଦେଶ ମନ୍ତ୍ରୀ କହିଛନ୍ତି, ହାତରେ ଆଉ ସମୟ ନାହିଁ। ଯେକୋୖଣସି ସମୟରେ ରୁଷ ସମୁଦାୟ ୟୁକ୍ରେନ ଉପରେ ଆକ୍ରମଣ କରି ଏହାକୁ ଦଖଲ କରିପାରେ। ଏଭଳି ପରିସ୍ଥିତିରେ ୟୁକ୍ରେନ ସରକାର ରୁଷରେ ଥିବା ନିଜ ନାଗରିକମାନଙ୍କୁ ତୁରନ୍ତ ରୁଷ ଛାଡିବାକୁ କହିଛନ୍ତି। ରୁଷ ପୂର୍ଣ୍ଣାଙ୍ଗ ଯୁଦ୍ଧକଲେ ପରିସ୍ଥିତି ଜଟିଳ ହେବା ପୂର୍ବରୁ ୟୁକ୍ରେନ ନାଗରିକମାନେ ସ୍ୱଦେଶ ଫେରିଆସିବାକୁ କୁହାଯାଇଛି। ତାହାସହିତ ସାମ୍ପ୍ରତିକ ପରିସ୍ଥିତିରେ ୟୁକ୍ରେନ ନାଗରିକମାନେ ରୁଷ ନଯିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି। ଇତିମଧ୍ୟରେ ବୁଧବାର ଦିନ ୟୁକ୍ରେନ ସଂସଦରେ ୩୫୧ ଜଣ ରୁଷ ନାଗରିକଙ୍କ ବିରୋଧରେ କଟକଣା ଲଗାଯାଇଛି। ସେମାନଙ୍କ ମଧ୍ୟରେ ରୁଷର ଆଇନ ପ୍ରଣେତା ଅନ୍ତର୍ଭୁକ୍ତ, ଯେଉଁମାନେ ୟୁକ୍ରେନର ପୂର୍ବଭାଗରେ ବିଚ୍ଛିନ୍ନତାବାଦୀଙ୍କ ଦଖଲରେ ଥିବା ଦୁଇଟି ଅଞ୍ଚଳକୁ ସ୍ୱାଧୀନ ଘୋଷଣା କରିବା ପ୍ରସ୍ତାବକୁ ସମର୍ଥନ କରିଥିଲେ। କଟକଣା ଲଗାଯାଇଥିବା ରୁଷ ବ୍ୟକ୍ତିମାନେ ୟୁକ୍ରେନ ମଧ୍ୟକୁ ପ୍ରବେଶ କରିପାରିବେ ନାହିଁ କିମ୍ବା ୟୁକ୍ରେନରେ ଥିବା ସମ୍ପତ୍ତି, ପୁଞ୍ଜି, ବ୍ୟବସାୟ ପାଇଁ ଲାଇସେନ୍ସ ଆଦିର ସୁଯୋଗ ନେଇପାରିବେ ନାହିଁ। ଏହି ଅବସରରେ ୟୁକ୍ରେନ ରାଷ୍ଟ୍ରପତି ଭୋଲଦୋମିର ଜେଲେନସ୍କି ପାଶ୍ଚାତ୍ୟ ରାଷ୍ଟ୍ରସମୂହ ଏବଂ
ରୁଷ ନିକଟରୁ ସୁରକ୍ଷା ଗ୍ୟାରେଣ୍ଟି ଲୋଡିଛନ୍ତି। ଜେଲେନସ୍କି କହିଛନ୍ତି ୟୁକ୍ରେନବାସୀ ପୂର୍ଣ୍ଣାଙ୍ଗ ଯୁଦ୍ଧ ଏଡାଇବାକୁ ତୁରନ୍ତ, ସ୍ପଷ୍ଟ ଓ ନିର୍ଦ୍ଦଷ୍ଟ ସୁରକ୍ଷା ଗ୍ୟାରେଣ୍ଟି ଚାହୁଁଛନ୍ତି। ଅନ୍ୟାନ୍ୟ ରାଷ୍ଟ୍ର ମଧ୍ୟରେ ରୁଷ ଏହିଭଳି ଗ୍ୟାରେଣ୍ଟି ଦେଇପାରିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।
ଆମେରିକା ପକ୍ଷରୁ ରୁଷ ବିରୋଧରେ କଟକଣା ଜାରି ପାଇଁ ଘୋଷଣା କରାଯିବା ପରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏହାର ମୁହଁତୋଡ ଜବାବ ଦେଇଛନ୍ତି। ସେ କହିଛନ୍ତି, ଏହାଦ୍ବାରା ରୁଷ ନୁହେଁ, ବରଂ ଆମେରିକା ଅଧିକ କ୍ଷତିଗ୍ରସ୍ତ ହେବ। ଏଥିସହିତ ସେ କହିଛନ୍ତି, ୟୁକ୍ରେନ ଉପରେ ରୁଷର ପୂର୍ଣ୍ଣ ଅଧିକାର ରହିଛି ଏବଂ ରୁଷ ତାହା କରି ଦେଖାଇବ। ଆମେରିକାର ଯଦି କିଛି କରିବାର ଅଛି ତେବେ ତାହା କରୁ। ଅନ୍ୟପକ୍ଷରେ ଆମେରିକା କେବଳ ରୁଷ ବିରୋଧରେ କଟକଣା ଲାଗୁ ପାଇଁ ଘୋଷଣା କରିବା ଏବଂ କଟକଣାର ରୂପରେଖ ସ୍ପଷ୍ଟ ନକରିବା ତଥା ୟୁକ୍ରେନକୁ ସାମରିକ ସହାୟତା ଏପର‌୍ୟ୍ୟନ୍ତ ନପଠାଇବା ଘଟଣାକୁ ନେଇ ଆମେରିକା ଭୂମିକା ପ୍ରତି ସନ୍ଦେହ ସୃଷ୍ଟି ହୋଇଛି। ଏହି ଲଢେଇ ଉଭୟ ପୁଟିନ ଓ ବାଇଡେନଙ୍କ ପାଇଁ ଆର୍‌ ପାର ହେବ ବୋଲି ବିଶ୍ବ ନେତୃବୃନ୍ଦ ମତ ଦେଉଛନ୍ତି।
ୟୁକ୍ରେନର ପୂର୍ବ ଭାଗରେ ସ୍ୱାଧୀନ ରାଷ୍ଟ୍ର ଘୋଷଣା କରିଥିବା ଲୁଗ।।ନସ୍କ ଏବଂ ଡନେସ୍କ ମଧ୍ୟକୁ ରୁଷ ସେନା ପ୍ରବେଶ କରିଥିବାବେଳେ ରୁଷ ସରକାର ୟୁକ୍ରେନରେ ଥିବା ନିଜ ଦୂତାବାସ କର୍ମଚାରୀଙ୍କୁ ସେଠାରୁ ପ୍ରତ୍ୟାହାର କରିବା ଆରମ୍ଭ କରିଛନ୍ତି। କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଦୂତାବାସୀ କର୍ମଚାରୀ ଓ ସେମାନଙ୍କ ପରିବାରବର୍ଗଙ୍କୁ ସ୍ୱଦେଶ ଫେରାଇ ନିଆଯାଉଛି। ଏଥିସହିତ ୟୁକ୍ରେନରେ ଥିବା ରୁଷ ନାଗରିକମାନେ ବ୍ୟାପକ ସତର୍କତା ଅବଲମ୍ବନ କରିବାକୁ ମସ୍କୋ ପକ୍ଷରୁ ପରାମର୍ଶ ଦିଆଯାଇଛି। ରୁଷ ସଂସଦର ଉଚ୍ଚ ସଦନ ଦେଶର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ବିଦେଶରେ ସୈନ୍ୟ ଉପଯୋଗ କରିବାକୁ କ୍ଷମତା ପ୍ରଦାନ କରିବା ପରେ ରୁଷର ଟ୍ୟାଙ୍କ, ସାମରିକ ଗାଡି, ରକେଟ ଲଞ୍ଚର ଆଦି ଡନେସ୍କ ଏବଂ ଲୁହାନସ୍କ ମଧ୍ୟକୁ ପ୍ରବେଶ କରିଛନ୍ତି। ୟୁକ୍ରେନ ନିୟନ୍ତ୍ରଣରେ ଥିବା ସାସ୍ତିୟା ଏବଂ ଲୁଗାନସ୍କ ଅଞ୍ଚଳରେ ବୁଧବାର ବିସ୍ଫୋରଣ ଶବ୍ଦ ଶୁଣିବାକୁ ମିଳିଛି। ୟୁକ୍ରେନରେ ରୁଷର ଏକତରଫା କାର‌୍ୟ୍ୟାନୁଷ୍ଠାନକୁ କଡା ନିନ୍ଦା କରି ଆମେରିକା ସମେତ ଏହାର ମିତ୍ର ୟୁରୋପୀୟ ରାଷ୍ଟ୍ରସଂଘ, ବ୍ରିଟେନ, ଜାପାନ ଏବଂ ଅଷ୍ଟ୍ରେଲିଆ ଆଦି ରାଷ୍ଟ୍ର ରୁଷ ବିରୋଧରେ ଏକାଧିକ କଟକଣା ଜାରି କରିଛନ୍ତି। ଦକ୍ଷିଣ କୋରିଆ ମଧ୍ୟ ଖୁବଶୀଘ୍ର ଏଭଳି ନିଷ୍ପତ୍ତି ନେବା ସମ୍ପର୍କରେ ସୂଚନା ଦେଇଛି। ଏ କ୍ଷେତ୍ରରେ ଜର୍ମାନୀ ପ୍ରଥମେ ବଡଧରଣର ପଦକ୍ଷେପ ନେଇ ରୁଷରୁ ନର୍ଡ ଷ୍ଟ୍ରିମ୍‍ ୨ ଗ୍ୟାସ ପାଇପଲାଇନ ପ୍ରକଳ୍ପକୁ ସ୍ଥଗିତ ରଖିଛି। ପୁଟିନ ୟୁକ୍ରେନ ବିରୋଧରେ ଅଧିକ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କଲେ ଆମେରିକା ଏବଂ ତାହାର ମିତ୍ରରାଷ୍ଟ୍ରଗୁଡିକ ଅଧିକ କଟକଣା ଲଗାଇବାକୁ ଧମକ ଦେଇଛନ୍ତି।
ଅନ୍ୟଏକ ଘଟଣାକ୍ରମରେ ୟୁକ୍ରେନକୁ ଅଧିକ ସାମରିକ ସମର୍ଥନ ଯୋଗାଇଦେବାକୁ ବ୍ରିଟେନ ଘୋଷଣା କରିଛି। ଏପରିକି ଘାତକ ଆତ୍ମରକ୍ଷାକାରୀ ଅସ୍ତ୍ରଶସ୍ତ୍ର ତାଙ୍କ ରାଷ୍ଟ୍ର ଖୁବଶୀଘ୍ର ଯୋଗାଇଦେବ ବୋଲି ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନ୍‍ସନ ବୁଧବାର କହିଛନ୍ତି। ଏଥିସହିତ ବ୍ରିଟେନ ବୈଦେଶିକ ମନ୍ତ୍ରୀ ଲିଜ୍‍ ଟ୍ରସ କହିଛନ୍ତି, ରୁଷ ସେନା ଖୁବଶୀଘ୍ର କିଭ୍‍ ଅଭିମୁଖେ ମାଡିଚାଲିବା ସହିତ ଏହା ଉପରେ ଆକ୍ରମଣ କରିବାର ଯଥେଷ୍ଟ ସମ୍ଭାବନା ରହିଛି। ଇତିମଧ୍ୟରେ ତୁର୍କୀ ରାଷ୍ଟ୍ରପତି ତୟିପ ଏର୍ଦୋଗାନ ରୁଷ ପ୍ରତି ତାଙ୍କ ରାଷ୍ଟ୍ରର ପୂର୍ଣ୍ଣ ସମର୍ଥନ ଜଣାଇଛନ୍ତି। ସେ କହିଛନ୍ତି ରୁଷ କିମ୍ବା ୟୁକ୍ରେନ ସହିତ ତୁର୍କୀ ନିଜ ସମ୍ପର୍କ ତୁଟାଇ ପାରିବ ନାହିଁ ଏବଂ ମସ୍କୋ ସହିତ ପାଶ୍ଚାତ୍ୟ ରାଷ୍ଟ୍ରଗୁଡିକ ପକ୍ଷରୁ କରାଯାଉଥିବା କୂଟନୈତିକ ପ୍ରୟାସରୁ କୌଣସି ସୁଫଳ ମିଳୁନଥିବା ଘଟଣାକୁ ସେ ସମାଲୋଚନା କରିଛନ୍ତି। ଏହି ଅବସରରେ ସେ ରୁଷ ଓ ୟୁକ୍ରେନ ମଧ୍ୟରେ ମଧ୍ୟସ୍ଥତା କରିବା ପ୍ରସ୍ତାବକୁ ଦୋହରାଇଛନ୍ତି।
ଋୁଷ ଓ ୟୁକ୍ରେନ ମଧ୍ୟରେ ସୃଷ୍ଟ ପରିସ୍ଥିତି ପାଇଁ ଆମେରିକାକୁ ଦାୟୀ କରିଛି ଚୀନ। ଚୀନ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ହୁଆ ଚୁନୟିଙ୍ଗ କହିଛନ୍ତି, ରୁଷ ଉପରେ ଜାରି କରାଯାଇଥିବା ଏକତରଫା କଟକଣାକୁ ତାଙ୍କ ଦେଶ ବିରୋଧ କରୁଛି। ସେ କହିଛନ୍ତି ଆମେରିକା ୟୁକ୍ରେନକୁ ଆତ୍ମରକ୍ଷାକାରୀ ଅସ୍ତ୍ରଶସ୍ତ୍ର ଯୋଗାଇଦେଇ ଉତ୍ତେଜନାକୁ ଅଧିକ ଉସୁକାଉଛି। ଆମେରିକା ଉକ୍ତ ଅଞ୍ଚଳରେ ଆତଙ୍କ ଏବଂ ଭୟର ବାତାବରଣ ସୃଷ୍ଟି କରୁଥିବା ସେ ଅଭିଯୋଗ କରିଛନ୍ତି। ତେବେ ୟୁକ୍ରେନ ସୀମାରେ ରୁଷର ପ୍ରାୟ ୧ ଲକ୍ଷ ୯୦ ହଜାର ସୈନ୍ୟ ଓ ଯୁଦ୍ଧାସ୍ତ୍ର ଠୁଳ ସମ୍ପର୍କରେ ସେ ମୁହଁ ଖୋଲିନଥିଲେ।
ଏହି ଘଟଣାକୁ ନେଇ ପାକିସ୍ତାନ କୌଣସି ପକ୍ଷକୁ ସମର୍ଥନ ନଦେବାକୁ ନିଷ୍ପତ୍ତି ନେଇଛି। ବୁଧବାର ଦିନ ତାଇୱାନ ରାଷ୍ଟ୍ରପତି ତାଇ ଇଙ୍ଗ-ୱେନ୍‍ ରୁଷର ନିଷ୍ପତ୍ତିକୁ କଡା ସମାଲୋଚନା କରିଛନ୍ତି। ୟୁକ୍ରେନର ବିଚ୍ଛିନ୍ନତାବାଦୀଙ୍କ ଦଖଲରେ ଥିବା ଲୁହାନସ୍କ ଏବଂ ଡନେସ୍କକୁ ରୁଷ ନିଜର ସୈନ୍ୟ ପଠାଇବା ନିଷ୍ପତ୍ତିକୁ ସେ ନିନ୍ଦା କରିଛନ୍ତି। ୟୁକ୍ରେନର ପୂର୍ବ ଭାଗରେ ଥିବା ଦୁଇ ଅଞ୍ଚଳ ଲୁଗାନସ୍କ, ଡନେସ୍କ ଏବଂ ରୁଷର ସାଞ୍ଜୁଆ ଗାଡିଗୁଡିକ ଚକ୍କର କାଟୁଥିବା ଦେଖିବାକୁ ମିଳିଛି। ନାଟୋ ମୁଖ୍ୟ ଷ୍ଟୋଲଟେନବର୍ଗ କହିଛନ୍ତି ଯେ ମଙ୍ଗଳବାର ରାତିରେ ରୁଷର ଅଧିକ ସଂଖ୍ୟକ ସୈନ୍ୟ ଡୋନବାସ୍‍ ଏବଂ ଡନେସ୍କ, ଲୁଗାନସ୍କର କିଛି ଅଞ୍ଚଳକୁ ପ୍ରବେଶ କରିଛନ୍ତି। ଜି-୭ ବୈଦେଶିକ ମନ୍ତ୍ରୀମାନେ ରୁଷର ଯୁଦ୍ଧଖୋର ମନୋବୃତ୍ତିକୁ କଡା ନିନ୍ଦା କରିଛନ୍ତି। ଡନେସ୍କ ଏବଂ ଲୁଗାନସ୍କକୁ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ସ୍ୱାଧୀନ ରାଷ୍ଟ୍ର ଘୋଷଣା କରିବା ସହିତ ସେଠାକୁ ସୈନ୍ୟ ପଠାଇବା ପରେ ଜି-୭ର ଜରୁରୀ ବୈଠକ ବସି ପରିସ୍ଥିତି ସମ୍ପର୍କରେ ସମୀକ୍ଷା କରାଯାଇଛି। ଉକ୍ତ ବୈଠକରେ କାନାଡା, ଫ୍ରାନ୍ସ, ଜର୍ମାନୀ, ଇଟାଲି, ଜାପାନ, ବ୍ରିଟେନ ଏବଂ ଆମେରିକା ସହିତ ୟୁରୋପୀୟ ରାଷ୍ଟ୍ରସଂଘର ବୈଦେଶିକ ମନ୍ତ୍ରୀମାନେ ଯୋଗ ଦେଇଥିଲେ। ରୁଷ ପଦକ୍ଷେପର କଡା ଜବାଦ ଦେବାକୁ ଜି-୭ ବୈଦେଶିକ ମନ୍ତ୍ରୀମାନଙ୍କର ବୈଠକରେ ନିଷ୍ପତ୍ତି ନିଆଯାଇଥିଲା।
ଋୁଷ-ୟୁକ୍ରେନ ବିବାଦକୁ ନେଇ ସୃଷ୍ଟି ହୋଇଥିବା ପରିସ୍ଥିତି ଅତ୍ୟନ୍ତ ଚିନ୍ତାଜନକ ଏବଂ ସମୁଦାୟ ବିଶ୍ୱ ସମ୍ପ୍ରତି ଗୁରୁତର ନିରାପତ୍ତା ସଙ୍କଟର ସାମ୍‍ନା କରୁଛି ବୋଲି ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରସ୍‍ କହିଛନ୍ତି। ସେ କହିଛନ୍ତି ୟୁକ୍ରେନର ତାଜା ଘଟଣାକ୍ରମ ସମୁଦାୟ ଆନ୍ତର୍ଜାତିକ ବ୍ୟବସ୍ଥା ପାଇଁ ଏକ ପରୀକ୍ଷା ସଦୃଶ ହୋଇଛି। ପୋପ୍‍ ଫ୍ରାନସିସ୍‍ କହିଛନ୍ତି, ଏହି ଘଟଣାକ୍ରମ ତାଙ୍କ ହୃଦୟରେ ଗଭୀର ଯନ୍ତ୍ରଣା ସୃଷ୍ଟି କରିଛି। ରାଜନୈତିକ ନେତୃବୃନ୍ଦ ସେମାନଙ୍କ କାର‌୍ୟ୍ୟକଳାପ ଠିକ୍‍ କି ନୁହେଁ, ଭଗବାନଙ୍କ ସମ୍ମୁଖରେ ତାହା ନିଜ ବିବେକକୁ ଆନ୍ତରିକତାର ସହିତ ପ୍ରଶ୍ନ କରିବା ଉଚିତ। ଜନସାଧାରଣ ଯେଭଳି ଅଧିକ ପୀଡା ନପାଆନ୍ତି ସେଭଳି ପ୍ରୟାସରୁ ସମସ୍ତେ ନିବୃତ୍ତ ରହିବାକୁ ପୋପ୍‍ ଫ୍ରାନସିସ ନିବେଦନ କରିଛନ୍ତି।
ୟୁକ୍ରେନକୁ ଘେରିଲେ…

Comments are closed.