ପ୍ୟାରିସ: ରୁଷ୍ ସହ ଚାଲିଥିବା ଯୁଦ୍ଧର ପରିସମାପ୍ତି ପ୍ରସଙ୍ଗ ନେଇ ୟୁକ୍ରେନ ରାଷ୍ଟ୍ରପତି ଭୋଲଡୋମୀର ଜେଲେନ୍ସ୍କି ଗୁରୁବାର ୟୁରୋପୀୟ ରାଷ୍ଟ୍ରମୁଖ୍ୟଙ୍କ ସହ ଆଲୋଚନା କରିଥିବା ଜଣାପଡିଛି। ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ଓ ବ୍ରିଟେନ ପ୍ରଧାନମନ୍ତ୍ରୀ କିଥ୍ ଷ୍ଟାର୍ମର ଏହି ବୈଠକରେ ମିଳିତଭାବେ ଅଧ୍ୟକ୍ଷତା କରିଥିଲେ। ଯଦି ରୁଷ୍-ୟୁକ୍ରେନ ଯୁଦ୍ଧର ପରିସମାପ୍ତି ଘଟେ, ତେବେ ୟୁକ୍ରେନକୁ ନିରାପତ୍ତା ଗ୍ୟାରେଣ୍ଟି ଯୋଗାଇବାକୁ ୟୁରୋପୀୟ ରାଷ୍ଟ୍ର ରାଜି ହୋଇଛନ୍ତି। ତେବେ ୟୁକ୍ରେନକୁ ସୈନ୍ୟ ପଠାଇବାକୁ ଜର୍ମାନୀ କୁଣ୍ଠାବୋଧ କରୁଥିବା ଜଣାପଡିଛି। ୟୁକ୍ରେନକୁ ବାୟୁ ସୁରକ୍ଷା ଯୁଦ୍ଧାସ୍ତ୍ର ଯୋଗାଇବାକୁ ଜର୍ମାନୀ ରାଜି ହୋଇଛି। ଅପରପକ୍ଷରେ ୟୁକ୍ରେନରେ ବିଦେଶୀ ସୈନ୍ୟଙ୍କ ଉପସ୍ଥିତିକୁ କୌଣସି ପରିସ୍ଥିତିରେ ବରଦାସ୍ତ କରାଯିବ ନାହିଁ ବୋଲି ରୁଷ୍ ସ୍ପଷ୍ଟ କରିଛି। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଫିନଲାଣ୍ଡ ରାଷ୍ଟ୍ରପତି ଆଲେକ୍ଜାଣ୍ଡାର ଷ୍ଟବ୍, ଡେନମାର୍କ ପ୍ରଧାନମନ୍ତ୍ରୀ ମେଟ୍ଟେ ଫ୍ରେଡେରିକ୍ସନ, ପୋଲାଣ୍ଡ ପ୍ରଧାନମନ୍ତ୍ରୀ ଡୋନାଲ୍ଡ ଟସ୍କ୍ ଓ ୟୁରୋପୀୟ ସଂଘ ସଭାପତି ଉର୍ସୁଲା ଭନ୍ ଡୋର୍ ଲିୟେନ ପ୍ରମୁଖ ଉପସ୍ଥିତ ଥିଲେ।
୫୦ ବର୍ଷ ପରେ ଚନ୍ଦ୍ରଗ୍ରହଣରେ ଶନିଙ୍କ ଓଲଟା ଚଳନକୁ ଗୁରୁ ଉଦୟ; ଏହି ୩ ରାଶିଙ୍କ ଖୋଲିବ ବନ୍ଦ ଭାଗ୍ୟର ତାଲା
ସେପ୍ଟେମ୍ବର ୭ରେ ଲାଗୁଛି ଚନ୍ଦ୍ରଗ୍ରହଣ ; ଜାଣନ୍ତୁ ଗ୍ରହଣ ସ୍ପର୍ଶ, ପାକ ତ୍ୟାଗ ସମୟ..



