www.samajalive.in
Saturday, December 6, 2025
16.1 C
Bhubaneswar

ଋୁଷ-ଭାରତ ଏନଏସଏ ସ୍ତରୀୟ ଆଲୋଚନା: ଆଫଗାନିସ୍ତାନ, କୂଟନୀତି, ଆତଙ୍କବାଦ ମୁଖ୍ୟ ପ୍ରସଙ୍ଗ

ନୂଆଦିଲ୍ଲୀ: ଆଫଗାନିସ୍ତାନ ପରିସ୍ଥିତିରେ ଘଟୁଥିବା ଦ୍ରୁତ ରାଜନୈତିକ, କୂଟନୈତିକ, ସାମରିକ ପରିବର୍ତ୍ତନ ପରିପ୍ରେକ୍ଷୀରେ ରୁଷ ନିରାପତ୍ତା ପରିଷଦର ସଚିବ ନିକୋଲାଇ ପାତ୍ରୁସେଭ ଏବଂ ଭାରତର ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା (ଏନଏସଏ) ଅଜିତ ଡୋଭଲଙ୍କ ମଧ୍ୟରେ ଏଠାରେ ଆଲୋଚନା ଅନୁଷ୍ଠିତ ହୋଇଛି। ଉଭୟ ପକ୍ଷ ଆଫଗାନିସ୍ତାନରେ ସାଂପ୍ରତିକ ରାଜନୈତିକ, ନିରାପତ୍ତା ଏବଂ ମାନବୀୟ ପରିସ୍ଥିତି ସମ୍ପର୍କରେ ସମୀକ୍ଷା କରିଥିବା ସୂଚନା ମିଳିଛି। ଆଫଗାନିସ୍ତାନରେ ଭାରତ ଓ ରୁଷ ମଧ୍ୟରେ ରାଜନୈତିକ-ନିରାପତ୍ତା ସହଯୋଗ ନେଇ ଆଗ୍ରହ, ଗୁରୁତ୍ୱ ଏବଂ ସେହି ସମ୍ଭାବନାରେ ଉଲ୍ଲେଖନୀୟ ବୃଦ୍ଧି ସମ୍ଭାବନାକୁ ଏହି ଆଲୋଚନା ପ୍ରତିଫଳିତ କରିଥିବା ସରକାରୀ ସୂତ୍ରରୁ କୁହାଯାଇଛି। ଜଣାଯାଇଛି ଯେ ଉଭୟ ପକ୍ଷ ଜୈଶ ଇ ମହମ୍ମଦ ଏବଂ ଲସ୍କର ଇ ତଏବା ଭଳି ଆତଙ୍କବାଦୀ ସଂଗଠନଗୁଡିକର କାର୍ଯ୍ୟକଳାପ ସମ୍ପର୍କରେ ସମୀକ୍ଷା କରିବା ସହିତ ଆଫଗାନିସ୍ତାନକୁ ସଙ୍କଟ ସମୟରେ ସହଯୋଗ କରିବାକୁ ମସ୍କୋ ଓ ନୂଆଦିଲ୍ଲୀ ମଧ୍ୟରେ ସମ୍ଭାବ୍ୟ ସହଯୋଗ ଉପରେ ଆଲୋଚନା କରିଥିଲେ। ସୂଚନାଯୋଗ୍ୟ ଯେ ନିକଟରେ ରୁଷର ଦୂତ ନିକୋଲେ କୁଦାଶେଭ କହିଥିଲେ ଯେ ଆଫଗାନିସ୍ତାନରେ ଅସ୍ଥିର ପରିସ୍ଥିତି ରୁଷ ଓ କାଶ୍ମୀରରେ ଆତଙ୍କବାର ପ୍ରସାର ଘଟାଇବା ଆଶଙ୍କା ରହିଛି। ଏହା ପୂର୍ବରୁ ଆମେରିକୀୟ ଗୁଇନ୍ଦା ସଂସ୍ଥାର ମୁଖ୍ୟ ବିଲ୍‍ ବର୍ନସ ଭାରତ ଗସ୍ତରେ ଆସି ଏନଏସଏ ଅଜିତ ଡୋଭଲଙ୍କ ସହିତ ଏହି ଅଞ୍ଚଳର ସୁରକ୍ଷା ଏବଂ ସ୍ଥିରତା ସମ୍ପର୍କରେ ଆଲୋଚନା କରିଛନ୍ତି। ସୂଚନାଯୋଗ୍ୟ ଯେ ଆଫଗାନିସ୍ତାନ ଘଟଣାକ୍ରମରେ ପାକିସ୍ତାନର ସିଧାସଳଖ ସଂପୃକ୍ତି ଏବଂ ଚୀନ ପାକିସ୍ତାନ ଅର୍ଥନୈତିକ କରିଡର (ସିପିଇସି)ରେ ସାମିଲ ହେବାକୁ ତାଲିବାନର ଆଗ୍ରହ ଭାରତ ପାଇଁ ରାଜନୈତିକ-କୂଟନୈତିକ ସ୍ତରରେ ବିପଦର କାରଣ ହେବାକୁ ଯାଉଛି।

Hot this week

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

Related Articles

Popular Categories