www.samajalive.in
Sunday, December 14, 2025
15.1 C
Bhubaneswar

ଓଦା ଟଙ୍କାକୁ ବ୍ୟାଙ୍କ ବଦଳାଇବ କି ନାହିଁ? ଜାଣନ୍ତୁ କ’ଣ ରହିଛି ଆରବିଆଇ ନିୟମ

ମୁମ୍ବଇ: ସାଧାରଣତଃ ଖରାପ ହୋଇଯାଇଥିବା ନୋଟ୍‌କୁ ନେଇ ଲୋକଙ୍କ ମନରେ ଅନେକ ପ୍ରଶ୍ନ ଥାଏ। ବହୁବାର କୌଣସି କାରଣବସତଃ ନୋଟ୍‌ ଖରାପ ହୋଇଯାଇଥାଏ। ଏମିତିରେ ଯଦି ସେହି ନୋଟର ମୂଲ୍ୟ ଅଧିକ ହୋଇଥାଏ ତାହେଲେ ସମସ୍ୟା ଅଧିକ ବଢିଯାଏ। ତେବେ ଆପଣ ଜାଣିଥିବେ ଯେ, ଚିରା-ଫଟା ନୋଟକୁ ବ୍ୟାଙ୍କରେ ସହଜରେ ବଦଳା ଯାଇପାରିବ, କିନ୍ତୁ ଅନେକ ଲୋକ ଏହା ଜାଣନ୍ତି ନାହିଁ ଯେ, ପାଣିରେ ଓଦା ହୋଇଥିବା ନୋଟକୁ ବ୍ୟାଙ୍କ୍‌ ନିଏ କି ନାହିଁ ? ବେଳେବେଳେ ନୋଟ୍‌ ପାଣିରେ ଓଦା ହେବା ପରେ ରଙ୍ଗ ଛାଡ଼ିଥାଏ। ଏପରି କ୍ଷେତ୍ରରେ ବ୍ୟାଙ୍କରେ ସେହି ନୋଟକୁ ବଦାଳାଇ ହେବ କି ନାହିଁ ଏନେଇ ଲୋକଙ୍କ ମନରେ ପ୍ରଶ୍ନ ଉଠିଥାଏ। ଆଜି ଆମେ ଆପଣଙ୍କୁ ଜଣାଇବୁ ଯେ, ଓଦା ଓ ରଙ୍ଗ ଛଡ଼ା ନୋଟକୁ ନେଇ କ’ଣ ରହିଛି ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ନିୟମ। ଆରବିଆଇ ପକ୍ଷରୁ ଏନେଇ ସୂଚନା ମଧ୍ୟ ପ୍ରଦାନ କରାଯାଇଛି।

ରଙ୍ଗ ଛଡ଼ା ନୋଟକୁ ନେଇ ନିୟମ-

- Advertisement -

ବେଳେବେଳେ ବର୍ଷା କିମ୍ବା ଅନ୍ୟ କୌଣସି କାରଣରୁ ନୋଟ୍‌ ଓଦା ହୋଇଯାଏ ଓ ସେଥିରୁ ରଙ୍ଗ ମଧ୍ୟ ଛାଡ଼ିଥାଏ। ଏମିତି ନୋଟକୁ ଦୋକାନୀମାନେ ମଧ୍ୟ ନିଅନ୍ତି ନାହିଁ। କିନ୍ତୁ ଏପରି ନୋଟକୁ ନେଇ ଚିନ୍ତା କରିବାର ଆବଶ୍ୟକତା ନାହିଁ। ଏହାକୁ ନେଇ ଆପଣ ସହଜରେ ବ୍ୟାଙ୍କରେ ବଦଳାଇ ପାରିବେ। ଆରଟିଆଇ ଜବାବରେ ଆରବିଆଇ କହିଛି, ରଙ୍ଗ ଛଡ଼ା ନୋଟ ମଧ୍ୟ ଖରାପ ବା ନଷ୍ଟ ହୋଇଥିବା ନୋଟ୍‌ ଶ୍ରେଣୀରେ ଅନ୍ତର୍ଭୁକ୍ତ। ନିୟମାନୁଯାୟୀ ସମସ୍ତ ବ୍ୟାଙ୍କ୍‌ ଏପରି ନୋଟ୍‌କୁ ବଦଳାଇଥାଆନ୍ତି।

ଚିରା ଫଟା ନୋଟ୍‌ ବଦଳାଇବା ନିୟମ ବିଷୟରେ କହିବାକୁ ଗଲେ, ନୋଟ୍‌ ବଦଳ ହେବ କି ନାହିଁ ତାହା ନୋଟ୍‌ କେତେ ଚିରିଛି ତାହା ଉପରେ ନିର୍ଭର କରୁଛି। ଏହି ଆଧାରରେ ଅପାଣଙ୍କୁ ଟଙ୍କା ଫେରସ୍ତ କରାଯାଇଥାଏ। ଯଦି ୨ ହଜାର ଟଙ୍କିଆ ନୋଟ୍‌ ଅଛି ଓ ତାହା ୮୮ ବର୍ଗ ସେଣ୍ଟିମିଟରର, ତାହେଲେ ଆପଣଙ୍କୁ ପୁରା ଟଙ୍କା ଦିଆଯିବ।

ସେହିପରି ଯଦି ନୋଟ୍‌ ୪୪ ବର୍ଗ ସେଣ୍ଟିମିଟର ଚିରିଛି, ତେବେ ବଦଳରେ ଆପଣଙ୍କୁ ଏହାର ଅଧା ମୂଲ୍ୟ ମିଳିବ। ୨୦୦ ଟଙ୍କିଆ ଚିରା ନୋଟର ୭୮ ବର୍ଗ ସେଣ୍ଟିମିଟର ଦେଲେ ଆପଣ ପୂର୍ଣ୍ଣ ରାଶି ପାଇବେ। ୩୯ ବର୍ଗ ସେଣ୍ଟିମିଟର ଦେଲେ ଅଧା ଟଙ୍କା ହିଁ ମିଳିବ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories