୨୦୨୪ ସୁଦ୍ଧା ଚନ୍ଦ୍ରରେ ବି କାର୍ଯ୍ୟକ୍ଷମ ହେବ ୪-ଜି ନେଟୱାର୍କ; ନାସା ପ୍ରକଳ୍ପରେ ନୋକିଆ ଅଂଶୀଦାର
ନୂଆଦିଲ୍ଲୀ: ବିଶ୍ଵର ଅନେକ ଅଞ୍ଚଳ ଏବେ ଟେଲିକମ୍ ସୁବିଧାରୁ ବଞ୍ଚିତ ହୋଇଛି । ଅନେକ ବିକଶିତ ଓ ବିକାଶଶୀଳ ଦେଶରେ ଏମିତି ଅନେକ ଅଞ୍ଚଳ ଅଛି ଯେଉଁଠି ମୋବାଇଲ ସୁବିଧା ଉପଲବ୍ଧ ନୁହେଁ । କିନ୍ତୁ ଚନ୍ଦ୍ରରେ ୪ଜି ମୋବାଇଲ ସେବା କାର୍ଯ୍ୟକ୍ଷମ କରିବା ନିମନ୍ତେ ଅଣ୍ଟା ଭିଡ଼ିଛି ନାସା । କେବଳ ଅଣ୍ଟା ଭିଡ଼ିନାହିଁ ମାର୍କିନ ମହାକାଶ ସଂସ୍ଥା ନାସା ମୋବାଇଲ ପ୍ରସ୍ତୁତକାରୀ କମ୍ପାନୀକୁ ଏହି ପ୍ରକଳ୍ପରେ ଅଂଶୀଦାର କରିଛି ଏବଂ ପ୍ରାରମ୍ଭିକ ପର୍ଯ୍ୟାୟରେ ୧୪.୧ ନିୟୁତ ଡ଼ଲାର ଯୋଗାଇ ଦେବାକୁ ଘୋଷଣା କରିଛି । ୨୦୨୪ ସୁଦ୍ଧା ଚନ୍ଦ୍ରକୁ ଏକ ମାନବ ମିଶନ ପଠାଇବାକୁ ଯୋଜନା ପ୍ରସ୍ତୁତ କରିଛି ଏବଂ ଏହା ପୂର୍ବରୁ ଚନ୍ଦ୍ରରେ ମୋବାଇଲ ସେବା କାର୍ଯ୍ୟକ୍ରମ ଚୂଡ଼ାନ୍ତ କରାଯିବ ବୋଲି ନୋକିଆ ପକ୍ଷରୁ କୁହାଯାଇଛି ।
To the moon! ?
We are excited to have been named by @NASA as a key partner to advance “Tipping Point” technologies for the moon, to help pave the way towards sustainable human presence on the lunar surface.
So, what technology can you expect to see? (1/6) pic.twitter.com/wDNwloyHdP
— Bell Labs (@BellLabs) October 15, 2020
ମାର୍କିନ ମହାକାଶ ସଂସ୍ଥା ନାସା ବର୍ତମାନ ସୁଦ୍ଧା ଚନ୍ଦ୍ରରେ ୪ଜି ନେଟୱାର୍କ ଭିତ୍ତିଭୂମି ସ୍ଥାପନ ନିମନ୍ତେ ୧୪ଟି ଆମେରିକୀୟ କମ୍ପାନୀକୁ ବାଛିଛି । ଏହି ମିଶନ ନିମନ୍ତେ ୩୭୦ ନିୟୁତ ଡ଼ଲାର ପାଣ୍ଠି ନାସା ପ୍ରଦାନ କରିଛି । ତେବେ ଏହି ଯୋଜନାରେ ସବୁଠୁ ଆଗରେ ରହିଛି ନୋକିଆ । ମହାକାଶରେ ପ୍ରଥମ ବେତାର ବ୍ରଡ଼ବ୍ୟାଣ୍ଡ ଯୋଗାଯୋଗ ବ୍ୟସ୍ଥା ୨୦୨୨ ସୁଦ୍ଧା କାର୍ଯ୍ୟକ୍ଷମ ହେବ ବୋଲି ନୋକିଆ ଦୃଢ଼ୋକ୍ତି ପ୍ରକାଶ କରିଛି । ନୋକିଆର ଅନୁସନ୍ଧାନକାରୀ ସଂସ୍ଥା ବେଲ ଲ୍ୟାବ ଏହି ପ୍ରସଙ୍ଗରେ ଏକ ଟ୍ବିଟ୍ କରିଛି । ଚନ୍ଦ୍ରରେ ଟିପିଂ ପଏଣ୍ଟ ଟେକନୋଲୋଜିକୁ ଆଗକୁ ନେବା ନିମନ୍ତେ ନାସାର ଅଂଶୀଦାର ଭାବରେ ମନୋନୀତ ହୋଇଥିବାରୁ ଅତ୍ୟନ୍ତ ଉତ୍ସାହିତ ଥିବା ଉଲ୍ଲେଖ କରି ଚନ୍ଦ୍ରରେ ମନୁଷ୍ୟର ସ୍ଥାୟୀ ବସତି ଦିଗରେ ଏହା ବଡ଼ ପଦକ୍ଷେପ ବୋଲି କୁହାଯାଇଛି । ସେହିପରି ମୋବାଇଲ୍ ନେଟୱାର୍କ ଏପରି ଭାବରେ ପ୍ରସ୍ତୁତ କରାଯିବ ଯାହା ସହଜରେ ଅବତରଣ କରାଯାଇପାରିବ ଏବଂ ଶକ୍ତି ଅଭାବ ପୂରଣ ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରାହେବ ବୋଲି ଏଥିରେ କୁହାଯାଇଛି । ଏହା ବ୍ୟତୀତ ଏହି କମ୍ପାନୀଗୁଡିକ ସର୍ଫେସ୍ ପାୱାର୍ ଜେନେରେସନ୍ ଏବଂ ରୋବୋଟିକ୍ସ ଟେକ୍ନୋଲୋଜି ମଧ୍ୟ ଚନ୍ଦ୍ରରେ ରଖିବେ। ଯାହାଫଳରେ ମୋବାଇଲ୍ ନେଟୱାର୍କ ନିମନ୍ତେ ନିରବଚ୍ଛିନ୍ନ ଶକ୍ତି ଯୋଗାଇ ପାରିବ ।
Comments are closed.