www.samajalive.in
Saturday, December 6, 2025
23.1 C
Bhubaneswar

ବର୍ଷା ସାଜିଛି କାଳ…ଉଜୁଡିଗଲା କ୍ଷୁଦ୍ର ଚାଷୀଙ୍କ ଭାତହାଣ୍ଡି

ରେଙ୍ଗାଲି : ଅଦିନିଆ ବର୍ଷା ଚାଷୀ ମାନଙ୍କ ପାଇଁ କାଳ ସାଜିଛି। ନିୟମିତ ବ୍ୟବଧାନ ରେ ପ୍ରବଳ ବର୍ଷା ଯୋଗୁଁ ଚାଷୀ ନାହିଁ ନଥିବା କ୍ଷତିର ସମ୍ମୁଖୀନ ହୋଇଥିବାର ଦେଖିବାକୁ ମିଳୁଛି। ଅନେକ କ୍ଷୁଦ୍ର ଏବଂ ନାମମାତ୍ର ଚାଷୀ ଅଦିନିଆ ବର୍ଷା ଯୋଗୁଁ ସର୍ବସ୍ୱାନ୍ତ ହେବା ଭଳି ଅବସ୍ଥାକୁ ପହଞ୍ଚି ଯାଇଥିବାର ଜଣାପଡିଛି। ରେଙ୍ଗାଲି ବ୍ଳକର କତରବଗା ଗ୍ରାମର ସୁଜିତ କୁମାର ରାଉତ ଜଣେ କ୍ଷଦ୍ର ଚାଷୀ। ସାଢେ ତିନି ଏକର ଜମିରେ ଧାନ ଚାଷ କରିଛନ୍ତି। ଚାଷ କାର୍ଯ୍ୟ ସମ୍ପାଦନ ପାଇଁ ସେବା-ସମବାୟ ସମିତିରୁ ୭୦ ହଜାର ଟଙ୍କା କୃଷି ଋଣ ଆଣିଛନ୍ତି। ରୋଗ ପୋକ ଦାଉରୁ ଧାନ ଫସଲକୁ ରକ୍ଷା କରି ଭଲ ଫସଲ ଆଦାୟ ହେବ ବୋଲି ସୁଜିତ ଖୁସି ହେଉଥିଲେ। କିନ୍ତୁ ଅଦିନିଆ ବର୍ଷା ବଇରୀ ସାଜି ସବୁ ସତ୍ୟାନାଶ କରିଦେଲା। ବର୍ଷା ଯୋଗୁଁ ମୋର ଭାତ ହାଣ୍ଡି ଉଜୁଡିଗଲା ବୋଲି ସୁଜିତ କ୍ଷୋଭ ପ୍ରକାଶ କରିଛନ୍ତି। ବର୍ଷା ଏବଂ ପବନ ରେ ଧାନ ଗଛ ମାଟିରେ ଲୋଟି ଯାଇ ଧାନ କେଣ୍ଡା ପାଣିରେ ଭିଜୁଛି। ମୋର ସବୁ ଆଶା ଅଦିନିଆ ବର୍ଷା ରେ ଚୌପଟ ହୋଇଗଲା। କୃଷି ଋଣ କିପରି ପରିଶୋଧ କରିବି ଏହି ଭାବନା ରେ ମୋ ଆଖିରୁ ନିଦ ହଜିଯାଇଛି ବୋଲି କହନ୍ତି ସୁଜିତ।

ସୁଜିତ ରାଉତଙ୍କ ଭଳି ରେଙ୍ଗାଲି ବ୍ଳକ୍‍ ର ଅଧିକାଂଶ ଗ୍ରାମରେ ଅଦିନିଆ ବର୍ଷା ଏବଂ ପବନରେ ରେ ବହୁ ସଂଖ୍ୟକ ଚାଷୀ ନାହିଁ ନଥିବା କ୍ଷତି ର ସମ୍ମୁଖୀନ ହୋଇ କୃଷିଋଣ ପରିଶୋଧ ଏବଂ ପରିବାର ପ୍ରତିପୋଷଣ ନେଇ ଭାଳେଣି କରି ଚିନ୍ତାଗ୍ରସ୍ତ ହୋଇପଡିଛନ୍ତି। ଚାଷୀ ମାନଙ୍କ ଅଦିନିଆ ବର୍ଷା ଶନିଦଶା ଭଲି ମାଡି ବସିଥିବା ବେଳେ ସରକାର ଏପର୍ଯ୍ୟନ୍ତ ବର୍ଷା ଜନିତ କ୍ଷତିର କ୍ଷତିପୂରଣ ବାବଦରେ ଚୁପ୍‍ ଥିବାରୁ ଚାଷୀ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି। ବ୍ୟୟ ବହୁଳ ଏବଂ କଷ୍ଟସାଧ୍ୟ ଚାଷ ଅଦିନିଆ ବର୍ଷା ରେ ନଷ୍ଟ ହୋଇ ଚାଷୀ କ୍ଷତିର ସମ୍ମୁଖିନ ହୋଇଥିବାରୁ କ୍ଷତିଗ୍ରସ୍ତ ଚାଷୀ ମାନଙ୍କୁ ଉପଯୁକ୍ତ କ୍ଷତି ପୂରଣ ଦେବାକୁ ଦାବୀ ହେଉଛି।

Hot this week

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

Related Articles

Popular Categories