www.samajalive.in
Saturday, December 6, 2025
14.1 C
Bhubaneswar

କଲ୍ୟାଣସିଂହପୁରରେ ପୋଲିଙ୍ଗ କର୍ମଚାରୀ

କଲ୍ୟାଣସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ତୃତୀୟ ପର୍ୟ୍ୟାୟ ମତଦାନ ପାଇଁ ବ୍ଲକ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଚଳିତ ମାସ ୨୦ତାରିଖ ଦିନ ଉକ୍ତ ବ୍ଲକରେ ମତଦାନ କରାଯିବ ।ବ୍ଲକରେ ୧୪ଟି ଗ୍ରାମ ପଞ୍ଚାୟତରେ ୪୫୫୭୬ ଜଣ ଭୋଟର ମଧ୍ୟରୁ ୨୦୨୧୮ ଜଣ ପୁରୁଷ , ୨୫୩୪୪ ଜଣ ମହିଳା ଓ୧୪ ଜଣ ଉଭୟଲିଙ୍ଗ ଭୋଟର ରହିଛନ୍ତି । ଏଥିରେ ୧୪ ସରପଞ୍ଚ,୧୩ସମିତି ସଭ୍ୟ,୧୦୭ ୱାର୍ଡ ସଦସ୍ୟ ଓ ୨ଟି ଜୋନ ଜିଲା ପରିଷଦ ପାର୍ଥି ପାଇଁ ମତଦାନ ନିର୍ବାଚନ କରାଯିବ ।
୧୭୦ ବୁଥ ପାଇଁ ୫୬୧ ଜଣ ପୋଲିଙ୍ଗ ଅଧିକାରୀ ମଧ୍ୟରେ ୯ଜଣ ମହିଳା ନିୟୋଜିତ ଥିବା ବେଳେ ୮୭ଟି ଯାନ ବ୍ୟବହୃତ କରାଯାଇଛି । ଭୋଟ ଗ୍ରହଣ କାର୍ୟ୍ୟରେ ନିୟୋଜିତ ସମସ୍ତ କର୍ମଚାରୀଙ୍କୁ ଶୁକ୍ରବାର ଦିନ ସମସ୍ତ ଭୋଟ ପାଇଁ ଆବଶ୍ୟକୀୟ ସରଞ୍ଜାମ ପ୍ରଦାନ କରି ନିଜ ନିଜ ବୁଥ ବା ଭୋଟ କେନ୍ଦ୍ରକୁ ପଠାଇ ଦିଆଯାଇଛି । କର୍ମଚାରୀ ମାନେ ଭୋଟ କେନ୍ଦ୍ରରେ ଉପସ୍ଥିତ ରହି ସମସ୍ତ ନଥିପତ୍ର ୧୯ ତାରିଖ ଶନିବାର ଦିନ ସମସ୍ତ ନିର୍ବାଚନ କାଗଜ, ଭୋଟ ବାକ୍ସ ସିଲ ସବୁ ସଜାଡ଼ିବା ପରେ ୨୦ ତାରିଖ ରବିବାର ଦିନସକାଳୁ ୭ଟା ରୁ ୧ ଘଣ୍ଟା ପର୍ୟ୍ୟନ୍ତ ମତଦାନ କରାଯିବ । ଗୋଟିଏ ବୁଥରେ ୩ଜଣ ପ୍ରିଜାଇଡିଂ ଅଧିକାରୀ, ପ୍ରଥମ ଓ ଦ୍ୱିତୀୟ ଅଧିକାରୀ ଭାବେ ରହିଛନ୍ତି । ଏହି ୧୭୦ଟି ବୁଥ ମଧ୍ୟରୁ ୧୧ଟି ଅସ୍ଥାୟୀ ବୁଥ ରହିଛି ।ସେଥିରୁ ନିୟମଗିରି ପାର୍ଶାଲି ପଞ୍ଚାୟତ ୯ ,ଶିକରପାଇ ଓ ସୁନାଖଣ୍ଡି ପଞ୍ଚାୟତରେ ଗୋଟିଏ ଲେଖାଏଁ ବୁଥରେ ସରକାରୀ ଘର ନଥିବାଯୋଗୁଁ ଅସ୍ଥାୟୀ କେନ୍ଦ୍ରରେ ମତଦାନ କରିଯିବ ବୋଲି ପଞ୍ଚାୟତ ନିର୍ବାଚନ ଅଧିକାରୀ ମାନସ ରଞ୍ଜନ ପ୍ରଧାନ, ବିଡ଼ିଓ ସୁଧାକର ରଇତ ସୂଚନା ଦେଇଛନ୍ତି ।ଏଥିରେ ଅତିରିକ୍ତ ଗୋଷ୍ଠି ଉନ୍ନୟନ ଅଧିକାରୀ ବଳରାମ ପାତ୍ର, ବ୍ଲକ ର ସମସ୍ତ ଅଧିକାରୀ ଓ ଥାନା ଅଧିକାରୀ ସୁକୁମା ହଂସଦା ପ୍ରମୁଖ ଉପସ୍ଥିତ ରହିଥିଲେ ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories