www.samajalive.in
Saturday, December 6, 2025
15.1 C
Bhubaneswar

ଆର୍‍ଟିଓ ପରିସର ଦଲାଲ ମୁକ୍ତ ନିର୍ଦେଶନାମାକୁ କାଏମ୍‍ ରଖିଲେ ହାଇକୋର୍ଟ

ଭୁବନେଶ୍ୱର : ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପରିସରକୁ ସମ୍ପୂର୍ଣ୍ଣ ଦଲାଲ ମୁକ୍ତ କରିବା ଲାଗି ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶକ୍ରମେ ପରିବହନ କମିସନର ଏକ ନିର୍ଦେଶନାମା ଜାରି କରିଥିଲେ। ତେବେ ଏହି ନିର୍ଦେଶନାମା ବିରୋଧରେ କରି ଦଲାଲ୍‍ ବା ମଧ୍ୟସ୍ଥିଙ୍କ ପକ୍ଷରୁ ହାଇକୋର୍ଟରେ ଏକ ରିଟ୍‍ ଆବେଦନ କରାଯାଇଥିଲା। ଏହି ଆବେଦନ ଉପରେ ଶୁଣାଣି କରି ନିକଟରେ ହାଇକୋର୍ଟ ପରିବହନ କମିସନରଙ୍କର ନିର୍ଦେଶକୁ କାଏମ୍‍ ରଖିଛନ୍ତି।
ପରିବହନ କମିସନର ୨୦୧୯ ସେପ୍ଟେମ୍ବର ୨୭ରେ ଏକ ନିର୍ଦେଶନାମା ପ୍ରତ୍ୟେକ ଆର୍‍ଟିଓ କାର୍ଯ୍ୟାଳୟକୁ ଦେଇଥିଲେ। ଏହାକୁ ଆଧାର କରି ପ୍ରତ୍ୟେକ ଆର୍‍ଟିଓ ପୁଲିସ ସହାୟତାରେ ପରିବହନ କାର୍ଯ୍ୟାଳୟ ପରିସର ଏବଂ ଆଖପାଖରେ ଥିବା ଅସ୍ଥାୟୀ ଘରକୁ ଉଚ୍ଛେଦ କରାଯାଇଥିଲା। ଏପରିକି ସାରା ରାଜ୍ୟରୁ ୧୫୦ରୁ ଅଧିକ ଦଲାଲ୍‌ଙ୍କୁ ଗିରଫ କରାଯାଇଥିଲା। ତେବେ ପରିବହନ କାର୍ଯ୍ୟାଳୟ ପରିସରକୁ କେହି ଦଲାଲ୍‍ ଯେପରି ପ୍ରବେଶ କରି ପାରିବେନାହିଁ ସେଥିପାଇଁ ସେଠାରେ କାର୍ଯ୍ୟରତ ସମସ୍ତ କର୍ମଚାରୀଙ୍କର ପରିଚୟପତ୍ର ବାଧ୍ୟତାମୂଳକ କରାଯାଇଥିଲା। ପରିଚୟପତ୍ରକୁ ଶ୍ରେଣୀଭୁକ୍ତ କରାଯାଇ ଏହାର ଫିତାର ରଙ୍ଗ ରଖାଯାଇଥିଲା। ତେବେ ଏହାକୁ ଚାଲୋଞ୍ଜ କରି ହାଇକୋର୍ଟରେ ଏକ ରିଟ୍‍ ଆବେଦନ କରାଯାଇଥିଲା। ଏହି ଆବେଦନକୁ ହାଇକୋର୍ଟ ଖାରଜ କରିବା ସହିତ ପରିବହନ କମିସନରଙ୍କ ନିର୍ଦେଶନାମା କାଏମ୍‍ ରଖିଛନ୍ତି।
ଦଲାଲ ବା ମଧ୍ୟସ୍ଥତାକୁ ରୋକିବା ଲାଗି ପରିବହନ ବିଭାଗ ସମସ୍ତ ବ୍ୟବସ୍ଥାକୁ ଅନ୍‍ଲାଇନ୍‍ କରିଛନ୍ତି। କାର୍ଯ୍ୟାଳୟକୁ ବ୍ୟକ୍ତିଗତ ଭାବେ ଯେପରି କେହି ଆସିବେ ନାହିଁ ସେଥିପାଇଁ ଏଭଳି ବ୍ୟବସ୍ଥା କରାଯାଇଛି। ଡିଏଲ୍‍/ ଏଲ୍‍ଏଲ୍‍ ଅନ୍‍ଲାଇନ୍‍ରେ ଆବେଦନ କରିବା, ଦେୟ ମଧ୍ୟ ଅନ୍‍ଲାଇନ୍‍ ମାଧ୍ୟମରେ ପ୍ରଦାନ କରାଯାଉଛି। ସେହିପରି ନିଜ ପାଇଁ ମଧ୍ୟ ସ୍ଲଟ୍‍ ଅନ୍‍ଲାଇନ୍‍ ମାଧ୍ୟମରେ ବୁକ୍‍ କରିପାରିବେ। ଗାଡ଼ିର ପରମିଟ୍‍ ଆବେଦନ ଓ ବିଭିନ୍ନ ପ୍ରକାର ଟିକସ ମଧ୍ୟ ଅନ୍‍ଲାଇନ୍‍ ମାଧ୍ୟମରେ ପ୍ରଦାନ କରାଯାଉଛି। ଆବେଦନକାରୀ କମନ୍‍ ସର୍ଭିସ ସେଣ୍ଟର ମାଧ୍ୟମରେ ସରକାର ଧାର୍ଯ୍ୟ କରିଥିବା ନ୍ୟୂନତମ ଦେୟ ମାଧ୍ୟମରେ ଏସବୁ ଅନ୍‍ଲାଇନ୍‍ ଆବେଦନ କରିପାରିବେ।
ଯେପରି ସାଧାରଣ ଲୋକ କିଛି ବି ସମସ୍ୟାର ସମ୍ମୁଖୀନ ନ ହେବେ ସେଥିପାଇଁ ଆର୍‍ଟିଓ କାର୍ଯ୍ୟାଳୟରେ ହେଲ୍‍ପ ଡେସ୍କ ଆଦି ରହିଛି। ଆର୍‍ଟିଓ ନିକଟରେ ଇ-କିଓସ୍କୋ ସ୍ଥାପନ କରାଯାଇଛି। ଯଦି କେହି ଦଲାଲ୍‍ଙ୍କ ସମ୍ପର୍କରେ ଜାଣନ୍ତି ତେବେ ସାମାଜିକ ଗଣମାଧ୍ୟମରେ ପରିବହନ କମିସନରଙ୍କୁ ଜଣାଇବା ଲାଗି ମଧ୍ୟ ବ୍ୟବସ୍ଥା ରହିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories