www.samajalive.in
Monday, December 8, 2025
20.1 C
Bhubaneswar

୬ଦିନ ଧରି ବାହ୍ୟ ଜଗତରୁ ବିଚ୍ଛିନ୍ନ ପାଚଲପୁର ଗ୍ରାମ

ପିପିଲି: ପିପିଲି ବ୍ଲକ ଅନ୍ତର୍ଗତ ପୋପରଙ୍ଗା ପଞ୍ଚାୟତର ପାଚଲପୁର ଗ୍ରାମ ଗତ ୬ଦିନ ଧରି ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇ ରହିଛି। ଗ୍ରାମ ଚାରିପାଖରେ ବନ୍ୟାଜଳ ୬ରୁ ୮ଫୁଟ୍‍ ଉଚ୍ଚତାରେ ପ୍ରବାହିତ ହେଉଛି। କଣ୍ଟି ପଞ୍ଚାୟତର କାକୁଡିଆଠାରେ ଦୟାନଦୀର ବନ୍ୟାଜଳ ଗଙ୍ଗୁଆନଦୀକୁ ଓଲଟା ପ୍ରବାହିତ ହେବା ଫଳରେ ପୋପରଙ୍ଗା ପଞ୍ଚାୟତର ବିନ୍ଧା, ଦକ୍ଷିଣନୂଆଗାଁ, ଅର୍ଜ୍ଜୁନଗୋଦା, ପୋପରଙ୍ଗା, ଶୁଆବରେଇ ଆଦି ଗ୍ରାମ ପ୍ରଭାବିତ ହୋଇଥିବା ବେଳେ ପାଚଲପୁର ଗ୍ରାମ ଗତ ୧୭ ତାରିଖରୁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଛି।

ଗହିର ବିଲ ମଧ୍ୟରେ ଏକ ଉଚ୍ଚ ସ୍ଥାନରେ ଥିବା ଏହି ପାଚଲପୁର ଗ୍ରାମର ୩୧ଟି ପରିବାରର ୧୩୪ଜଣ ସଦସ୍ୟ ସଂପୂର୍ଣ୍ଣ ଜଳବନ୍ଦୀ ହୋଇ ରହିଛନ୍ତି। ଗ୍ରାମର ତଳିଆ ଅଞ୍ଚଳରେ(ନିଚା ସ୍ଥାନରେ) ଥିବା ୮ରୁ ଊର୍ଦ୍ଧ୍ବ ଘରେ ବନ୍ୟାଜଳ ପଶିଛି। ଫଳରେ ଉକ୍ତ ଘର ମଧ୍ୟରେ ଥିବା ଧାନ, ଚାଉଳ ଆଦି ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଅର୍ଜ୍ଜୁନଗୋଦା ଗ୍ରାମରୁ ପାଚଲପୁରକୁ ଯାଇଥିବା କଂକ୍ରିଟ ରାସ୍ତା ଉପରେ ଏବେ ୬ଫୁଟ୍‍ ଉଚ୍ଚତାରେ ବନ୍ୟାଜଳ ପ୍ରବାହିତ ହେଉଛି। ଗ୍ରାମର ଚାରିପାଖରେ ଦୀର୍ଘ ଅଞ୍ଚଳ ପର୍ଯ୍ୟନ୍ତ ବନ୍ୟାଜଳ ଘେରି ରହିଛି। ଯୁଆଡେ ଚାହିଁଲେ କେବଳ ପାଣି ହିଁ ପାଣି ଦିଶୁଥିବା ବେଳେ ଏହା ଚିଲିକାର ଭ୍ରମ ସୃଷ୍ଟି କରୁଛି। ଏହି ବନ୍ୟା ଯୋଗୁଁ ଚାଷଜମି, ରାସ୍ତା, ପୋଖରୀ, ସଫେଇନାଳ ସବୁ ଏକାକାର ହୋଇଛି। ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ରହିଥିବା ଏହି ଗ୍ରାମର ଅଧିବାସୀଙ୍କ ପାଇଁ ପ୍ରଶାସନ ପକ୍ଷରୁ ଏକ ବୋଟ୍‍ର ବ୍ୟବସ୍ଥା କରାଯାଇଛି। ପ୍ରବଳ ବନ୍ୟା ସତ୍ତ୍ବେ ଲୋକେ ନିଜର ଗୃହପାଳିତ ପଶୁପକ୍ଷୀଙ୍କୁ ନେଇ ଗ୍ରାମରେ ବାସ କରୁଛନ୍ତି। ବନ୍ୟା ଯୋଗୁଁ ବିଷଧର ସର୍ପଙ୍କ ଭୟ ସୃଷ୍ଟି ହୋଇଥିବା ବେଳେ ସନ୍ଧ୍ୟା ନଇଁଲେ ଗ୍ରାମରେ ଅଜଣା ଭୟ ମାଡି ଆସୁଛି। ବନ୍ୟାଜଳରେ ବିନ୍ଧା, ଦକ୍ଷିଣନୂଆଗାଁ, ଅର୍ଜ୍ଜୁନଗୋଦା, ପୋପରଙ୍ଗା, ଶୁଆବରେଇ ଓ ଏହିି ଗ୍ରାମର ଶହ ଶହ ଏକର ଚାଷଜମ ସଂପୂର୍ଣ୍ଣ ବୁଡି ରହିଥିବା ବେଳେ ଫସଲ ସଂପୂର୍ଣ୍ଣ ଉଜୁଡି ଯାଇଛି। ପିପିଲି ବ୍ଲକ ପକ୍ଷରୁ ଉକ୍ତ ଗ୍ରାମର ଅଧିବାସୀଙ୍କୁ ଶୁଖିଲା ଖାଦ୍ୟ ପ୍ରଦାନ କରାଯାଇଛି। ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସ୍ୱେଚ୍ଛାସେବୀ ମାନେ ଡଙ୍ଗାରେ ଏହି ପାଚଲପୁର ଗ୍ରାମକୁ ଯାଇ ରିଲିଫ ବଣ୍ଟନ କରିଥିବା ସୂଚନା ମିଳିଛି। ଦୟାନଦୀରେ ବନ୍ୟାଜଳ ସଂପୂର୍ଣ୍ଣ ହ୍ରାସ ପାଇବା ପରେ ଏହି ଅଞ୍ଚଳର ବନ୍ୟାଜଳ ଗଙ୍ଗୁଆ ଦେଇ ଦୟାନଦୀରେ ମିଶିବ। ଫଳରେ ଏହି ଅଞ୍ଚଳରୁ ବନ୍ୟାଜଳ ହ୍ରାସ ପାଇବାକୁ ଅତି କମରେ ୫ଦିନ ଲାଗିବ ବୋଲି ସ୍ଥାନୀୟ ଅଞ୍ଚଳବାସୀଙ୍କ ସୂତ୍ରରୁ ଜଣାଯାଇଛି।

Hot this week

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

Related Articles

Popular Categories