www.samajalive.in
Saturday, December 6, 2025
17.1 C
Bhubaneswar

ଆଇଏସର ଆତ୍ମଘାତୀ ଆତଙ୍କୀ ରୁଷ୍‌ରେ ଅଟକ; ବରିଷ୍ଠ ବିଜେପି ନେତାଙ୍କୁ ଆକ୍ରମଣ ପାଇଁ ହୋଇଥିଲା ଷଡ଼ଯନ୍ତ୍ର

ମସ୍କୋ: ରୁଷ୍‌ ସୁରକ୍ଷା ଏଜେନ୍ସି(ଏଫଏସବି) ଆତଙ୍କବାଦୀ ସଙ୍ଗଠନ ଆଇଏସର ଜଣେ ଆତ୍ମଘାତୀ ବିସ୍ଫୋରଣକାରୀକୁ ଅଟକ ରଖିଛି। ସେ ଭାରତରେ ଆତ୍ମଘାତୀ ଆକ୍ରମଣର ଯୋଜନା କରିଥିଲା। ଏଫଏସବି ଅଧିକାରୀଙ୍କ କହିବାନୁସାରେ, ଗିରଫ ଅଭିଯୁକ୍ତ ମଧ୍ୟ ଏସିଆର ଏକ ଦେଶର ମୂଳ ବାସିନ୍ଦା। ରୁଷ ନ୍ୟୁଜ୍ ଏଜେନ୍ସି ସ୍ପୁଟ୍‌ନିକ୍‌ ଅନୁଯାୟୀ, ପ୍ରାରମ୍ଭିକ ପଚରାଉଚରା ବେଳେ ଆତଙ୍କବାଦୀ ସ୍ୱୀକାର କରିଛି ଯେ ସେ ଜଣେ ବରିଷ୍ଠ ଭାରତୀୟ ନେତାଙ୍କୁ ହତ୍ୟା କରିବା ପାଇଁ ଷଡଯନ୍ତ୍ର ରଚିଥିଲା। ସେ ଏହା ମଧ୍ୟ କହିଛି ଯେ, ଆଇଏସ୍ ଭାରତରେ ଆକ୍ରମଣ କରିବାକୁ ଯୋଜନା କରୁଛି।

ଏଫଏସବି ଅନୁଯାୟୀ, ସେ ଏପ୍ରିଲରୁ ଜୁନ୍ ପର୍ଯ୍ୟନ୍ତ ତୁର୍କୀରେ ଥିଲା ଏବଂ ସେଠାରେ ଆତଙ୍କବାଦ ଉପରେ ତାଲିମ ଗ୍ରହଣ କରିଥିଲା। ତାକୁ ପ୍ରଥମେ ରୁଷ୍‌ ପଠାଯାଇଥିଲା ଏବଂ ସେଠାରୁ ଭାରତ ପଠାଇବାକୁ ଯୋଜନା କରାଯାଇଥିଲା। ରୁଷର ସୁରକ୍ଷା ଏଜେନ୍ସି କହିଛି ଯେ, ଏହି ଆତଙ୍କୀ ଭାରତର ଶାସକ ଦଳ(ବିଜେପି)ର ଜଣେ ନେତାଙ୍କୁ ହତ୍ୟା କରିବାକୁ ଆତ୍ମଘାତୀ ବିସ୍ଫୋରଣର ଯୋଜନା କରିଥିଲା। ତାକୁ ଆଇଏସର ଜଣେ ବରିଷ୍ଠ ନେତା ‘ଆତ୍ମଘାତୀ ବିସ୍ଫୋରଣକାରୀ’ ଭାବରେ ତୁର୍କୀରେ ଥିବା ତାଙ୍କ ସଂଗଠନରେ ସାମିଲ କରିଥିଲେ।

- Advertisement -

 

 

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories